ଡାକ୍ତରୀ ଦଳର ସୂଚନା, ମନମୋହନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

Share It

ଦେଶର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ଗତ କାଲି ରାତିରେ ଖରାପ ହୋଇଯାଇଥିବା ହେତୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ , “ଡଃ ମନମୋହନ ସିଂହଙ୍କୁ କିଛି ନୂଆ ଔଷଧ ଦିଆଯାଇଛି, ଯାହା ଦ୍ୱାରା କିଛି ସମସ୍ୟା ଦେଖାଦେଇଥିଲା । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ତଦାରଖ  କରାଯାଉଛି । ପୂର୍ବତ୍ତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ସେ ଡାକ୍ତରଙ୍କ ତଦାରଖରେ ବର୍ତ୍ତମାନ ରହିଛନ୍ତି ଏବଂ ସମୟକୁ ସମୟ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ଚାଲିଛି ।”

ମିଳିଥିବା ସୂଚନା ମୁତାବକ ଏମ୍ସର ଏକ କାର୍ଡିୟୋଥୋରାସିକ ସେଣ୍ଟର ମନମୋହନଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି । ପ୍ରକାଶ ଥାଉକି, ଗତ କାଲି ରାତିରେ ମନମୋହନଙ୍କ ଛାତିରେ ଯନ୍ତ୍ରଣା ହେବା ହେତୁ ତାଙ୍କୁ ଦିଲ୍ଲୀ ଏମ୍ସସ୍ଥିତ କାର୍ଡିୟୋଥୋରାସିକ ସେଣ୍ଟରରେ ୮.୪୫ରେ ଭର୍ତ୍ତି କରାଯାଇଥିଲା । ମନମୋହନଙ୍କର ୮୭ ବର୍ଷ ହୋଇଥିବାବେଳେ ୨୦୦୯ରେ ଏହି ଏମ୍ସରେ ତାଙ୍କର ବାଇପାସ ସର୍ଜରୀ ହୋଇଥିଲା ।


Share It

Comments are closed.