ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କ ବୈଠକ


ଗତ ମଙ୍ଗଳବାର ଦିନ ମାନ୍ୟବର ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଠାରେ କନ୍ଧମାଳ ଜିଲ୍ଲାର ତିନିଗୋଟି ନିର୍ବାଚନ ମଣ୍ଡଳୀର ବିଧାୟକ ମାନଙ୍କ ସହ ଆଲୋଚନା ବୈଠକ ହୋଇଛି l ଜିଲ୍ଲାରେ ବିଜୁଜନତା ଦଳକୁ ୱାର୍ଡ ଏବଂ ପଞ୍ଚାୟତର ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ ଆହୁରି ସୃଦୃଢ଼ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି l ଯୁବ,ଛାତ୍ର ମହିଳା ମାନଙ୍କୁ କିପରି ଅଧିକ ମାତ୍ରାରେ ଦଳରେ ସାମିଲ କରି ଦଳକୁ ଆହୁରି ସୁଦୃଢ କିପରି କରାଯାଇପାରିବ ଏଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆ ଯାଇଛି l ଏହି ବୈଠକରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କଂହର, ମାନ୍ୟବର ବିଧାୟକ ଜି.ଉଦୟଗିରି ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ମାନ୍ୟବର ବିଧାୟକ ବାଲିଗୁଡ଼ା ଶ୍ରୀଯୁକ୍ତ ଚକ୍ରମଣୀ କଂହର ଆଦି ଉପସ୍ଥିତ ଥିଲେ l


Share It

Comments are closed.