ଆସନ୍ତା ୧୩ରେ ଫେସବୁକ-ଟ୍ୱିଟର ଲାଇଭ ଜରିଆରେ ଲୋକଙ୍କ ସମସ୍ୟା ବୁଝିବେ ମନ୍ତ୍ରୀ ରାଜା ସ୍ୱାଇଁ
ଭୁବନେଶ୍ୱର: ରାଜ୍ୟ ଖାଉଟି କଲ୍ୟାଣ, ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବେ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ସମସ୍ୟା ସିଧାସଳଖ ବୁଝିବା ସହ ଏହାର ସମାଧାନ ମଧ୍ୟ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ‘ମୋ ସରକାର’ ଏବଂ ‘୫ଟି’କୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହିଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି ।
#Odisha Minister @rajaaswain to hold an interactive Q&A session on Facebook on Thursday, February 13th, at 4 PM.#AskOdishaFoodMinister hashtag can be used to send the questions on Facebook. pic.twitter.com/mdogEySQXC
— The News Insight (TNI) (@TNITweet) February 7, 2020
କେବଳ ଏତିକି ନୁହେଁ ପ୍ରତ୍ୟେକ ଲୋକଙ୍କ ସହ କିପରି ସିଧାସଳଖ କଥା ହୋଇ ଏହାର ତତକ୍ଷଣାତ ସମାଧାନ କରାଯାଇ ପାରିବ ସେଥିପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ । ଏହା ସହ ଏହି ଫେସବୁକ ଏବଂ ଟ୍ୱିଟର ଲାଇଭ ଜରିଆରେ ପ୍ରତ୍ୟେକ ଜନସାଧାରଣ ନିଜର ଟ୍ୱିଟର ହ୍ୟାଣ୍ଡେଲ ଏବଂ ଫେସବୁକରେ #AskOdishaFoodMinister ହ୍ୟାସଟ୍ୟାଗ କରି ସିଧାସଳଖ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର ସମସ୍ୟା ସଂପର୍କରେ ପଚାରିପାରିବେ ।
Comments are closed.