ମାଲେସିଆରେ ରାଜନୈତିକ ସଂକଟ, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁହାଇଦ୍ଦିନ ୟାସିନ
ମାଲେସିଆରେ ରାଜନୈତିକ ସଂକଟ । ଫଳରେ ପ୍ରଧାନମନ୍ତ୍ରୀ ମୁହାଇଦ୍ଦିନ ୟାସିନ୍ ସୋମବାର ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ଇସ୍ତଫା ଦେବା ପରେ ସେ କହିଥିଲେ ଯେ ଶାସନ କରିବାକୁ ସେ ସଂଖ୍ୟା ଗରିଷ୍ଠତାର ସମର୍ଥନ ହରାଇବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହା ସହ ସେ ଅଳ୍ପ ସମୟ ପାଇଁ ଶାସନ କରିବା ନେତା ବି ହୋଇଛନ୍ତି ।
ଇନଷ୍ଟାଗ୍ରାମରେ ସୂଚନା ଦେବାବେଳେ ବିଜ୍ଞାନ ମନ୍ତ୍ରୀ ଖୈରୀ ଜମାଲୁଦ୍ଦିନ ଲେଖିଛନ୍ତି ଯେ ମନ୍ତ୍ରିମଣ୍ଡଳ ରାଜାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ଏହାପୂର୍ବରୁ ୟାସିନ୍ ସୋମବାର ମାଲେସିଆର ରାଜାଙ୍କୁ ଭେଟିବା ପାଇଁ ରାଜପ୍ରାସାଦରେ ପହଞ୍ଚିଥିଲେ । କିଛି ସମୟ ପରେ ସେ ଇସ୍ତଫା ଦେଇଥିଲେ । ୟାସିନ୍ ୧୮ ମାସ ତଳେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଦେଶରେ ମହାମାରୀ କରୋନା ଜୀବାଣୁ ସହ ଲଢୁଥିବା ଦେଶରେ ମଧ୍ୟ ଏକ ରାଜନୈତିକ ସଙ୍କଟ ଦେଖାଦେଇଛି ।
Comments are closed.