ମାର୍ଚ୍ଚ 5 ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ

Share It

ଭୁବନେଶ୍ଵର,୦୨/୦୩:ଆସନ୍ତା ମାର୍ଚ୍ଚ 5 ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ସାରା ଓଡ଼ିଶାରେ ଏହା ପାଳନ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ନେତା, ନିର୍ବାଚିତ ପ୍ରତିନିଧି, ଛାମୁଆ ସଂଗଠନ, ସେଲ ଯାଏଁ ଅବଗତ କରାଯାଇଛି।ଏ ନେଇ କିଛି ସମୟ ଆଗରୁ ଏକ VC ହୋଇଥିଲା।ସେ ଦିନର ଶୀର୍ଷକ ରହିବ ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଅବଦାନ। ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବିଜୁ ବାବୁଙ୍କ ସ୍ମୃତିଚାରଣ, ରକ୍ତଦାନ ଶିବିର ହେବ। ଶଙ୍ଖ ଭବନରେ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର।


Share It

Comments are closed.