ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱରରେ ଜଟିଳ ମୁଖ ଗହ୍ୱର କ୍ୟାନସରର ସଫଳ ଚିକିତ୍ସା
ଭୁବନେଶ୍ୱର , ୨୩ / ୫, ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ଏକ ଜଟିଳ ଅପରେସନ୍ ସଫଳତାର ସହିତ କରାଯାଇଛି । କଳାହାଣ୍ଡି ଜିଲ୍ଲାର ୩୮ ବର୍ଷୀୟ ଯୁବକଙ୍କ ମୁହଁର ବାମ ପାଶ୍ୱର୍ରେ ଥିବା ଗାଲର ମାଂସପେଶୀରେ ଏକ ଘା’ ଓ ଜଳାପୋଡା ଅନୁଭବ କଲେ । ଠିକ୍ ସମୟରେ ଚିକିତ୍ସା ନକରିବାରୁ ଏବଂ ଅବହେଳା କାରଣରୁ ଏହା ଧୀରେ ଧୀରେ ଜବଡ଼ା ହାଡ଼କୁ ପ୍ରସାରିତ ହେବାକୁ ଲାଗିଲା, ଯାହା ଫଳରେ ସେ ମୁହଁ ଖୋଲିବାରେ ଅସୁବିଧା ଅନୁଭବ କରିଥିଲେ, ଯାହା ଫଳରେ ତାଙ୍କ ପରିବାର ସଦସ୍ୟ ମାନେ ସଠିକ୍ ଚିକିତ୍ସା ପାଇଁ ତାଙ୍କୁ ମଣିପାଲ ହସ୍ପିଟାଲ ଭୁବନେଶ୍ୱରକୁ ନେଇଆସିଥିଲେ ।
ହସ୍ପିଟାଲରେ ତାଙ୍କର ସମସ୍ତ ପ୍ରକାର ଡାକ୍ତରୀ ପରୀକ୍ଷା ସହିତ ସିଟି ସ୍କାନ୍ ଓ ବାୟୋସ୍ପି କରାଯାଇଥିଲା । ସମସ୍ତ ପ୍ରକାର ପରୀକ୍ଷା ପରେ ତାଙ୍କର ଆଡଭାନ୍ସ୍ କ୍ୟାନସର ଚିହ୍ନଟ ହୋଇଥିଲା । ରୋଗର ଜଟିଳତାକୁ ଦେଖି ମଣିପାଲ ହସ୍ପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ଡାକ୍ତର ନିତିଶ ରଞ୍ଜନ ଆଚାର୍ଯ୍ୟ ଏବଂ ପ୍ଲାଷ୍ଟିକ୍ ସର୍ଜନ ତାକ୍ତର ବିଶ୍ୱଜିତ୍ ମିଶ୍ରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ଡାକ୍ତର ନିତିଶ ରଞ୍ଜନ ଆଚାର୍ଯ୍ୟ କ୍ୟାନସର ଆକ୍ରାନ୍ତ ହୋଇଥିବା ମାଢ଼ିକୁ କାଟି ଅଲଗା କରିଦେଇଥିଲେ । ଏହା ପରେ ଡାକ୍ତର ବିଶ୍ୱଜିତ୍ ମିଶ୍ର ବାମ ଗୋଡ଼ର ଗୋଟିଏ ହାଡ଼ (ଫ୍ରୀ ଫିବୁଲା ବୋନ୍ ଗ୍ରାଫ୍ଟ ) ସହିତ ଚର୍ମ ମାଇକ୍ରୋଭାସ୍କୁଲାର୍ ସର୍ଜରୀ ଦ୍ୱାରା ପୁନଃନିର୍ମାଣ କରିଥିଲେ । ଏହି ଜଟିଳ ଅତ୍ୟାଧୁନିକ ସର୍ଜରୀ ମାଧ୍ୟମରେ ରୋଗୀଙ୍କ ଫିବୁଲା ହାଡ଼ ଦ୍ୱାରା ତଳ ଜବଡ଼ାକୁ ପୁଣିଥରେ ତିଆରି କରାଯାଇଥିଲା । ଯାହା ଫଳରେ ରୋଗୀ ଜଣକ ପୂର୍ବ ଭଳି ମୁହଁ ଖୋଲିବା, ଏବଂ ମୁହଁର ଗଠନ ମଧ୍ୟ ପୂର୍ବ ଭଳି ପାଇଥିଲେ ।
ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ମେଡିକାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର, ଡାକ୍ତର ନିତିଶ ରଞ୍ଜନ ଆଚାର୍ଯ୍ୟ ଏବଂ ତାକ୍ତର ବିଶ୍ୱଜିତ୍ ମିଶ୍ରଙ୍କ ସମେତ ତାଙ୍କ ଟିମ୍ ର ସମସ୍ତ ଡାକ୍ତର ନର୍ସଙ୍କୁ ଶୁଭେଛା ଜଣାଇଥିଲେ । ଏହା ସହିତ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ଅତ୍ୟାଧୁନିକ ଓଟି ଏବଂ ଅଭିଜ୍ଞ ଡାକ୍ତରଙ୍କ ଟିମ୍ ଥିବାରୁ ଏଭଳି ଜଟିଳ ରୋଗର ଚିକିତ୍ସା ଏଠାରେ ସମ୍ଭବ ।
ମଣିପାଲ ହସ୍ପିଟାଲାର ସର୍ଜିକାଲ ଅଙ୍କୋଲୋଜିଷ୍ଟ୍, ଡାକ୍ତର ନିତିଶ ରଞ୍ଜନ ଆଚାର୍ଯ୍ୟ, କହିଥିଲେ “ ଏହା ଏକ ଅତ୍ୟନ୍ତ ଜଟିଳ କେସ ଥିଲା, ସେଥିପାଇଁ କ୍ୟାନସର ସର୍ଜନ ଓ ପ୍ଲାଷ୍ଟିକ୍ ସର୍ଜନଙ୍କ ମଧ୍ୟରେ ସଠିକ୍ ସମନ୍ନୟ ଏବଂ ସୂଷ୍ମତା ଆବଶ୍ୟକ ଥିଲା । ଆମର ଲକ୍ଷ୍ୟ କେବଳ କ୍ୟାନସର ସଂକ୍ରମିତ ହାଡ଼କୁ କାଢ଼ିବା ସହିତ ରୋଗୀ ଜଣକ କିଭଳି କଥା କହିବା, ଖାଇବା ପିଇବାରେ କିଛି ଅସୁବିଧା ସହିତ ଏବଂ ସୌନ୍ଦର୍ଯ୍ୟ ମଧ୍ୟ ଠିକ୍ ଥିବ ।
ଡାକ୍ତର ବିଶ୍ୱଜିତ୍ ମିଶ୍ର , ରୋଗୀଙ୍କ ଫିବୁଲା ହାଡ଼ ବ୍ୟବହାର କରି ମାଢ଼ି ଅଶଂ ପୁନଃ ନିର୍ମାଣ କରିବା ଏକ ଅତ୍ୟନ୍ତ ସୂଷ୍ମ ପ୍ରକ୍ରିୟା, ଯାହାର ରକ୍ତନଳୀର ମାଇକ୍ରୋସର୍ଜିକାଲ ଅନାସ୍ତମୋସିସ୍ ଆବଶ୍ୟକ । ପାଟି କ୍ୟାନସର ରୋଗୀ ସଠିକ୍ ଚିକିତ୍ସା ଫଳରେ କିଭଳି ଏକ ନୂତନ ଜୀବନ ଅତିବାହିତ କରିପାରିବେ ଏହି କେସ ତାର ଏକ ଜ୍ୱଳନ୍ତ ଉଦାହରଣ ।
ଏହି ସଫଳ ଚିକିତ୍ସା ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱରଙ୍କୁ ମୁଣ୍ଡ ଓ ଗଳା କ୍ୟାନ୍ସର ଏବଂ ପୁନଃନିର୍ମାଣ ସର୍ଜେରୀ ରେ ଏକ “Centre of Excellence” ବାନାଇଛି। ଆଧୁନିକ ସୁବିଧା, ଉଚ୍ଚ ପ୍ରଶିକ୍ଷିତ ଡାକ୍ତର ଦଳ ଓ ଆନ୍ତର୍ଜାତୀୟ ମାନଙ୍କୁ ମାନିଥିବା ସେବା ଦ୍ୱାରା ଏହି ହସ୍ପିଟାଲ୍ ଜଟିଳ ଚିକିତ୍ସା ଅବସ୍ଥାରେ ରୋଗୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଉଛି।
Comments are closed.