ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଋପେ ଶପଥ ନେଲେ ମମତା, ଜାଣନ୍ତୁ ତାଙ୍କ ରାଜନୀତି କ୍ୟାରିୟର ସଂପର୍କରେ

Share It

ଆଜିଠୁ ଆରମ୍ଭ ହେଲା ମମତାଙ୍କ ତୃତୀୟ ଇନିଂସ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମମତା ବାନାର୍ଜୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ରାଜଭବନରେ ନିରାଡମ୍ୱର ଉତ୍ସବରେ ହୋଇଥିଲା ଏହି ଶପଥଗ୍ରହଣ ଉତ୍ସବ । କୋଭିଡ ସ୍ଥିତିକୁ ଦେଖି ବେଶି ଲୋକଙ୍କୁ ଏଠିକୁ ଆମନ୍ତ୍ରଣ କରାଯାଇନଥିଲା ।

ଉତ୍ସବକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ଭାରତୀୟ ଜନତା ପାର୍ଟୀ ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଉପସ୍ଥିତ ଥିଲେ। ସେହିପରି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସମେତ ଅନେକ ଅତିଥି ସାମିଲ ହୋଇଥିଲେ ଶପଥ ଗ୍ରହଣ ସମାରୋହରେ । କୋଭିଡ ପାଇଁ ଏହି ଉତ୍ସବ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିପାରିବେ ନାହିଁ । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ବିପୁଳ ସଂଖ୍ୟାରେ ଜିତି ପୁଣିଥରେ ଆସନ ଦଖଲ କରିଛି ତୃଣମୂଳ । ସେମାନଙ୍କ ଦଖଲରେ ଏଥର ୨୧୩ଟି ଆସନ ରହିଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମମତା ନିରାଡମ୍ବର ଭାବରେ ନିଜର ଶପଥ ଗ୍ରହଣ ସମାରୋହ ଆୟୋଜିତ କରିଛନ୍ତି। ତେବେ ଜାଣନ୍ତି କି ଟିଏମସିର ଏହି ଫାୟାରବଣ୍ଡ ନେତା ମମତା ବାନାର୍ଜୀ ୧୫ ବର୍ଷ ବୟସରୁ ହିଁ ରାଜନୀତି ଜଗତରେ ପାଦ ରଖିଥିଲେ। ମମତା ବାନାର୍ଜୀ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କର ଜନ୍ମ ପଶ୍ଚିମବଙ୍ଗର କୋଲକାତାରେ ହୋଇଥିଲା। ଚିକିିତ୍ସା ସୁବିଧା ଅଭାବରୁ ମାତ୍ର ୧୭ ବର୍ଷ ବୟସରେ ନିଜ ବାପା ପ୍ରୋମିଲେଶ୍ୱର ବାନାର୍ଜୀଙ୍କୁ ହରାଇଥିଲେ। ମମତାଙ୍କୁ ସବୁବେଳେ ସରଳ ଜୀବନଯାପନ ଖୁବ୍ ପସନ୍ଦ। ସବୁବେଳେ ଧଳା ଶାଢୀ ଓ ସ୍ଳିପର ଚପଲ ପିନ୍ଧିଥିବାର ଦେଖିବାକୁ ମିଳିଥାନ୍ତି। ତେବେ ଜାଣନ୍ତି କି ମମତା ଶିକ୍ଷାଗତ ଯୋଗ୍ୟତାରେ ବହୁ ବଡ ନେତାଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ମମତା ଖୁବ୍ ଉଚ୍ଚଶିକ୍ଷିତା। ସେ ୧୯୭୦ ରେ ନିଜର ହାଇୟର ସେକେଣ୍ଡାରୀ ବୋର୍ଡ ପରୀକ୍ଷା ଦେଶବନ୍ଧୁ ଶିଶୁ ଶିକ୍ଷାଳୟରୁ ପାସ୍ କରିଥିଲେ। ଏହାପରେ ଯୋଗମାୟା ଦେବୀ କଲେଜରୁ ଇତିହାସରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିଲେ। କେବଳ ସେତିକି ନୁହେଁ, ଦିଦି ୟୁନିଭର୍ସିଟି ଅଫ୍ କୋଲକାତାରୁ ଇସଲାମିକ୍ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ଶ୍ରୀ ଶିକ୍ଷାୟାଟନ କଲେଜରୁ ଶିକ୍ଷାରେ ଡିଗ୍ରୀ ଓ ଯୋଗେଶ ଚନ୍ଦ୍ର ଚୌଧୁରି ଲ କଲେଜ, କଲେକରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ। ସେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଳୋଜି, ଭୁବନେଶ୍ୱରରୁ ଡକ୍ଟରେଟ୍ ଉପାଧି ପ୍ରାପ୍ତ କରିଛନ୍ତି। ତାଙ୍କୁ କୋଲକାତା ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍ ଅଫ୍ ଲିଟରେଚର(ଡି.ଲିଟ୍)ର ଉପାଧିରେ ସମ୍ମାନିତ କରାଯାଇଛି। ମମତା ବାନାର୍ଜୀ ରାଜନୀତିରେ ସେତେବେଳେ ପ୍ରବେଶ କରିଥିଲେ, ତାଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା। ଯୋଗମାୟା ଦେବୀ କଲେରେ ପଢିବା ବେଳେ ସେ କଂଗ୍ରେସ (ଆଇ) ପାର୍ଟିର ଛାତ୍ର ଶାଖା, ଛାତ୍ର ପରିଷଦ ୟୁନିୟନର ସ୍ଥାପନା କରିଥିଲେ। ଯାହାକି ଭାରତୀୟ ସମାଜବାଦୀ ଏକତା କେନ୍ଦ୍ର(କମ୍ୟୁନିଷ୍ଟ) ସହିତ ସମ୍ପର୍କ ରଖିଥିବା ଅଖିଳ ଭାରତୀୟ ଲୋକତନ୍ତ୍ର ଛାତ୍ର ସଂଗଠନକୁ ହରାଇ ଦେଇଥିଲା।


Share It

Comments are closed.