ନିମିଷକେ ଶେଷ ହୋଇଗଲା ହସଖୁସିର ପରିବାର: ଅନିୟନ୍ତ୍ରିତ କାର୍ କୂଅକୁ ଖସିବାରୁ ୯ ଜଣଙ୍କ ପ୍ରାଣହାନି
ନୂଆ ଦିଲ୍ଲୀ: ମହାରାଷ୍ଟ୍ରର ନାସିକ ଜିଲ୍ଲାର ଦିଣ୍ଡୋରୀ ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯାହା ପୂରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଏକ ମାରୁତି XL6 କାର୍ ଅନିୟନ୍ତ୍ରିତ ହୋଇ ରାସ୍ତା କଡ଼ରେ ଥିବା ଏକ ପାଣି ଭର୍ତ୍ତି କୂଅ ଭିତରକୁ ଖସି ପଡ଼ିଥିଲା।
ଏହି ଦୁର୍ଘଟଣାରେ କାର୍ରେ ଥିବା ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ଥିଲେ। ସବୁଠାରୁ ଦୁଃଖଦ ବିଷୟ ହେଉଛି ଯେ, ମୃତକଙ୍କ ମଧ୍ୟରେ ୬ ଜଣ ଛୋଟ ପିଲା ମଧ୍ୟ ସାମିଲ ଅଛନ୍ତି।

Comments are closed.