୧ ମେ’କୁ ଶ୍ରମିକ ଦିବସ ଛଡା ଅନ୍ୟ କେଉଁ ଦିବସ ଭାବେ ପାଳନ କରାଯାଏ

Share It

ଆଜି ହେଉଛି ଶ୍ରମିକ ଦିବସ, ଭାରତରେ ପ୍ରତିବର୍ଷ ୧ ମେ’କୁ ଶ୍ରମିକ ଦିବସ ଋପେ ପାଳନ କରାଯାଏ । ଏହି ଦିନକୁ ଶ୍ରମିକ ଦିବସ ଛଡା ମେ’ ଦିବସ ଋପେ ମଧ୍ୟ ପାଳନ କରାଯାଏ । ଏହା ଶ୍ରମିକ ମାନଙ୍କ ସଫଳତା ଏବଂ ରାଷ୍ଟ୍ରର ଉନ୍ନତିରେ ତାଙ୍କର ଯୋଗଦାନକୁ ମନେ ପକାଇ ପାଳନ କରାଯାଏ । ୧ ମେ’ରେ ସାରା ବିଶ୍ୱରେ ଏହାକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଥିବାବେଳେ ଅନ୍ୟପଟେ ୟୁରୋପରେ ପାରମ୍ପରିକ ଗ୍ରୀଷ୍ମର ଅବକାଶ ସମୟ ଋପେ ଏହାକୁ ଘୋଷଣା କରାଯାଇଛି ।
ଏହି ଦିବସକୁ ପାଳନ କରିବାକୁ ଯାଇ ୮୦ଟି ଦେଶରେ ଏଇ ଦିନକୁ ନ୍ୟାସନାଲ ହଲିଡେ ଭାବେ ଘୋଷଣା କରାଯାଇଥିବାବେଳେ ଅନେକ ଦେଶରେ ଏହାକୁ ଅନୌପଚାରିକ ଭାବେ ମଧ୍ୟ ପାଳନ କରାଯାଏ । ୟୁଏସ ଏବଂ କାନାଡାର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ଉପଲବ୍ଧୀ ଏବଂ ତାଙ୍କ ସଫଳତାକୁ ମନେ ପକାଇବାକୁ ଯାଇ ସେପ୍ଟେମ୍ବର ମାସର ପ୍ରଥମ ସୋମବାରକୁ ଶ୍ରମିକ ଦିବସ ଋପେ ପାଳନ କରାଯାଏ ।
ଶ୍ରମିକ ଦିବସ ଛଡା ଏହାକୁ ମେ’ ଦିବସ ଭାବେ କାହିଁକି ପାଳନ କରାଯାଏ ?
ଆଠ ଘଣ୍ଟା କାର୍ଯ୍ୟ କରିବାର ଆବଶ୍ୟକତାକୁ ପ୍ରୋତ୍ସାହିତ କରିବା ସହିତ ଶ୍ରମିକମାନଙ୍କର ସଂଗ୍ରାମକୁ ଶେଷ କରିବା ପାଇଁ ଏହାକୁ ଆନ୍ତର୍ଜାତିକ ଶ୍ରମିକ ଦିବସ କିମ୍ବା ମେ’ ଦିବସ ଭାବେ ପାଳନ କରାଯାଏ । ଏହା ପୂର୍ବରୁ ଶ୍ରମିକମାନଙ୍କର କାର୍ଯ୍ୟ ଅବସ୍ଥା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିବାବେଳେ ସେମାନେ ପ୍ରତିଦିନ ୧୦ରୁ ୧୬ ଘଣ୍ଟା ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଥିଲେ । ୧୮୬୦ ଦଶକରେ କାର୍ଯ୍ୟସ୍ଥଳୀରେ ଶ୍ରମିକଙ୍କ ମୃତ୍ୟୁ, ଗୁରୁତର ଆଘାତ ଏବଂ ବିପଦଜନକ ପରିସ୍ଥିତିର ସର୍ବଦା ସମ୍ମୁଖୀନ ହେବା ଶ୍ରମିକମାନଙ୍କ ପାଇଁ ସାଧାରଣ କଥା ଥିବାବେଳେ ଯେଉଁ ପର୍ଯ୍ୟନ୍ତ ଶ୍ରମିକଙ୍କ ପାଇଁ ୮ ଘଣ୍ଟା କାମ କରିବା ନିୟମ ନିର୍ଘଣ୍ଟ ହୋଇନଥିଲା ସେ ପର୍ଯ୍ୟନ୍ତ ସେମାନେ କ୍ରୋଧିତ ରହୁଥିଲେ ।
ଅନେକ ଉଦ୍ୟୋଗରେ ଶ୍ରମିକ ଶ୍ରେଣୀର ଲୋକଙ୍କ (ପୁରୁଷ, ମହିଳା ଏବଂ ଶିଶୁ) ମୃତ୍ୟୁ, ଶିଳ୍ପ କ୍ଷେତ୍ରରେ ସେମାନଙ୍କ କାର୍ଯ୍ୟକୁ ହ୍ରାସ କରିବା ଏବଂ ସେମାନଙ୍କର ସୁରକ୍ଷା ପାଇଁ ଏକ ସ୍ୱର ଉତ୍ତୋଳନର ଆବଶ୍ୟକତା ଥିଲା । ଶ୍ରମିକ ଏବଂ ସମାଜସେବୀଙ୍କ ବହୁ ଉଦ୍ୟମ ପରେ, ଆମେରିକୀୟ ଶ୍ରମିକ ସଂଗଠନ ଦ୍ୱାରା ୧୮୮୪ରେ ଚିକାଗୋର ରାଷ୍ଟ୍ରିୟ ସମ୍ମିଳନୀରେ ଶ୍ରମିକଙ୍କ ପାଇଁ କାର୍ଯ୍ୟ କରିବାର ଆଇନଗତ ସମୟ ୮ ଘଣ୍ଟା ବୋଲି ଧାର୍ଯ୍ୟ କରାଯାଇଥିଲା ।
ଏହା ଛଡା ଶ୍ରମିକଙ୍କ ଧର୍ମଘଟ ସମୟରେ ଚିକାଗୋରେ ଘଟିଥିବା ନରସଂହାରରେ ଅନେକ ଶ୍ରମିକ ସହୀଦ ମଧ୍ୟ ହୋଇଥିଲେ । ଶ୍ରମିକମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିଥିବା ଉକ୍ତ ସହୀଦଙ୍କୁ ମନେ ପକାଇବା ପାଇଁ ଏହି ଦିବସକୁ ପାଳନ କରାଯାଏ ।


Share It

Comments are closed.