ମଣିପାଲ ହସ୍ପିଟାଲରେ ବିଶ୍ୱ ଫିଜିଓଥେରାପି ଦିବସ ୨୦୨୫ ପାଳିତ
ଭୁବନେଶ୍ୱର: ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ବିଶ୍ୱ ଫିଜିଓଥେରାପି ଦିବସ ୨୦୨୫ ପାଳନ କରାଯାଇଛି। ଚଳିତ ବର୍ଷର ଥିମ୍ ରହିଛି “ସ୍ୱାସ୍ଥ୍ୟକର ବୟସ୍କ” (Healthy Ageing) । ଏହି ଥିମ୍ରେ ବୃଦ୍ଧାବସ୍ଥାରେ ଶକ୍ତି, ସନ୍ତୁଳନ ଓ ଗତିଶୀଳତା ବୃଦ୍ଧିରେ ଫିଜିଓଥେରାପିର ଗୁରୁତ୍ୱକୁ ନେଇ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଣ୍ଟିନ୍ୟୁଆସ୍ ଫିଜିଓଥେରାପି ଏଡ୍ୟୁକେସନ୍ (C.P.E) ୭.୦ ସିରିଜର ସପ୍ତମ ସଂସ୍କରଣ ଆୟୋଜିତ ହୋଇଥିଲା, ଯେଉଁଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୦୦ରୁ ଅଧିକ ଫିଜିଓଥେରାପି ବିଶେଷଜ୍ଞ ଯୋଗଦେଇଥିଲେ।
ପ୍ରତିବର୍ଷ ସେପଟେମ୍ବର ମାସ ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବରେ ପାଳନ କରାଯାଏ। ଏହି ବର୍ଷ ମଣିପାଲ ହସ୍ପିଟାଲରେ “ସ୍ୱାସ୍ଥ୍ୟକର ବୟସ” ବୃଦ୍ଧାବସ୍ଥାରେ ଫିଜିଓଥେରାପି କିପରି ଦୁର୍ବଳତା ଓ ଯନ୍ତ୍ରଣାକୁ ରୋକିଥାଏ ଏବଂ ଶକ୍ତି, ସନ୍ତୁଳନ ଓ ଗତିଶୀଳତାକୁ ବୃଦ୍ଧି କରେ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମଟି ସକ୍ରିୟ ଶାରୀରିକ କାର୍ଯ୍ୟକଳାପ ଓ ପୁନର୍ବାସନ ନୀତି ବିଷୟରେ ସଚେତନତା ସୃଷ୍ଟି ପାଇଁ ଏକ କାର୍ଯ୍ୟକ୍ରମରେ ଯାହା ଲୋକମାନଙ୍କୁ ବୟସ୍ ବୃଦ୍ଧି ସହିତ ସକ୍ରିୟ, ସ୍ୱାଧୀନ ଓ ଯନ୍ତ୍ରଣା ମୁକ୍ତ ରହିବାରେ ସାହାଯ୍ୟ କରେ। ଭାରତରେ ବୃଦ୍ଧାବସ୍ଥାର ଜନସଂଖ୍ୟା ନିରନ୍ତର ବୃଦ୍ଧି ପାଉଥିବା ପରିପ୍ରେକ୍ଷିତରେ, ଏହି ସନ୍ଦେଶ ଡାକ୍ତର ମାନେ ଓ ଅଂଶଗ୍ରାହୀମାନଙ୍କ ମଧ୍ୟରେ ଗଭୀର ପ୍ରଭାବ ପକାଇଲା।
ଏହି କାର୍ୟକ୍ରମଟି ପାରମ୍ପରିକ ଦୀପ ପ୍ରଜ୍ଜ୍ୱଳନ ଅନୁଷ୍ଠାନ ସହିତ ଉଦ୍ଘାଟିତ ହେଲା, ଯେଉଁଥିରେ ଉପସ୍ଥିତ ଥିଲେ JSW / Inspire Institute of Sport (IIS) ର ଟେକ୍ନିକାଲ ଡିରେକ୍ଟର ଓ କଳିଙ୍ଗ ଷ୍ଟାଡିୟମର High-Performance Centerର ମୁଖ୍ୟ ଡୋଗ୍ଲାସ୍ ଇଗର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସେ ଏଲିଟ୍ ସ୍ପୋର୍ଟସ୍ ଟ୍ରେନିଂ ଯତ୍ନରେ ଫିଜିଓଥେରାପିର ଗୁରୁତ୍ୱ ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ଏସ୍ଭି ନିତାରର ନିର୍ଦ୍ଦେଶକ ଡାକ୍ତର ପତିତପାବନ ମହାନ୍ତି, ଅନ୍ୟତମ ଅତିଥି ଭାବରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ୟୁନିଟ୍ ହେଡ୍ ଏବଂ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ୍ ଡାକ୍ତର ସିଦ୍ଧାର୍ଥ ମିଶ୍ର, ମଣିପାଲ ହସ୍ପିଟାଲର ବରିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ ଦାଶ, ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ୟୁଟିନ୍ ହେଡ଼ (ସେଲସ୍ ଏବଂ ମାକେଟିଂ) ବିଜୟ ଚଙ୍ଗାରଥ ଏବଂ ଫିଜିଓଥେରାପୀ ବିଭାଗର ମୁଖ୍ୟ ଶିବାନୀ ଶଙ୍କର ତ୍ରିପାଠୀଙ୍କ ସମେତ ହସ୍ପିଟାଲର ଅନ୍ୟାନ ଡାକ୍ତର , ନର୍ସ ଓ ଅନ୍ୟ କର୍ମଚାରୀ ମାନେ ।
ଏସ୍ଭି ନିତାରର ନିର୍ଦ୍ଦେଶକ ଡାକ୍ତର ପତିତପାବନ ମହାନ୍ତି ,ସାଧାରଣ ସ୍ୱାସ୍ଥ୍ୟରେ ଫିଜିଓଥେରାପିର ମହତ୍ୱକୁ ଉଲ୍ଲେଖ କରିଥିଲେ ।। ସେ କହିଲେ – “ବୟସ୍କ ଲୋକମାନଙ୍କୁ ଗତିଶୀଳତା ଓ ନିଜ କାମ ନିଜେ କରିବା ପାଇଁ ଫିଜିକାଲ ରିହାବିଲିଟେସନ୍ର ଭୂମିକା ସମ୍ପର୍କରେ ସଚେତନ କରିବାରେ ଅତ୍ୟନ୍ତ ଦରକାର। ଏହି ପାଇଁ ମଣିପାଲ ହସ୍ପିଟାଲର ଏପରି ପ୍ରୟାସକୁ ସେ ପ୍ରଶଂସା କରିଥିଲେ”।
ମଣିପାଲ ହସ୍ପିଟାଲ ଭୁବନେଶ୍ୱରର କ୍ଲଷ୍ଟର ଡିରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର କହିଲେ – “ଫିଜିଓଥେରାପି କେବଳ ଏକ ଚିକିତ୍ସା ନୁହେଁ, ଏହା ସାରା ଜୀବନ ସୁସ୍ଥ ଓ ଯନ୍ତ୍ରଣା ମୁକ୍ତ ରହିବାର ଏକ ଅଭ୍ୟାସ। ଫିଜିଓଥେରାପିଷ୍ଟମାନେ ପ୍ରତିଟି ପଦକ୍ଷେପରେ – ପ୍ରତିରୋଧ, ନିଦାନରୁ ପୁନର୍ବାସନ ପର୍ଯ୍ୟନ୍ତ – ରୋଗୀଙ୍କୁ ସାଥି ଦେଇଥାନ୍ତି, ଯାହା ଗତିଶୀଳତା, କାର୍ଯ୍ୟକ୍ଷମତା ଓ ଯନ୍ତ୍ରଣା ମୁକ୍ତ ଜୀବନ ଦେବା ପାଇଁ ପ୍ରତି ବୟସ୍ରେ ନିଶ୍ଚିତ କରେ।”
ଏହି କାର୍ଯ୍ୟକ୍ରମ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଫିଜିଓଥେରାପି ଏବଂ ପୁନର୍ବାସନ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ବିଭାଗରେ ପ୍ରତିଦିନ ୨୦୦ରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ କରୁଛି ଓ ଅର୍ଥୋପେଡିକ୍ସ, ନ୍ୟୁରୋଲୋଜି, ଅଙ୍କୋଲୋଜି, କାର୍ଡିଓଲୋଜି ସହିତ ସ୍ପୋର୍ଟସ୍ ରିହାବିଲିଟେସନ୍ରେ ଉନ୍ନତ ଯନ୍ତ୍ରପାତି ସହିତ ବିଶେଷଗ୍ୟ ସେବା ଯୋଗାଇଛି। ବିଶ୍ୱ ଫିଜିଓଥେରାପି ଦିବସ ପାଳନ ମାଧ୍ୟମରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପୁନର୍ବାସନ ଓ ଫିଜିଓଥେରାପି ଶିକ୍ଷାକୁ ଆଗେଇ ନେବା ସହିତ ସ୍ୱାସ୍ଥ୍ୟକର ଓ ସ୍ୱାଧୀନ ଜୀବନ ପାଇଁ ଗତିଶୀଳତାର ଗୁରୁତ୍ୱକୁ ପୁନର୍ବାର ନିଶ୍ଚିତ କରିଲା।
ସ୍ୱାସ୍ଥ୍ୟ ସେବାରେ ଏକ ଅଗ୍ରଣୀ ସଂସ୍ଥା ଭାବରେ, ମାଣିପାଲ୍ ହସ୍ପିଟାଲ୍ ଭାରତରେ ୭୦ ବର୍ଷରୁ ଅଧିକ ଅନୁଭବ ସହିତ ଶୀର୍ଷ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ମଧ୍ୟରୁ ଗଣ୍ୟ। ବର୍ତ୍ତମାନ ପ୍ରତିବର୍ଷ ୭ ମିଲିୟନ୍ (୭୦ ଲକ୍ଷ) ରୁ ଅଧିକ ରୋଗୀଙ୍କୁ ସେବା ଦେଉଛି ଏବଂ ଏପର୍ଯ୍ୟନ୍ତ ୬୦ ମିଲିୟନ୍ (୬ କୋଟି) ରୋଗୀଙ୍କୁ ଚିକିତ୍ସା ଦିଆଯାଇଛି। ଏହାର ଲକ୍ଷ୍ୟ ହେଉଛି ଏକ ଅର୍ଥନୀତିକ ଭାବେ ସହଜ ଓ ଉଚ୍ଚ ଗୁଣସ୍ତରର ସ୍ୱାସ୍ଥ୍ୟସେବା ଢଞ୍ଚା ଉନ୍ନତ କରିବା, ଯାହା ଏହାର ମଲ୍ଟିସ୍ପେଶାଲିଟି ଓ ଟର୍ସିଆରି କେୟାର୍ ସେବା ପ୍ରଣାଳୀ ଦ୍ୱାରା ପ୍ରଦାନ କରାଯାଏ, ଏବଂ ଏହାକୁ ଆଉ ବହିର୍ଗତ ସ୍ୱାସ୍ଥ୍ୟ ସେବା (out-of-hospital care) ଯାଏଁ ବିସ୍ତାର କରାଯାଉଛି।
ସେପ୍ଟେମ୍ବର ୨୦୨୩ରେ Medica Synergie Hospitals ଓ AMRI Hospitals Limited ର ଅଧିଗ୍ରହଣ ପରେ, ମାଣିପାଲ୍ ହସ୍ପିଟାଲ୍ ଏବେ ଭାରତର ୧୯ଟି ସହରରେ ୩୮ଟି ହସ୍ପିଟାଲ୍ ସହିତ ଏକ ସଂଯୁକ୍ତ ନେଟୱାର୍କ ତିଆରି କରିଛି। ଏହି ନେଟୱାର୍କରେ ୧୦,୫୦୦+ ବେଡ୍, ୭,୨୦୦+ ଡାକ୍ତରଙ୍କ ଏକ ପ୍ରତିଭାଶାଳୀ ଟିମ୍ ଏବଂ ୧୮,୬୦୦+ କର୍ମଚାରୀ ସଂଖ୍ୟା ଅଛି।
ମାଣିପାଲ୍ ହସ୍ପିଟାଲ୍ ବିଶ୍ୱର ବିଭିନ୍ନ ଦେଶରୁ ଆସୁଥିବା ରୋଗୀଙ୍କୁ ଶାମୂହିକ ଭାବେ ଚିକିତ୍ସାତ୍ମକ ଓ ପ୍ରତିରୋଧମୂଳକ ସେବା ପ୍ରଦାନ କରେ। ଏହି ହସ୍ପିଟାଲ୍ NABH ଓ AAHRPP ଦ୍ୱାରା ମାନ୍ୟତାପ୍ରାପ୍ତ ଅଟୁଛି ଓ ଏହାର ଅଧିକାଂଶ ଶାଖା NABL, ଇମର୍ଜେନ୍ସି ଓ ବ୍ଲଡ୍ ବ୍ୟାଙ୍କ ମାନ୍ୟତା ସହିତ ସୁଶ୍ରୂଷା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଚିହ୍ନଟ।
ବିଭିନ୍ନ ଉପଭୋକ୍ତା ସର୍ବେକ୍ଷଣ ଅନୁଯାୟୀ, ମାଣିପାଲ୍ ହସ୍ପିଟାଲ୍ କୁ ଭାରତର ସବୁଠୁ ବେଶି ଆଦର୍ଶ ଓ ରୋଗୀ ଦ୍ୱାରା ସୁପାରିଶିତ ହସ୍ପିଟାଲ୍ ବୋଲି ମାନ୍ୟତା ମିଳିଛି।
Comments are closed.