ରାଜ୍ୟସଭା ଯିବେ ମନମୋହନ ସାମଲ, ସୁଜିତ୍

Share It

ଭୁବନେଶ୍ଵର,୦୩/୦୩:ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଆଜି ବିଜେପି ତରଫରୁ ୨ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ବିଜେପିର ସଭାପତି ଥିବା ମନମୋହନ ସାମଲଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ରାଜ୍ୟସଭା ସାଂସଦ ଥିବା ସୁଜିତ କୁମାରଙ୍କୁ ବିଜେପି ପ୍ରାର୍ଥୀ କରିଛି । ଏହି ଦୁଇ ନାମ ବିଜେପି କେନ୍ଦ୍ରୀୟ କମିଟି ତରଫରୁ ଘୋଷଣା କରାଯାଇଛି ।
ଏହି ଘୋଷଣା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସୁଜିତ କୁମାର ପହଂଚିଛନ୍ତି । ଦଳୀୟ କର୍ମୀ ଓ ନେତାମାନେ ସୁଜିତ୍ କୁମାରଙ୍କୁ ମିଠା ଖୁଆଇ ଖୁସି ମନାଇଛନ୍ତି । ନାମ ଘୋଷଣା ହେବା ପରେ ସୁଜିତ କୁମାର ଖୁସି ବ୍ୟକ୍ତ କରିବା ସହ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଦେଇଛନ୍ତି ।


Share It

Comments are closed.