ଭୁବନେଶ୍ୱର ଜିଲ୍ଲା ପାଇଁ ଆଇନ ମନ୍ତ୍ରୀଙ୍କୁ ଦାବିପତ୍ର

Share It

ଭୁବନେଶ୍ୱର,୧୯/୩ : ଭୁବନେଶ୍ୱରକୁ ସ୍ବତନ୍ତ୍ର  ଜିଲ୍ଲା ପାଇଁ ଆଜି ଆଇନଜୀବୀମାନେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମନ୍ତ୍ରୀଙ୍କ ସରକାରୀ ବାସଭବନରେ ସୌଜନ୍ୟ ମୂଳକ ସାକ୍ଷାତ ବେଳେ ଭୁବନେଶ୍ବର ଜିଲ୍ଲା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଭୁବନେଶ୍ବର ଜିଲ୍ଲା ଅଭିଯାନ ପକ୍ଷରୁ ଏହି ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ଅଭିଯାନ ମୁଖ୍ୟ ଲିଙ୍ଗରାଜ ସାହୁ, ଅଲ୍ ଓମେନ୍ସ ଆଡ଼ଭୋକେଟ୍ ଫେରମ ଅଧ୍ୟକ୍ଷା ବରିଷ୍ଠ ଆଇନଜୀବୀ ହରପ୍ରୀୟା ସାମନ୍ତରାୟ, ସସ୍ମିତା ନନ୍ଦ, ଭୁବନେଶ୍ବର ଓକିଲ ସଂଘ ପୂର୍ବତନ ସମ୍ପାଦକ ରାଜକିଶୋର ଦାସ, ଶ୍ବେତାପଦ୍ମା ପଟ୍ଟନାୟକ, ହେମଲତା ମେହେର ସମେତ ବହୁ ଆଇନଜୀବୀ ଉପସ୍ଥିତଥିଲେ। ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ଦାବି କାରି ପୂର୍ବରୁ ଜୟଦେବ, ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତର ନିର୍ବାଚନୀ ମଣ୍ଡଳି ସମେତ ପ୍ରାୟ ୭୫ଟି ସ୍ଥାନରେ ସ୍ବତନ୍ତ୍ର ଶିବିର କରାଯାଇ ଦସ୍ତଖତ ସଂଗ୍ରହ କରାଯିାଇଛି। ନିକଟରେ ଭୁବନେଶ୍ବର ଓକିଲ ସଂଘ ସହଯୋଗରେ ମଧ୍ୟ ଦସ୍ତଖତ ଓ ବିକ୍ଷୋଭ କରାଯାଇଥିଲା।


Share It

Comments are closed.