ମାରୁତି ସୁଜୁକି ପକ୍ଷରୁ ନୂଆ ଭିକ୍ଟୋରିସ ର ବଜାର ପ୍ରବେଶ

Share It

ଭୁବନେଶ୍ୱର : ଭାରତୀୟ ଏସୟୁଭି ସେଗମେଂଟକୁ ପୁନଃବ୍ୟାଖ୍ୟା କରି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମଏସଆଇଏଲ) ପକ୍ଷରୁ ଆଜି ଏହାର ନୂଆ ଏସୟୁଭି ଭିକ୍ଟୋରିସର ଶୁଭାରମ୍ଭ କରାଯାଇଛି । ଭିକ୍ଟୋରିସ ‘ଗଟ୍ ଇଟ ଅଲ’ ଥିବା ଏକ ଏସୟୁଭି ପ୍ରଦାନ କରିବା ପାଇଁ ହାଇପର-କନେକ୍ଟେଡ ଟେକ୍ନୋଲୋଜି, ଅଲରାଉଣ୍ଡ ସେଫ୍ଟି, ଫ୍ୟୁଚରିଷ୍ଟିକ ଓ ସ୍ଲିକ ଡିଜାଇନ ଓ ରୋମାଂଚକର କାର୍ଯ୍ୟଦକ୍ଷତାକୁ ମିଶ୍ରଣ କରିଛି । ପରିବେଶ ଅନୁକୂଳ ଏସ-ସିଏନଜି ଟେକ୍ନୋଲୋଜି ସହ ସେଗମେଂଟ ପ୍ରଥମ ଅଣ୍ଡରବଡି ଟ୍ୟାଙ୍କ ଡିଜାଇନ ଆଦିରେ ଉପଲବ୍ଧ ଏହି ଏସୟୁଭିକୁ ଆଜିଠାରୁ ଗ୍ରାହକମାନେ ନୂଆ ଭିକ୍ଟୋରିସକୁ ୧୧,୦୦୦ ଟଙ୍କାରେ ବୁକ୍ କରିପାରିବେ । ୧୦ଟି (୩ଟି ଡୁଆଲ ଟୋନ ଓ ୭ଟି ମୋନୋଟୋନ) ରଙ୍ଗ ବିକଳ୍ପରେ ଉପଲବ୍ଧ ଭିକ୍ଟୋରିସକୁ ଦୁଇଟି ନୂଆ କଲର ମିଷ୍ଟିକ ଗ୍ରୀନ ଓ ଇଟରନାଲ ବ୍ଲୁର ଶୁଭାରମ୍ଭ କରିଛି ।

ଭିକ୍ଟୋରିସର ଶୁଭାରମ୍ଭ କରି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ହିସାଶି ତାକେଉଚି କହିଛନ୍ତି, “ନୂତନ ଯୁଗର ଭାରତୀୟ ଗ୍ରାହକମାନେ ହାଇପର କନେକ୍ଟେଡ, ସାମାଜିକ ଭାବେ ସଚେତନ, ବୈଷୟିକ ଦୃଷ୍ଟିରୁ ପ୍ରଗତିଶୀଳ ଓ ପରିବେଶ ଦୃଷ୍ଟିରୁ ଦାୟିତ୍ୱସମ୍ପନ୍ନ ଅଟନ୍ତି । ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମର ନୂଆ ଏସୟୁଭି ଭିକ୍ଟୋରିସରେ ‘ଗଟ୍ ଇଟ ଅଲ୍‌’ ରହିଛି । ଭିକ୍ଟୋରିସ ଏକ ଲାଟିନ ଶବ୍ଦ ଯାହାର ଅର୍ଥ ହେଉଛି ‘ଭିକ୍ଟ୍ରି’ । ଆମେ ନିଶ୍ଚିତ ଯେ, ନିଜର ଉଚ୍ଚ ଟେକ୍ନୋଲୋଜି, ସ୍ଲିକ ଡିଜାଇନ, ଇଂଟେଲିଜେଂଟ ଓ କନେକ୍ଟେଡ ଫିଚର, ୫ ଷ୍ଟାର ଲେଭେଲ ସୁରକ୍ଷା ଓ ଏକାଧିକ ପରିବେଶ ଅନୁକୂଳ ପାୱାରଟ୍ରେନ ସହିତ ଭିକ୍ଟୋରିସ ଭାରତରେ ଗ୍ରାହକଙ୍କ ହୃଦୟ ଜିତିବ । ଭିକ୍ଟୋରିସ ସହ ଆମେ ଆମର ଏସୟୁଭି ପୋର୍ଟଫୋଲିଓ ଓ ଆମର ସାମଗ୍ରିକ ବଜାର ଅଂଶକୁ ମଜବୁତ କରିଛୁ ।” ସେହିପରି କମ୍ପାନୀର ମାର୍କେଟିଂ ଓ ସେଲ୍‌ସ ବିଭାଗର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ପାର୍ଥୋ ବାନର୍ଜୀ କହିଛନ୍ତି, “ଏସୟୁଭି ଆଜିର ସବୁଠାରୁ ଲୋକପ୍ରିୟ ସେଗମେଂଟ ହୋଇପାରେ କିନ୍ତୁ ଏସୟୁଭି ଗ୍ରାହକମାନେ ବିକଶିତ ହୋଇଛନ୍ତି । ଏହାକୁ ପ୍ରକୃତ ଏସୟୁଭି ଡିଏନଏ ସହ ନିର୍ମାଣ କରାଯାଇଛି ଏବଂ ଏହା ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛି । ଭିକ୍ଟୋରିସ ସହ ଆମେ କେବଳ ଆଉ ଏକ ଏସୟୁଭି ଲଂଚ କରିନାହୁଁ ବରଂ ଚାଳନାର ଏକ ନୂତନ ଦିଗକୁ ପାଳନ କରିଛୁ ଯେଉଁଥିରେ ‘ଗଟ ଇଟ୍ ଅଲ୍‌’ ରହିଛି ।”

ନୂଆ ଭିକ୍ଟୋରିସରେ ଡଲ୍‌ବି ଅଟମୋସ ୫.୧ ସରାଉଣ୍ଡ ସାଉଣ୍ଡ ସହ ଇଂଟିଗ୍ରେଟ ହୋଇଥିବା ସେଗମେଂଟ ପ୍ରଥମ ୮-ସ୍ପିକର ପ୍ରିମିୟମ ସାଉଣ୍ଡ ଏକ୍ସପେରିଏନ୍ସ- ଇନ୍‌ଫିନିଟି ବାଏ ହରମାନ ରହିଛି । ଏହାର ୪ଟି ସ୍ପିକର, ୨ଟି ଟ୍ୱିଟର, ଗୋଟିଏ ସେଂଟର ସ୍ପିକର, ସବ୍ ଉଫର, ୮ଟି ଚ୍ୟାନେଲ ଇନବିଲ୍ଟ ଆମ୍ପ୍ଲିଫାୟର ସହ ପ୍ରିମିୟମ ସାଉଣ୍ଡ ସିଷ୍ଟମ ଏକ ‘ଥିଏଟର ଅନ୍ ହ୍ୱିଲ୍‌’ ପ୍ରଭାବ ସୃଷ୍ଟି କରୁଛି । ଏହି ଏସୟୁଭିରେ ୨୬.୦୩ସେମି ଫୁଲି ଡିଜିଟାଲ ଇନ୍‌ଷ୍ଟ୍ରୁମେଂଟ କ୍ଲଷ୍ଟର ସହ ଏକାଧିକ ଡିସ୍‌ପ୍ଲେ ମୋଡ, ୧୦.୧ ଇଂଚ ଟଚସ୍କ୍ରିନ ସ୍ମାର୍ଟପ୍ଲେ ପ୍ରୋ ଏକ୍ସ ଇନ୍‌୍‌ଫୋଟେନମେଂଟ ସିଷ୍ଟମ, ସେଗମେଂଟ ପ୍ରଥମ ୬୪ କଲର କଷ୍ଟମାଇଜେବୁଲ ବ୍ୟାକଲିଟ ଆମ୍ବିଏଂଟ ମୋଡ ଲାଇଟିଂ ସିଷ୍ଟମ, ଏକାଧିକ ଆକ୍ଟିଭେଶନ ମୋଡ ସହ ଗେସ୍‌ଚର କଂଟ୍ରୋଲ, ଭେଂଟିଲେଟେଡ ଫ୍ରଂଟ ସିଟ, ୱାୟାରଲେସ ସ୍ମାର୍ଟଫୋନ ଚାର୍ଜର, ୧୦ଟି ଇଂଟେଲିଜେଂଟ ଡ୍ରାଇଭର ଆସିଷ୍ଟମ ଫିଚର ପ୍ରଦାନ କରୁଥିବା ଆଡଭାନ୍ସଡ ଲେଭେଲ ୨ ଏଡିଏଏସ ସିଷ୍ଟମ, ୬ଟି ଏୟାରବ୍ୟାଗ, ଅଲ୍‌-ହ୍ୱିଲ ଡିସ୍କ ବ୍ରେକ, ଟାୟାର ପ୍ରେସର ମନିଟରିଂ ସିଷ୍ଟମ, ଅଟୋ ୩୬୦ ଭ୍ୟୁ କ୍ୟାମେରା, ଫ୍ରଂଟ ଓ ରିୟର ପାର୍କିଂ ସେନ୍ସର, ବ୍ରେକ ହୋଲ୍ଡ ସହ ଇଲେକ୍‌ଟ୍ରୋନିକ ପାର୍କିଂ ବ୍ରେକ , ଇକଲ ଓ ୬୦+ ଫିଚର ସହ ନେକ୍ସଟ-ଜେନ ସୁଜୁକି କନେକ୍ଟ ଟେଲିମାଟିକ୍ସ ଭଳି ଫିଚର ରହିଛି ।


Share It

Comments are closed.