ମକର ସଂକ୍ରାନ୍ତି ପୂର୍ବରୁ ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଚମକିବ

Share It

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ବିଶେଷ ସ୍ଥାନ ଦିଆଯାଇଛି। ତେଣୁ ସୂର୍ଯ୍ୟଙ୍କର ଶୁଭ ଅବସ୍ଥିତିରେ ଭାଗ୍ୟୋଦୟ ହୋଇଥାଏ ବୋଲି ବିଶ୍ଵାସ କରାଯାଏ। ସୂର୍ଯ୍ୟଙ୍କୁ ଆତ୍ମା, ପିତା, ମାନ, ସମ୍ମାନ, ସଫଳତା, ପ୍ରଗତି, ସରକାରୀ ଓ ବେସରକାରୀ ସେବାର କାରକ ଗ୍ରହ କୁହାଯାଏ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ମହତ୍ତ୍ଵ ରହିଛି। ଜ୍ୟୋତିଷ ଗଣନା ଅନୁସାରେ ମକର ସଂକ୍ରାନ୍ତି ପୂର୍ବରୁ କିଛି ରାଶିଙ୍କ ଭାଗ୍ୟ ଚମକି ଉଠିବ। ଏହି ରାଶି ଗୁଡ଼ିକ ଉପରେ ସୂର୍ଯ୍ୟ ଦେବଙ୍କର ବିଶେଷ କୃପା ରହିବ। ତେବେ ୨୦୨୨ରେ ମକର ସଂକ୍ରାନ୍ତି ଜାନୁଆରୀ ୧୪ରେ ପଡୁଛି। ତେବେ ଜାଣନ୍ତୁ ମକର ସଂକ୍ରାନ୍ତି ପୂର୍ବରୁ କେଉଁ ରାଶି ଗୁଡ଼ିକର ହେବ ଭାଗ୍ୟୋଦୟ।

ମେଷ ରାଶି-
ଏହି ସମୟରେ ମେଷ ରାଶି ଉପରେ ଭଲ ପ୍ରଭାବ ପଡିବ। ସୂର୍ଯ୍ୟ ଗୋଚର କାଳରେ ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ବୃଦ୍ଧି ହେବ। ଜୀବନ ସାଥୀଙ୍କ ସହ ସମୟ ବିତେଇବାକୁ ସୁଯୋଗ ମିଳିବ।

ମିଥୁନ ରାଶି-
ଧାର୍ମିକ ଯାତ୍ରା କରିବାକୁ ସୌଭାଗ୍ୟ ପ୍ରାପ୍ତି ହେବ। ଆର୍ଥିକ ସମସ୍ୟା ଦୂର ହେବ। ଦିଆନିଆ ଭଲ ହେବ। ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତି କରିବେ। ଦାମ୍ପତ୍ତ୍ୟ ଜୀବନ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବ।

କର୍କଟ ରାଶି-
ଆତ୍ମ ବିଶ୍ଵାସ ବଢିବ। କାର୍ଯ୍ୟକ୍ଷେତ୍ରରେ ଆପଣ ଆପଣଙ୍କ କାମ ପାଇଁ ପ୍ରଶଂସା ସାଉଁଟିବେ। କାର୍ଯ୍ୟରେ ସଫଳତାର ଯୋଗ ରହିଛି। ମାନ-ସମ୍ମାନ ବଢିବ। ମା ଲକ୍ଷ୍ମୀଙ୍କ ବିଶେଷ କୃପା ବଢିବ। ଆର୍ଥିକ ଅବସ୍ଥା ମଜବୁତ ହେବ। ଶିକ୍ଷା କ୍ଷେତ୍ରରେ ଥିବା ଲୋକମାନଙ୍କର ସମୟ ଶୁଭ ରହିଛି।

ସିଂହ ରାଶି-
ଧାର୍ମିକ ଯାତ୍ରା କରିବା ପାଇଁ ସୌଭାଗ୍ୟ ପ୍ରାପ୍ତି ହେବ। ଆର୍ଥିକ ସମସ୍ୟା ଦୂର ହେବ। ନେଣ ଦେଣ ଭଲ ହେବ। ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତି କରିବେ। ଦାମ୍ପତ୍ତ୍ୟ ଜୀବନ ସୁଖମୟ ହେବ। ପରିବାର ସହ ସମୟ ଅତିବାହିତ କରିବେ।

ବିଛା ରାଶି-
ବିଦେଶ କମ୍ପାନୀ ସହ ଜଡ଼ିତ ଲୋକମାନଙ୍କୁ ଲାଭ ମିଳିବ। ବ୍ୟାପାରରେ ଲାଭ ହେବ। ମାନସିକ ଦୁଶ୍ଚିନ୍ତା କମିବ। ସ୍ଥାନ ପରିବର୍ତ୍ତନ କିମ୍ବା ପ୍ରମୋସନର ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ଥିବା ଲୋକମାନଙ୍କୁ ଶୁଭ ଫଳ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।


Share It

Comments are closed.