ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଓଡ଼ିଶାର ପ୍ରଥମ ବ୍ରେନ୍ ଏନ୍ୟୁରିଜମ୍ ସର୍ଜରୀ ସଫଳ
ଭୁବନେଶ୍ୱର : ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପୁଣି ଏକ ସଫଳତା ହାସଲ କରିଛି ମଣିପାଲ ହସ୍ପିଟାଲ ଭୁବନେଶ୍ୱର। ପ୍ରଥମଥର ପାଇଁ ଓଡ଼ିଶାରେ ‘ବ୍ରେନ୍ ଏନ୍ୟୁରିଜମ୍ ଏଣ୍ଡୋଭାସ୍କୁଲାର ସର୍ଜରୀ’ ହାତର ଧମନୀ ମାଧ୍ୟମରେ ସଫଳତାର ସହିତ କରାଯାଇଛି।
ସମ୍ବଲପୁରର ୪୦ ବର୍ଷୀୟ ରୋଗୀ ଜଣଙ୍କ,ଭୀଷଣ ମୁଣ୍ଡବ୍ୟଥା, ମୁଣ୍ଡ ବୁଲେଇ ହେବା ଓ ଚେତା ଶୁନ୍ୟ ହୋଇ ମଣିପାଲ ହସ୍ପିଟାଲରେ ଭର୍ତ୍ତର୍ି ହୋଇଥିଲେ। ସିଟି ସ୍କାନ ପରୀକ୍ଷା ପରେ ତାଙ୍କ ବ୍ରେନ୍ ଭିତରେ ହେମୋରେଜ୍ ହୋଇଛି ବୋଲି ଚିହ୍ନଟ ହୋଇଥିଲା। ପରବର୍ତ୍ତି ସମୟରେ ତାଙ୍କର ବ୍ରେନ୍ ଆଞ୍ଜିଓଗ୍ରାମ ପରୀକ୍ଷା ପରେ ବ୍ରେନ୍ ଭିତରେ ରକ୍ତ ନଳୀ ଗୁଡିକ ଫୁଲିଥିବା ଚିହ୍ନଟ ହେବା ପରେ ତାଙ୍କ ଜୀବନ ରକ୍ଷା କରିବା ପାଇଁ ତୁରନ୍ତ ସର୍ଜରୀ କରାଯାଇଥିଲା।
ମଣିପାଲ ହସ୍ପିଟାଲର ନ୍ୟୁରୋ ଭାସ୍କୁଲାର ଇଣ୍ଟରଭେନ୍ସନାଲ ରେଡିଓଲୋଜିଷ୍ଟ୍ ଡାକ୍ତର ଟି ସୀତମ କୁମାରଙ୍କ ନେତୃତ୍ୱରେ ଗୋଟିଏ ନ୍ୟୁରୋ ଇଣ୍ଟରଭେନ୍ସନ୍ ଟିମ୍ ଗଠନ କରାଯାଇ ତାଙ୍କ ଚିକିତ୍ସା କରାଯାଇଥିଲା। ଡାକ୍ତର ଟି ସୀତମ ହାତର ଧମନୀ ବାଟ ଦେଇ ବ୍ରେନ୍ ଏନ୍ୟୁରିଜମ୍ ପାଖରେ ପହଞ୍ଚି ତାର ସଫଳ ଚିକିତ୍ସା କରିପାରିଥିଲେ। ସର୍ଜରୀ ଫଳରେ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିଲା ଏବଂ ରୋଗୀ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ୍ୟ ଅଛନ୍ତି। ହାତର ଧମନୀ ବାଟ ଦେଇ ବ୍ରେନ୍ ଏନ୍ୟୁରିଜମ୍ ଚିକିତ୍ସା କରିବା ଓଡ଼ିଶାରେ ପ୍ରଥମ ଘଟଣା।
ଡାକ୍ତର ଟି ସୀତମ ମତରେ – “ବ୍ରେନ୍ ଏନ୍ୟୁରିଜମ୍ ଏକ ଜଟିଳ ପରିସ୍ଥିତି ତୁରନ୍ତ ଏହାର ଚିକିତ୍ସା କରାନଗଲେ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇପାରେ। ହାତର ଧମନୀ ବ୍ରେନ୍ ପାଖରେ ଥିବାରୁ ଏହି ଧମନୀ ମାଧ୍ୟମରେ ସର୍ଜରୀ କଲେ ଆମେ ଶୀଘ୍ର ବ୍ରେନ୍ ନିକଟରେ ପହଞ୍ଚି ପାରିଥିଲୁ ଏବଂ ରୋଗୀଙ୍କ ଶୀଘ୍ର ଚିକିତ୍ସା କରିଥିଲୁ ଫଳରେ ରୋଗୀ ଜଣଙ୍କ ବର୍ତ୍ତମାନ ସମ୍ପୂଣ୍ଣ ସୁସ୍ଥ ଅଛନ୍ତି।
ଏହା ଏକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଯାହାକି ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଛି। ଏହି ସର୍ଜରୀରେ ସହଯୋଗ କରିଥିବାରୁ ଏଥିପାଇଁ ଡାକ୍ତର ଟି ସୀତମ, ମଣିପାଲ ହସ୍ପିଟାଲର ନ୍ୟୁରୋସର୍ଜରୀ ବିଭାଗର ଡାଇରେକ୍ଟର ତଥା ସିନିୟର କନସଲ୍ଟାଣ୍ଟ ଡାକ୍ତର ଅମିତ୍ ଜଶୱାଲ, ନ୍ୟୁରୋ ଆନେସ୍ଥେସିଆ ଡାକ୍ତର ସୌରଭ ଶର୍ମାଙ୍କ ସମେତ କ୍ୟାଥ ଲାବ୍ ଓ ନ୍ୟୁରୋ ଆଇସିୟୁର ସମସ୍ତ ଡାକ୍ତର ଓ ନର୍ସ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।
ସ୍ୱାସ୍ଥ୍ୟ ସେବାରେ ଏକ ଅଗ୍ରଣୀ ସଂସ୍ଥା ଭାବରେ, ମାଣିପାଲ୍ ହସ୍ପିଟାଲ୍ ଭାରତରେ ୭୦ ବର୍ଷରୁ ଅଧିକ ଅନୁଭବ ସହିତ ଶୀର୍ଷ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ମଧ୍ୟରୁ ଗଣ୍ୟ। ବର୍ତ୍ତମାନ ପ୍ରତିବର୍ଷ ୭ ମିଲିୟନ୍ (୭୦ ଲକ୍ଷ) ରୁ ଅଧିକ ରୋଗୀଙ୍କୁ ସେବା ଦେଉଛି ଏବଂ ଏପର୍ଯ୍ୟନ୍ତ ୬୦ ମିଲିୟନ୍ (୬ କୋଟି) ରୋଗୀଙ୍କୁ ଚିକିତ୍ସା ଦିଆଯାଇଛି। ଏହାର ଲକ୍ଷ୍ୟ ହେଉଛି ଏକ ଅର୍ଥନୀତିକ ଭାବେ ସହଜ ଓ ଉଚ୍ଚ ଗୁଣସ୍ତରର ସ୍ୱାସ୍ଥ୍ୟସେବା ଢଞ୍ଚା ଉନ୍ନତ କରିବା, ଯାହା ଏହାର ମଲ୍ଟିସ୍ପେଶାଲିଟି ଓ ଟର୍ସିଆରି କେୟାର୍ ସେବା ପ୍ରଣାଳୀ ଦ୍ୱାରା ପ୍ରଦାନ କରାଯାଏ, ଏବଂ ଏହାକୁ ଆଉ ବହିର୍ଗତ ସ୍ୱାସ୍ଥ୍ୟ ସେବା (out-of-hospital care) ଯାଏଁ ବିସ୍ତାର କରାଯାଉଛି।
ସେପ୍ଟେମ୍ବର ୨୦୨୩ରେ Medica Synergie Hospitals ଓ AMRI Hospitals Limited ର ଅଧିଗ୍ରହଣ ପରେ, ମାଣିପାଲ୍ ହସ୍ପିଟାଲ୍ ଏବେ ଭାରତର ୧୯ଟି ସହରରେ ୩୮ଟି ହସ୍ପିଟାଲ୍ ସହିତ ଏକ ସଂଯୁକ୍ତ ନେଟୱାର୍କ ତିଆରି କରିଛି। ଏହି ନେଟୱାର୍କରେ ୧୦,୫୦୦+ ବେଡ୍, ୭,୨୦୦+ ଡାକ୍ତରଙ୍କ ଏକ ପ୍ରତିଭାଶାଳୀ ଟିମ୍ ଏବଂ ୧୮,୬୦୦+ କର୍ମଚାରୀ ସଂଖ୍ୟା ଅଛି।
ମଣିପାଲ୍ ହସ୍ପିଟାଲ୍ ବିଶ୍ୱର ବିଭିନ୍ନ ଦେଶରୁ ଆସୁଥିବା ରୋଗୀଙ୍କୁ ଶାମୂହିକ ଭାବେ ଚିକିତ୍ସାତ୍ମକ ଓ ପ୍ରତିରୋଧମୂଳକ ସେବା ପ୍ରଦାନ କରେ। ଏହି ହସ୍ପିଟାଲ୍ NABH ଓ AAHRPP ଦ୍ୱାରା ମାନ୍ୟତାପ୍ରାପ୍ତ ଅଟୁଛି ଓ ଏହାର ଅଧିକାଂଶ ଶାଖା NABL, ଇମର୍ଜେନ୍ସି ଓ ବ୍ଲଡ୍ ବ୍ୟାଙ୍କ ମାନ୍ୟତା ସହିତ ସୁଶ୍ରୂଷା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଚିହ୍ନଟ। ବିଭିନ୍ନ ଉପଭୋକ୍ତା ସର୍ବେକ୍ଷଣ ଅନୁଯାୟୀ, ମାଣିପାଲ୍ ହସ୍ପିଟାଲ୍ କୁ ଭାରତର ସବୁଠୁ ବେଶି ଆଦର୍ଶ ଓ ରୋଗୀ ଦ୍ୱାରା ସୁପାରିଶିତ ହସ୍ପିଟାଲ୍ ବୋଲି ମାନ୍ୟତା ମିଳିଛି।
Comments are closed.