ଏମଆଇ ଇଣ୍ଡିଆ ପକ୍ଷରୁ ସ୍ମାର୍ଟର୍ ଲିଭିଙ୍ଗ୍ ୨୦୨୨ ଏବଂ ବିଭିନ୍ନ ବର୍ଗରେ ଏକାଧିକ ଉତ୍ପାଦର ଶୁଭାରମ୍ଭ

Share It

ଭୁବନେଶ୍ୱର: ଭାରତର ଏକ ନମ୍ବର ସ୍ମାର୍ଟଫୋନ୍ ଓ ସ୍ମାର୍ଟ ଟିଭି ବ୍ରାଣ୍ଡ, ଏମଆଇ ଇଣ୍ଡିଆ ପକ୍ଷରୁ ଆଜି ଏହାର ବାର୍ଷିକ ଆଇଓଟି ଇଭେଂଟ୍‌- ସ୍ମାର୍ଟର୍ ଲିଭିଙ୍ଗ୍ ୨୦୨୨ରେ ସ୍ମାର୍ଟ ହୋମ୍ ପ୍ରଡକ୍ଟଗୁଡିକର ଏକ ବିସ୍ତୃତ ଶୃଙ୍ଖଳାର ଶୁଭାରମ୍ଭ କରାଯାଇଛି । ଏହାର ବର୍ଦ୍ଧିତ ଇକୋସିଷ୍ଟମ ପୋର୍ଟଫୋଲିଓର ଅଂଶଭାବେ ଏମଆଇ ଇଣ୍ଡିଆ ପକ୍ଷରୁ ବଜାରରେ ବେଷ୍ଟସେଲିଙ୍ଗ୍ ଏମଆଇ ବ୍ୟାଣ୍ଡ ଫିଟ୍‌ନେସ୍ ୱେରେବୁଲ୍‌ର ଏକ ଅପ୍‌ଗ୍ରେଡ୍ ଏମଆଇ ସ୍ମାର୍ଟ ବ୍ୟାଣ୍ଡ ୬, ଏମଆଇ ୩୬୦ଂ ହୋମ୍ ସିକ୍ୟୁରିଟି କ୍ୟାମେରା ୨କେ ପ୍ରୋ ଓ ଏମଆଇ ରାଉଟର୍ ୪, ଗିଗାବିଟ୍ ଏଡିସନ୍‌ର ଶୁଭାରମ୍ଭ କରାଯାଇଛି ।
ଏହି ଶୁଭାରମ୍ଭ ଅବସରରେ ଏମଆଇ ଇଣ୍ଡିଆର ଚିଫ୍ ବିଜ୍‌ନେସ୍ ଅଫିସର, ରଘୁ ରେଡ୍ଡୀ କହିଛନ୍ତିଯେ, “ କନେକ୍ଟେଡ୍ ଡିଭାଇସ୍ ଗୁଡିକ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ ହେବା ଆରମ୍ଭ କରିଥିବାରୁ ଏମଆଇ ଇଣ୍ଡିଆ ଗ୍ରାହକଙ୍କ ଆବଶ୍ୟକତାକୁ ବୁଝିବାରେ ଅଗ୍ରଣୀ ହୋଇପାରିଛି । ଏମଆଇ କେବଳ ବିଶ୍ୱରେ ଏକ ସର୍ବବୃହତ୍ ଓ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ମଧ୍ୟରୁ ଗୋଟିଏ ନୁହେଁ, ବରଂ ଏହା ୩୫୧ ମିଲିୟନ କନେକ୍ଟେଡ୍ ଡିଭାଇସ୍ ସହିତ ବିଶ୍ୱରେ ସର୍ବବୃହତ୍ ଉପଭୋକ୍ତା ଆଇଓଟି ପ୍ଲାଟ୍‌ଫର୍ମ ଗୁଡିକ ମଧ୍ୟରୁ ଅନ୍ୟତମ । ଆମେ ଭାରତରେ ଅନେକ ନୂତନ ଆଇଓଟି ଡିଭାଇସ୍ ଶୁଭାରମ୍ଭ କରିବା ପାଇଁ ପ୍ରତିବଦ୍ଧ ଏବଂ ଗତ କିଛି ବର୍ଷ ମଧ୍ୟରେ ଆମେ ଅତ୍ୟାଧୁନିକ ଟେକ୍ନୋଲୋଜି ଥିବା ସ୍ମାର୍ଟ ଆଇଓଟି ଡିଭାଇସ୍ ଗୁଡିକ ପାଇଁ ଗ୍ରହଣୀୟତା ପରିଚାଳନା କରିବା ଏବଂ ଆମର ଉପଭୋକ୍ତାଙ୍କ ପାଇଁ ଏକ ବାଧାମୁକ୍ତ ଅଭିଜ୍ଞତାକୁ ସକ୍ଷମ କରିବା କ୍ଷେତ୍ରରେ ସଫଳ ହୋଇଆସିଛୁ ।
ସ୍ମାର୍ଟର୍ ଲିଭିଙ୍ଗ୍ ୨୦୨୨ ସହିତ ଆମେ ବିଭିନ୍ନ ବର୍ଗରେ ବହୁ-ପ୍ରତିକ୍ଷୀତ ଅପ୍‌ଗ୍ରେଡ୍ ସମେତ ନୂତନ ପ୍ରଡକ୍ଟ ଗୁଡିକୁ ଆଣିଛୁ । ଏମଆଇ ସ୍ମାର୍ଟ ବ୍ୟାଣ୍ଡ ୬, ଏମଆଇ ୩୬୦ ଡିଗ୍ରୀ ହୋମ୍ ସିକ୍ୟୁରିଟି କ୍ୟାମେରା ୨କେ ପ୍ରୋ, ଏମଆଇ ରାଉଟର୍ ୪ଏ ଗିଗାବିଟ୍ ଏଡିସନ୍ ଓ ସାଓମି ରନିଙ୍ଗ୍ ସୁଜ୍ ଭଳି ଡିଭାଇସ୍ ଗୁଡିକ ସହିତ ଆମେ ନିଶ୍ଚିତଯେ, ଏହା ଆମ ଉପଭୋକ୍ତାମାନଙ୍କ ଜୀବନର ମାନକୁ ଉନ୍ନତ କରିବାରେ ସାହାଯ୍ୟ କରିବ କାରଣ ଆମେ ଭାରତରେ ଆମର ସ୍ମାର୍ଟ ଟେକ୍ନୋଲୋଜି ଗୁଡିକର ସର୍ବୋତମତାକୁ ଆଣିବା ପାଇଁ ଚେଷ୍ଟା କରୁଛୁ । ଆମେ ବଜାରରେ ନିଜର ଉପସ୍ଥିତିକୁ ବିସ୍ତାର କରିବା ଜାରି ରଖିଥିବାରୁ, ଆମେ ବିଭିନ୍ନ ବର୍ଗରେ ଏକ ପ୍ରିମିୟମ ରେଞ୍ଜ୍‌ର ନିର୍ମାଣ ଉପରେ ଗୁରୁତ୍ୱ ଦେଉଛୁ । ଆମେ ବହୁମୂଖୀକରଣ ଜାରି ରଖିବୁ ଓ ବଜାରକୁ ଅଧିକରୁ ଅଧିକ ସ୍ମାର୍ଟ ଡିଭାଇସ୍ ଆଣିବୁ ଏବଂ ସ୍ମାର୍ଟର୍ ଇଂଟର୍ କନେକ୍ଟିଭିଟିକୁ ଅଧିକ ପ୍ରୋତ୍ସାହିତ କରିବୁ ।”


Share It

Comments are closed.