ମଣିପାଲ ହସ୍ପିଟାଲ ମିଳିତ ସହଯୋଗରେ ଭୁବନେଶ୍ୱରରେ ଆୟୋଜିତ ହେଲା ୬ଷ୍ଟ ଓଡ଼ିଶା ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ୍ କନଫରେନସ
ଭୁବନେଶ୍ୱର : ଓଡ଼ିଶା ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ୍ର ଷଷ୍ଟ ବାର୍ଷିକ ସମ୍ମିଳନୀ (OAACON 2025) ସଫଳତାର ସହିତ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଅଧିକ ଅସ୍ଥିଶଲ୍ୟ ବିଶେଷଜ୍ଞ ଅଶଂ ଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ ମଣିପାଲ୍ ହସ୍ପିଟାଲ୍ସର ଏମ୍.ଡି ତଥା ସିଇଓ ଶ୍ରୀ ଦିଲୀପ୍ ଜୋସ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ
ଏହି ବିଶାଳ ସମ୍ମିଲନୀରେ ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ସକ୍ରିୟ ଭାବରେ ଅଂଶଗ୍ରହଣ କରି, ଅର୍ଥୋପେଡିକ୍ ସେବାରେ ନିଜର ଦକ୍ଷତାକୁ ପ୍ରତିଷ୍ଠା କରିପାରିଥିଲା।
ଓଡ଼ିଶା ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ୍ର ସଭାପତି ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ର, ଉପ-ସଭାପତି ଡାକ୍ତର ଦେବବ୍ରତ ପାଢ଼ୀ, ସେକ୍ରେଟାରୀ ଡାକ୍ତର ବିଷ୍ଣୁ ପାତ୍ର ଏବଂ ଇଣ୍ଡିଆନ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ୍ର ସଭାପତି ଡାକ୍ତର ସଚିନ୍ ଜୈନ୍ ଙ୍କ ସମେତ ଅନ୍ୟ ଡାକ୍ତର ମାନେ ଉପସ୍ଥିତ ଥିଲେ। ଏହି ସମ୍ମିଳନୀର ଆୟୋଜନ କମିଟିର ଅଧ୍ୟକ୍ଷ ଭାବରେ ମଣିପାଲ୍ ହସ୍ପିଟାଲ୍ ର ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଦାଶ ଏବଂ ଆୟୋଜନ କମିଟିର ସମ୍ପାଦକ ଭାବରେ ଡାକ୍ତର କିଶୋର ପଣ୍ଡା ସମସ୍ତ ଦାୟୀତ୍ବ ନେଇଥିଲେ।
ଏହି ସମ୍ମିଳନୀର ମୁଖ୍ୟ ଅତିଥି ଭାବରେ ଶ୍ରୀ ଦିଲୀପ୍ ଜୋସ୍ , କହିଛନ୍ତି, “ଗୋଟିଏ ସ୍ଥାନରେ ଦେଶ ବିଭିନ୍ନ ସ୍ଥାନରୁ ଆସିଥିବା ୩୦ ଡାକ୍ତରଙ୍କ ସମେତ ୨୦୦ ସ୍ଥାନରେ ଏକତ୍ରୀତ ହେବା ନିଶ୍ଚିତ ଭାବରେ ଏକ ଗର୍ବର ବିଷୟ। ଏହି ଭଳି ସମ୍ମିଳନୀ ଫଳରେ ନିଶ୍ଚିତ ଭାବରେ ଆର୍ଥ୍ରୋପ୍ଲାଷ୍ଟି ସର୍ଜରୀ ସମ୍ପର୍କରେ ସଚେତନତା କରିବାରେ ସାହାଯ୍ୟ କରିବ” |
Comments are closed.