ୟୁଏଇରୁ ଭାରତୀୟଙ୍କ ପ୍ରତ୍ୟାବର୍ତନ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ମସାଲା କିଙ୍ଗ୍ ଧନଞ୍ଜୟ ଦାତାର୍
ଦୁବାଇ, ୧୨ ମେ’ ୨୦୨୦: କୋଭିଡ୍-୧୯ ମହାମାରୀ ଯୋଗୁଁ ୟୁଏଇରୁ ଭାରତରୁ ଫେରିବାକୁ ଅପେକ୍ଷା କରିଥିବା ହଜାର ହଜାର ଭାରତୀୟଙ୍କ ପାଇଁ ଏକ ଆଶାଜନକ ଖବର ଆସିଛି । ଏହି ଦୁଇ ଦେଶ ମଧ୍ୟରେ ରହିଥିବା ବିମାନ ଚଳାଚଳ ପୁଣିଥରେ ଆରମ୍ଭ ହୋଇଥିବା ବେଳେ ଭାରତୀୟ କନ୍ସୁଲେଟ୍ ସହ ନାମ ପଞ୍ଜୀକରଣ କରିବା ପ୍ରକ୍ରିୟା ଓ ଟିକେଟ୍ ବୁକିଙ୍ଗ୍ ମଧ୍ୟ ଆରମ୍ଭ ହୋଇଛି । ଅଲ୍ ଆଦିଲ ଟ୍ରେଡିଙ୍ଗ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡଃ ଧନଞ୍ଜୟ ଦାତାର ୟୁଏଇରେ ଥିବା ଅଭାବୀ ଯାତ୍ରୀମାନଙ୍କ ପାଇଁ ଭାରତ ଫେରିବା ଲାଗି ବିମାନ ଟିକେଟ୍ ଖର୍ଚ୍ଚ ବହନ କରିବା ଲାଗି ସହଯୋଗର ହାତ ବଢାଇଛନ୍ତି ।
ଡଃ ଦାତାର କହିଛନ୍ତି, ସେ ୟୁଏଇରେ ଭାରତକୁ ଫେରିବା ପାଇଁ ଅପେକ୍ଷା କରିଥିବା ଭାରତୀୟମାନଙ୍କ କୋଭିଡ୍ ଟେଷ୍ଟ ଓ ବିମାନ ଟିକେଟ ଖର୍ଚ୍ଚରେ ଯୋଗଦାନ ଦେବେ । ନିଜ ଦେଶକୁ ଫେରିବା ପାଇଁ ଟିକେଟ ଖର୍ଚ୍ଚ ବହନ କରିବାକୁ ଅସମର୍ଥ ଥିବା ଭାରତୀୟ ମାନଙ୍କୁ ସହଯୋଗ କରିବା ପାଇଁ ଏହା ତାଙ୍କ ତରଫରୁ ଏକ ବ୍ୟକ୍ତିଗତ ସହଯୋଗ ବୋଲି ସେ କହିଛନ୍ତି । ତାଙ୍କ କହିବା ଅନୁସାରେ, ମହାମାରୀ ଯୋଗୁଁ ବିଦେଶରେ ଫସିଥିବା ଲୋକମାନଙ୍କୁ ସହଯୋଗ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରତ୍ୟାବର୍ତନ ପଦକ୍ଷେପ ଏକ ବୃହତ ଅଭିଯାନ ଅଟେ । ଏହାକୁ ସର୍ବବୃହତ୍ ଜରୁରୀକାଳୀନ ସ୍ଥାନାନ୍ତରଣ ଭାବେ ଦେଖାଯାଇପାରେ ଏବଂ ଏହି ଦୁଃଖଦ ସମୟରେ ଆମର ଭାଇଭଉଣୀମାନଙ୍କୁ ଯେକୌଣସି ଉପାୟରେ ଯେତେବେ ସମ୍ଭବ ସାହାର୍ଯ୍ୟ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଅଟେ ।
ଏଠାରେ ଏଭଳି ଅନେକ ଲୋକ ଅଛନ୍ତି କୋଭିଡ୍ ଟେଷ୍ଟିଙ୍ଗ୍ ଫିସ୍ ଓ ବିମାନ ଭଡା ଦେବା ସ୍ଥିତିରେ ନାହାନ୍ତି । ମୁଁ ବୁଝିପାରୁଛି ଯେ, ଅନେକ ଲୋକ ଯେଉଁମାନେ ନିଜ ଚାକିରି ହରାଇଛନ୍ତି ସେମାନେ ନିଜ ହୋମ୍ଟାଉନ୍କୁ ଫେରିବା ପାଇଁ ଏହି ପଦକ୍ଷେପର ଉପଯୋଗ କରିବାକୁ ଅସମର୍ଥ କାରଣ ସେମାନଙ୍କ ନିକଟରେ ଏଥିପାଇଁ ଆବଶ୍ୟକ ଅର୍ଥ ନାହିଁ । ମୁଁ ଲୋକମାନଙ୍କ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଅନୁମୋଦିତ ସଂସ୍ଥାଗୁଡିକୁ ସହଯୋଗ କରିବି । ଏସମ୍ପର୍କିତ ସମସ୍ତ ଆବଶ୍ୟକୀୟ ନିୟମର କଡାକଡି ଭାବେ ପାଳନ କରାଯିବ । ମୁଁ ଭାରତୀୟ କନ୍ସୁଲେଟ୍ ଜେନେରାଲ ବିପୁଲଙ୍କ ସହ ଏନେଇ କଥା ହୋଇଛି ଏବଂ ମୁଁ ଭାରତୀୟମାନଙ୍କ ଟିକେଟ ଖର୍ଚ୍ଚ ବହନ କରିବାକୁ ଚାହୁଁଛି । ମୁଁ ମୋର ଛୋଟିଆ ଅବଦାନ ଦେବାକୁ ଚାହୁଁଛି ଏବଂ ମୁଁ ଆଶା ରଖିଛି ଯେ, ମୋର ପଦକ୍ଷେପ ଉପଯୋଗୀ ହେବ । ମୁଁ ମଧ୍ୟ ମୋର ସମସ୍ତ ସାଥୀ ନାଗରିକମାନଙ୍କୁ ନିଜର ସହଯୋଗ ପ୍ରଦାନ କରିବାକୁ ଅନୁରୋଧ କରୁଛି ଯାହାଫଳରେ ଆମେ ମିଳିତ ଭାବେ ଏହି ବିପଦରୁ ଶୀଘ୍ର ମୁକୁଳିପାରିବା । ଏହି ପ୍ରତ୍ୟାବର୍ତନ ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ ଉଦ୍ୟମକୁ ମୁଁ କୃତଜ୍ଞତା ଓ ଅଭିବାଦନ ଜଣାଉଛି ବୋଲି ସେ କହିଛନ୍ତି ।
ଡଃ ଧନଞ୍ଜୟ ଦାତାରଙ୍କ ନେତୃତ୍ୱରେ ଅଲ୍ ଆଦିଲ ଟ୍ରେଡିଙ୍ଗ୍ ଗ୍ରୁପ୍ ୟୁଏଇକୁ ୯୦୦୦ରୁ ଅଧିକ ଭାରତୀୟ ଉତ୍ପାଦ ଆଣିବାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି । ଆଜି ଏହି ଗ୍ରୁପ୍ ଗଲ୍ଫ ଦେଶଗୁଡିକରେ ୪୩ଟି ସ୍ପେସିଅସ୍ ସୁପର୍ ଷ୍ଟୋର୍ର ଏକ ଶୃଙ୍ଖଳା, ୨ଟି ଆଧୁନିକ ସ୍ପାଇସ୍ ଫ୍ୟାକ୍ଟ୍ରି, ୨ଟି ଅଟା ମିଲ୍ ଓ ଏକ ଆମଦାନୀ-ରପ୍ତାନୀ କମ୍ପାନୀର ପରିଚାଳନା କରୁଛି । ୟୁଏଇର ଶାସକ ଧନଞ୍ଜୟଙ୍କୁ ବ୍ୟବସାୟ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଏକ ସମ୍ମାନଜନକ ପୁରସ୍କାର ଓ ମସାଲା କିଙ୍ଗ୍ ଆଖ୍ୟା ଦେଇ ସମ୍ମାନିତ କରିଛନ୍ତି ।
ଏହି ଗ୍ରୁପ୍ ରେଡିମେଡ୍ ଅଟା ଓ ମଇଦା, ମସଲା, ଆଚାର, ଜାମ୍, ନମ୍କିନ୍ ଓ ଇନ୍ଷ୍ଟାଂଟ୍ ଫୁଡ୍ ଆଦି ବର୍ଗରେ ନିଜର ବ୍ରାଣ୍ଡ ‘ପିକକ୍’ ଅଧୀନରେ ପ୍ରାୟ ୭୦୦୦ରୁ ଅଧିକ ଉତ୍ପାଦର ଉତ୍ପାଦନ କରୁଛି । ଏହି ଗ୍ରୁପ୍ର ଭାରତୀୟ ଶାଖା, ମସାଲା କିଙ୍ଗ ଏକ୍ସପୋର୍ଟସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍, ସଫଳତାର ସହ ମୁମ୍ବାଇରୁ ପରିଚାଳନା କରୁଛି । ଅଲ୍ ଆଦିଲ ଗ୍ରୁପ୍ ଏକ ସକ୍ରିୟ ବିସ୍ତାର ମୋଡ୍ରେ ରହିଛି ଏବଂ ଅନ୍ୟ ଗଲ୍ଫ ଦେଶଗୁଡିକରେ ଏହାର ଆଉଟ୍ଲେଟ୍ ସଂଖ୍ୟା ବୃଦ୍ଧି କରୁଛି । ଏହା ୟୁଏସ୍ଏ, କାନାଡା, କେନିଆ, ସ୍ୱିଜର୍ଲ୍ୟାଣ୍ଡ, ଇଟାଲୀ, ଇରେଟ୍ରିୟା, କୁୱେତ୍, ଓମାନ, ବାହାରିନ୍, ସାଉଦି ଆରବିଆ ଓ ୟୁଏଇରେ ଏହାର ସ୍ୱତନ୍ତ୍ର ବାଣିଜ୍ୟିକ ମାର୍ଗ ସ୍ଥାପନ କରିଛି ।
Comments are closed.