ଅନ୍ଵେଷା ହଷ୍ଟେଲର ଖାଦ୍ୟକୁ ତର୍ଜମା କଲେ ଗଣଶିକ୍ଷା ମନ୍ତ୍ରୀଙ୍କ 

Share It


ଉମରକୋଟ: ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀ ଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ଵେଷା ହଷ୍ଟେଲ ର ସୁପରିଚାଳନା ଠିକ ରୂପେ କରିବା ପାଇଁ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ତଥା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ଵେଷା ହଷ୍ଟେଲ ରେ ରହୁଥିବା ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀ ଅନ୍ତେବାସୀ ଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟବସ୍ଥା ରେ ତ୍ରୁଟି ଦୃଷ୍ଟି ଗୋଚର ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ତାଗିଦ କରିଛନ୍ତି। ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବ୍ଳକ ର ଅନ୍ଵେଷା ହଷ୍ଟେଲ ପରିଦର୍ଶନ କରିଥିଲେ। ହଷ୍ଟେଲ ଅନ୍ତେବାସୀ ଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ସମ୍ପର୍କ ରେ ଅବଗତ ହୋଇଥିଲେ।ପିଲାଙ୍କୁ ଏକ ନିର୍ଦ୍ଧିଷ୍ଟ ବେସରକାରୀ ବିଦ୍ୟାଳୟ ର ଡ୍ରେସ ଦୁଇ ବର୍ଷ ହେଲା ଦେଇ ନଥିବା ଯୋଗୁଁ ଉକ୍ତ ବିଦ୍ୟାଳୟ କତୃପକ୍ଷ ଙ୍କୁ ବିଗିଡ଼ିଥିଲେ।ଏଥି ସହ ହଷ୍ଟେଲ ପରିଚାଳନା ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କ ସହ ଆଲୋଚନା କରି ବ୍ୟବସ୍ଥା ସମ୍ପର୍କ ରେ ଆଲୋଚନା କରିଥିଲେ। ଛାତ୍ର ଛାତ୍ର ଯେପରି ସୁବିଧା ରେ ହଷ୍ଟେଲ ରେ ରହି ପାଠ ପଢିବେ ସେଥିପ୍ରତି ଅଧିକ ଯତ୍ନବାନ ହେବାକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ନିର୍ଦ୍ଦେଶ ଦେଇଥିଲେ।


Share It

Comments are closed.