ମାରୁତି ସୁଜୁକି ପକ୍ଷରୁ ନୂଆ ଡିଜାୟାର୍ର ବଜାର ପ୍ରବେଶ
ଭୁବନେଶ୍ୱର : କମ୍ପାକ୍ଟ ସେଡାନ ସେଗ୍ମେଂଟ୍ରେ ଏକ ନୂଆ ବେଂଚ୍ମାର୍କ ସ୍ଥାପନ କରି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍ଏସ୍ଆଇଏଲ୍) ପକ୍ଷରୁ ପେଟ୍ରୋଲ ଓ ଏସ୍-ସିଏନ୍ଜି ମଡେଲ ସହ ଆକର୍ଷଣୀୟ ନୂଆ ଡିଜୟାର୍ର ଶୁଭାରମ୍ଭ କରାଯାଇଛି । ମାରୁତି ସୁଜୁକିର ପୋର୍ଟଫୋଲିଓରେ ଅନ୍ୟତମ ସଫଳ ଓ ଆଇକୋନିକ୍ ବ୍ରାଣ୍ଡ ଭାବେ ଡିଜାୟାର୍ ଦେଶବ୍ୟାପୀ ୨୭ ଲକ୍ଷରୁ ଅଧିକ ଗ୍ରାହକଙ୍କ ବିଶ୍ୱାସ ଜିତିଛି । ଅଲ୍-ନ୍ୟୁ ଡିଜାୟାର୍ ବିଶ୍ୱର ଅନ୍ୟତମ ସର୍ବାଧିକ ଥର୍ମାଲ ଏଫିସିଏଂଟ୍ ଜେଡ୍-ସିରିଜ ୧.୨ ଏଲ୍ ଇଞ୍ଜିନ ଦ୍ୱାରା ପରିଚାଳିତ, ଯାହା ଏହାକୁ ଭାରତର ସବୁଠାରୁ ଇନ୍ଧନ-ଦକ୍ଷ ସେଡାନରେ ପରିଣତ କରୁଛି ଯାହାର ପେଟ୍ରୋଲ ଏମ୍ଡିରେ ୨୪.୭୯ କିମି/ଲିଟର ଏବଂ ଏସ୍-ସିଏନ୍ଜି ପାୱାରଟେ୍ରନ୍ସରେ ୩୩.୭୩ କିମି/କେଜିର ଇନ୍ଧନ ଦକ୍ଷତା ରହିଛି । ନୂଆ ଡିଜାୟାର୍ର ପ୍ରାରମ୍ଭିକ ମୂଲ୍ୟ ୬୭୯୦୦୦ ଟଙ୍କା (ଏକ୍ସ-ଶୋ’ରୁମ୍) ରହିଛି । ଏହା ନୂଆ ବିଳାସପୂର୍ଣ୍ଣ ଓ ଆରାମଦାୟକ ଇଂଟେରିୟର ୨୨.୮୬ ସିଏମ୍ (୯ଇଂଚ୍) ସ୍ମାର୍ଟପ୍ଲେ ପ୍ରୋ+ ଇନ୍ଫୋଟେନମେଂଟ ସିଷ୍ଟମ ସହ ଆର୍କେମିସ୍ର ସରାଉଣ୍ଡ ସେନ୍ସ ସହ ସୁସଜ୍ଜିତ ରହିଛି ଯାହା ୱାୟାରଲେସ୍ ଆପଲ କାର୍ପ୍ଲେ ଓ ଆଣ୍ଡ୍ରଏଡ୍ ଅଟୋଟିଏମ ମାଧ୍ୟମରେ ବାଧାମୁକ୍ତ କନେକ୍ଟିଭିଟି ପ୍ରଦାନ କରୁଛି । ଏଥିସହିତ ଏହା ୱାୟାରଲେସ୍ ସ୍ମାର୍ଟଫୋନ୍ ଚାର୍ଜର, ଟିପିଏମ୍ଏସ୍, ରିୟର ଫାଷ୍ଟ ଚାର୍ଜିଙ୍ଗ୍ ୟୁଏସ୍ବି ପୋର୍ଟ, ରିୟର ରିଡିଙ୍ଗ୍ ଲ୍ୟାମ୍ପ ଭଳି ଉତ୍ସାହଜନକ ନୂତନ ଫିଚରର ଅତିରିକ୍ତ ଶୃଙ୍ଖଳା ପ୍ରଦାନ କରୁଛି ।
ନୂଆ ଡିଜାୟାର୍ର ଉନ୍ମୋଚନ କରି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ହିସାଶି ତାକେଉଚି କହିଛନ୍ତି, “ ମାରୁତି ସୁଜୁକି ଡିଜାୟର୍ ସେଡାନ ସେଗ୍ମେଂଟରେ ଉତ୍କର୍ଷତାର ଏକ ପ୍ରତୀକ ଭାବେ ନିଜର ସ୍ଥିତି ବଜାୟ ରଖିଛି ଏବଂ ବର୍ଷ ପରେ ବର୍ଷ ଭାରତର ସର୍ବାଧିକ ବିକ୍ରି ହେଉଥିବା ସେଡାନରେ ପରିଣତ ହେବା ପାଇଁ ଗ୍ରାହକଙ୍କ ଦ୍ୱାରା ଚୟନ କରାଯାଉଛି । ନୂଆ ଡିଜୟାର ଷ୍ଟାଇଲ, ପ୍ରଦର୍ଶନ, ଫିଚର ଓ ସୁରକ୍ଷା ଉପରେ ଗୁରୁତ୍ୱ ସହ ଏହାର ସ୍ଥାୟୀ ବିରାସତକୁ ପ୍ରଦର୍ଶିତ କରୁଛି । ଏହାର ଆଡ୍ଭାନ୍ସଡ୍ ଜେଡ୍-ସିରିଜ ଇଞ୍ଜିନ ଏହାକୁ ଭାରତର ସବୁଠାରୁ ଇନ୍ଧନ ଦକ୍ଷ ସେଡାନରେ ପରିଣତ କରିଛି ।” ସେହିପରି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ମାର୍କେଟିଂ ଆଣ୍ଡ୍ ସେଲ୍ସ ବିଭାଗର ବରିଷ୍ଠ କାର୍ଯ୍ୟକାରୀ ଅଧିକାରୀ ପାର୍ଥୋ ବାନର୍ଜୀ କହିଛନ୍ତି, “୨୭ ଲକ୍ଷରୁ ଅଧିକ ଗ୍ରାହକଙ୍କ ଦ୍ୱାରା ବିଶ୍ୱାସ କରାଯାଉଥିବା ମାରୁତି ସୁଜୁକି ଡିଜାୟାର୍ ୨୦୦୮ରେ ଲଂଚ୍ ପରଠାରୁ ଏହାର ସେଗ୍ମେଂଟରେ ବେଷ୍ଟ-ସେଲିଂ ସେଡାନ ରହିଆସିଛି । ନୂଆ ଡିଜୟାର ସେଗ୍ମେଂଟ୍-ପ୍ରଥମ ଫିଚରଗୁଡିକରେ ଲୋଡେଡ୍ ରହିଛି ଯାହା ଏହାକୁ ଆଧୁନିକତା ଓ ଅତ୍ୟାଧୁନିକ ଟେକ୍ନୋଲୋଜିର ଏକ ଉପଯୁକ୍ତ ମିଶ୍ରଣ କରିଛି ।”
ନୂଆ ମାରୁତି ସୁଜୁକି ଡିଜାୟାର୍ ୧୫ରୁ ଅଧିକ ଟପ୍-ଅଫ୍-ଦ-ଲାଇନ୍ ସୁରକ୍ଷା ଫିଚରଗୁଡିକରେ ସୁସଜ୍ଜିତ ରହିଛି । ଏହାର ସମସ୍ତ ଭାରିଆଂଟରେ ୬ଟି ଏୟାରବ୍ୟାଗ୍, ୩ ପଏଂଟ୍ ଇଏଲ୍ଆର୍ ସିଟ୍ବେଲ୍ଟ, ଇଏସ୍ପି ୧ ସହ ହିଲ୍ ହୋଲ୍ଡ ଆସିଷ୍ଟ, ଏବିଏସ୍ ସହ ଇବିଡି, ଆଇଏସ୍ଓଫିକ୍ସ ଚାଇଲ୍ଡ ସିଟ୍ ଆଙ୍କୋରେଜେସ୍ ଆଦି ଷ୍ଟାଣ୍ଡାର୍ଡ ଫିଚର ଭାବେ ଉପଲବ୍ଧ ରହିଛି । ଏଥିରେ ଇଲେକ୍ଟ୍ରିକ ସନ୍ରୁଫ୍, ୩୬୦ ଏଚ୍ଡି ଭ୍ୟୁ କ୍ୟାମେରା, ସୁଜୁକି କନେକ୍ଟ ଓ ନୂଆ ଏଲ୍ଇଡି କ୍ରିଷ୍ଟାଲ ଭିଜନ ହେଡ୍ଲ୍ୟାମ୍ପ ଭଳି ଏକାଧିକ ସେଗ୍ମେଂଟ୍-ପ୍ରଥମ ଫଚର ରହିଛି । ନୂଆ ଡିଜାୟାର୍କୁ ଜିଏନ୍ସିଏପିଞ୍ଚ୪ ଦ୍ୱାରା ୫ ଷ୍ଟାର୍ ଦିଆଯାଇଛି ।
Comments are closed.