ପ୍ରଣବଙ୍କ ମୃତ୍ୟୁକୁ ନେଇ ଚାଲିଥିବା ମିଛ ଗୁଜବକୁ କଡା ନିନ୍ଦା କଲେ ଝିଅ ଶର୍ମିଷ୍ଠା

Share It

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କୁ ଏବେ ବି ଭେଣ୍ଟିଲେଟରରେ ରଖାଯାଇଛି । ମାତ୍ର ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ତାଙ୍କର ମୃତ୍ୟୁଖବର ପ୍ରଚାରିତ ହୋଇଛି । ଏପରିକି କିଛି ଟ୍ୱିଟରରେ ମଧ୍ୟ ପ୍ରଣବଙ୍କ ମୃତ୍ୟୁ ଖବର ପୋଷ୍ଟ କରାଯାଇଥିବା ଦେଖିବାକୁ ମିଳୁଛି । ମାତ୍ର ଏହାକୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଓ ତାଙ୍କ ପରିବାର ଅସତ୍ୟ ବୋଲି କହିଛନ୍ତି । ପ୍ରଣବ ମୁଖାର୍ଜୀ ଏ​‌ବେ ଜୀବିତ ଅଛନ୍ତି ଓ ଭେଣ୍ଟିଲେଟରରେ ରଖାଯାଇଛନ୍ତି ବୋଲି ତାଙ୍କ ଝିଅ ଟ୍ୱିଟ କରି କହିଛନ୍ତି । ପ୍ରଣମ ମୁଖାର୍ଜୀଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି ତାଙ୍କ ପିତାଙ୍କ ସମ୍ପର୍କରେ ଗୁଜବ ପ୍ରଚାର କରାଯାଉଛି । ଏହା ସମ୍ପୂର୍ଣ୍ଣ ଅସତ୍ୟ । ଏହା ସହ ବିଭିନ୍ନ ଗଣମାଧ୍ୟମରୁ ପ୍ରଣବଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ନିମେନ୍ତ ତାଙ୍କୁ ବାରମ୍ବାର କଲ୍ କରାଯାଉଥିବାରୁ ସେ ତାହା ନ କରିବାକୁ କହିଛନ୍ତି । ସେ ତାଙ୍କ ମୋବାଇଲ୍ କିଛି ସମୟ ପାଇଁ ଫାଙ୍କା ରଖିବାକୁ ଚାହୁଁଛନ୍ତି ଓ ପିତାଙ୍କ ସମ୍ପର୍କରେ ଡ଼ାକ୍ତରଖାନାରୁ ପ୍ରତିମୁହୂର୍ତ୍ତରେ ସୂଚନା ପାଉଛନ୍ତି ବୋଲି ଶର୍ମିଷ୍ଠା କହିଛନ୍ତି ।

ଅନୁରୂପ ଭାବରେ ଆର୍ମି ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ଏକ ମେଡ଼ିକାଲ ବୁଲେଟିନରେ କୁହାଯାଇଛି ଯେ ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଏବେ ବି ସ୍ପର୍ଶକାତର ରହିଛି । ସେନାବାହିନୀର ରିସର୍ଚ ଓ ରେଫରାଲ ହସପିଟାଲ ଜାରି କରାଯାଇଥିବା ବର୍ତମାନର ବୁଲେଟିନରେ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟିନାହିଁ । ସେ କୋମା ପରି ଅବସ୍ଥାରେ ଅଛନ୍ତି ଓ ଭେଣ୍ଟିଲେଟରରେ ରହିଛନ୍ତି ।
ଏହାପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଟ୍ୱିଟ କରି ତାଙ୍କ ବାପା ପ୍ରଣବ ମୁଖର୍ଜୀଙ୍କ ହେମୋଡ଼ାଇନେମିକଲି ସ୍ଥିର ରହିଛି । ତାଙ୍କର ହୃଦଯନ୍ତ୍ର ଠିକ୍ କାମ କରୁଛି ଓ ରକ୍ତଚାପ ସ୍ଥିର ଅଛି ବୋଲି କହିଥିଲେ ।

Share It

Comments are closed.