୨୦୨୧ରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବାକୁ ନେଇ ଦମ୍ଭୋକ୍ତି ପ୍ରକାଶ କଲେ ଶାହ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମତଭେଦ ଜାରି ରହିଛି | ରାଜ୍ୟର ତୃଣମୂଳ କଂଗ୍ରେସ ସରକାର କରୋନା ସଙ୍କଟ ସହ ଲଢ଼ିବା ପାନ ଅସମର୍ଥ ବୋଲି ଅଭିଯୋଗ ହୋଇଛି | ଏହାପରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ କମେଣ୍ଟ କରିଛନ୍ତି | ସେ କହିଛନ୍ତି, ଏତେ ଯଦି ଅସୁବିଧା ହେଉଛି ତାହେଲେ ଅମିତ ଶାହ ବଙ୍ଗଳାରେ ସରକାର ଚଳାନ୍ତୁ | ଗୃହମନ୍ତ୍ରୀ ଅମିତ ଶାହ ମମତାଙ୍କ ଏହି ବୟାନ ଉପରେ ଜବାବ ଦେଇଛନ୍ତି | ସେ କହିଛନ୍ତି ମମତାଙ୍କ ଇଛା ଅଛି ଯେ ବଙ୍ଗଳାରେ ବିଜେପି ଶାସନ କରନ୍ତୁ, ତାହେଲେ ତାଙ୍କର ଏହି ଇଛା ମଧ୍ୟ ଶୀଘ୍ର ପୁରା ହେବ | ୨୦୨୧ ରେ ବଙ୍ଗଳାରେ ବିଜେପି ସରକାର ଗଠନ କରିବ |
ଗୃହମନ୍ତ୍ରୀ ଅମିତ ଶାହ ଏକ ସାକ୍ଷାକାରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି, ‘ମୁଁ ତା ସେଠାରେ ସରକାର ଚଳାଇ ପାରିବିନି, ମୁଁ ସାଂସଦ | କିନ୍ତୁ ମମତା ଦିଦିଙ୍କ ଇଚ୍ଛା ଶୀଘ୍ର ପୁରା ହେବ |’ ମମତା ବାନାର୍ଜୀଙ୍କ ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ କରୋନା ଏକ୍ସପ୍ରେସ କହିବାରୁ ଅମିତ ଶାହ କହିଛନ୍ତି ଯେ ବଙ୍ଗଳା ସହ ତାଙ୍କର କୌଣସି ଶତ୍ରୁତା ନାହିଁ | ୧୨୦୦ ରୁ ଅଧିକ ଟ୍ରେନ ଉତ୍ତର ପ୍ରଦେଶ ଯାଇଛି | ବିହାରକୁ ହଜାରେ ରୁ ଅଧିକ ଟ୍ରେନ ଯାଇଛି | କିନ୍ତୁ ବଙ୍ଗଳାକୁ ୧୦୦ଟି ଟ୍ରେନ ମଧ୍ୟ ଯାଇନି | ଯଦି ବଙ୍ଗାଳି ନିଜ ନିଜ ଘରକୁ ଯିବାକୁ ଚାହୁଁଛନ୍ତି ତାହେଲେ ତାଙ୍କର ଦୋଷ କଣ ?
ଅମିତ ଶାହ କହିଛନ୍ତି ଯେ, ୧ କୋଟି 10 ଲକ୍ଷରୁ ଅଧିକ ଲୋକ ନିଜ ନିଜ ଘରକୁ ଫେରିଛନ୍ତି | ଅନେକ ଲୋକ କ୍ଵାରେଣ୍ଟାଇନ ପୁରା କରି ନିଜ ନିଜ ପରିବାର ସହ ମଧ୍ୟ ରହୁଛନ୍ତି | ରାଜ୍ୟରେ ରିକ୍ସା ଓ ମାଇକ ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି | ଲୋକେ ମଧ୍ୟ ସରକାରଙ୍କ ଅପିଲ ଗ୍ରହଣ କରୁଛନ୍ତି | ପ୍ରବାସୀଙ୍କ ପାଇଁ ସରକାର କୌଣସି ଅବ୍ୟବସ୍ଥା କରିନାହାନ୍ତି, କିନ୍ତୁ ଦିଦିଙ୍କୁ ସବୁଥିରେ କିଛି ନା କିଛି ଭୁଲ ବାହାର କରିବାର ଥାଏ ଏବଂ ସେ ଯାହାକାଳେ ବି ବାହାର କରିବେ ବୋଲି କହିଛନ୍ତି ଅମିତ | ରାହୁଲ ଗାନ୍ଧୀ ଗୋଟିଏ ଯୋଜନା ଧରି ବୁଲୁଛନ୍ତି | ଯୋଜନା ଅନୁଯାୟୀ ସେ ସମସ୍ତଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର କରିବା କଥା କହୁଛନ୍ତି | କିନ୍ତୁ ଜନତା ଏହାକୁ ଅସ୍ବୀକାର କରିଛି | ମୋଦି ସରକାର ଚାଷୀ, ବରିଷ୍ଠ ନାଗରିକ, ବିଧବାଙ୍କ ଆକାଉଣ୍ଟରେ DBT ଅନୁସାରେ ଡାଇରେକ୍ଟ ଟଙ୍କା ଟ୍ରାନ୍ସଫର କରିଛନ୍ତି ବୋଲି ଅମିତ ଶାହ କହିଛନ୍ତି |
Comments are closed.