କଟକରେ ବିଜେଡି ମେୟର ଏବଂ କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଦାୟିତ୍ୱରେ ରହିବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

Share It

ନିର୍ବାଚନୀ ତାରିଖ ଯେତେ ପାଖେଇ ଆସୁଛି କଟକରେ ରାଜନୈତିକ ଉଷ୍ମତା ସେତେ ବଢିବାରେ ଲାଗିଛି । ତିନି ପ୍ରମୁଖ ଦଳ(ବିଜେଡି, ବିଜେପି ଏବଂ କଂଗ୍ରେସ) ନିଜ ନିଜର ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ଆପଣାଉଥିବାବେଳେ ଅନ୍ୟପଟେ ବିଜେଡି ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର ଦାୟିତ୍ୱ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ନ୍ୟସ୍ତ କରିଛି ।
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜଣେ ଦକ୍ଷ ସଂଗଠନ ହେବା ସହ କଟକ ମାଟିର ପୁଅ ଭାବେ ସେ ବେଶ ଜଣାଶୁଣା । କଟକିଆଙ୍କ ଭାବବେଗ ସହ ରଣେନ୍ଦ୍ର ବେଶ ଜଡିତ ଥିବାବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଏବଂ ରଣନୀତ ପ୍ରସ୍ତୁତ କରିବା ଦ୍ୱାରା ବିଜେଡିକୁ ବେଶ ସଫଳତା ମିଳିପାରିବ ବୋଲି ଆଶା କରି ହାଇକମାଣ୍ଡ ତାଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।
ଅନ୍ୟପଟେ ପୌଚନିର୍ବାଚନ ପାଇଁ ଦାୟିତ୍ୱ ମିଳିବା ମାତ୍ରେକେ ହିଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତୁରନ୍ତ ଚାନ୍ଦିନଚୌକସ୍ଥିତ ନିଜ ବାସଭବନ ଠାରେ ପୌର ନିର୍ବାଚନୀ ସଂକ୍ରାନ୍ତିୟ ଏକ ବୈଠକ ଡାକି କଟକ ସହରର ବିଜେଡି ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ତଥା ଆଗଧାଡିର ଦଳୀୟ କର୍ମକର୍ତ୍ତାଙ୍କ ସହ ପ୍ରଚାରର ଋପରେଖ ଓ ରଣନୀତି କିପରି ରହିବ ତାହା ପ୍ରସ୍ତୁତ କରିଛନ୍ତି ।


Share It

Comments are closed.