ତେଲର ବଢ଼ୁଥିବା ଦରକୁ ନେଇ ଅକ୍ଷୟ କୁମାର ଓ ଅମିତାଭ ବଚନଙ୍କୁ ଟାର୍ଗେଟ କଲେ ମହାରାଷ୍ଟ୍ର ମନ୍ତ୍ରୀ
ଦେଶରେ ପେଟ୍ରୋଲ ଏବଂ ଡିଜେଲର ବଢ଼ୁଥିବା ଦାମକୁ ନେଇ ଦେଶରେ ବିରୋଧ ଜାରି ରହିଛି । ଏହା ମଧ୍ୟରେ ଅଚାନକ ଅଭିନେତା ଅମିତାଭ ବଚନ ଏବଂ ଅକ୍ଷୟ କୁମାରଙ୍କୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଏହି ବିବାଦ ପ୍ରେଟ୍ରୋଲ ଡିଜେଲ ସହ ସମ୍ପର୍କିତ । ଅସଲରେ ଅମିତାଭ ବଚନ ଏବଂ ଅକ୍ଷୟ କୁମାର ୟୁପିଏ ସରକାରରେ ପେଟ୍ରୋଲ ଡିଜେଲର ବଢ଼ୁଥିବା ଦାମକୁ ନେଇ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଏବେ ଏଇ ଦୁଇଜଣ ଏହା ଉପରେ ମୌନ ରଖିଛନ୍ତି । ଏଥିପାଇଁ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଜିତେନ୍ଦ୍ର ଅହ୍ୱାଦ ଏମାନଙ୍କ ଉପରେ ଟାର୍ଗେଟ କରିଛନ୍ତି ।
୨୦୧୨ ମସିହାରେ ଅମିତାଭ ବଚନ ତେଲର ବଢ଼ୁଥିବା ଦରକୁ ନେଇ ଏକ ଚୁଟ୍କୁଲା ଲେଖିଥିଲେ । ଟ୍ୱିଟ କରିଥିଲେ ଯେ, “ପେଟ୍ରୋଲ ଦାମ ୭.୫ ଟଙ୍କା ବଢ଼ିଯାଇଛି । ପମ୍ପ ଆଟେଡାଂଟ କେତେକର ପକାଇବି? ମୁମ୍ବାଇକର ୨.୪ ଟଙ୍କାର କାର ଉପରେ ସ୍ପ୍ରେ କରିଦିଅ ଭାଇ, ଜଳାଇବାର ଅଛିା” ଅମିତାଭଙ୍କର ଏହି ଟ୍ୱିଟକୁ ରିଟ୍ୱିଟ କରି ଏବେ ଜିତେନ୍ଦ୍ର ଅହ୍ୱାଡ଼ ଲେଖିଛନ୍ତି ଯେ, “ଆପଣ କଣ ପେଟ୍ରୋଲ ପମ୍ପରେ ପୁଣି ଇନ୍ଧନ ଭରାଇନାହାନ୍ତି କିମ୍ବା ବିଲ ଉପରେ ନଜର ଦେଇନାହାନ୍ତି । ଏହା ହିଁ ସମୟ ଆପଣ କିଛି କହିବା ଦରକାର ଏବଂ ନିଷ୍ପକ୍ଷ ରାୟ ରଖନ୍ତୁ । ଆଶା ରହିଛି ଆପଣ କୌଣସି ତରଫକୁ ନଇଁଯାଇନଥିବେ । ଡିଜେଲ ପେଟ୍ରୋଲ ଦର ଏବେ ଏତେ ଅଧିକ ହୋଇଯାଇଛି ଯେ ଏବେ ମୁମ୍ବଇକର କଣ କରିବ । କାର ଜଳାନ୍ତୁ କିମ୍ବା କାର ଚଳାନ୍ତୁ ।’
Have u not refilled Ur fuel on petrol pump or u dnt look at the bill @SrBachchan
It's time for u to speak hope u r not biased
The price of diesel petrol has reached peak ab Mumbaikar kya kare car jalaye ya car chalaye https://t.co/ECYwNmmqYq— Dr.Jitendra Awhad (@Awhadspeaks) June 26, 2020
ସେହିଭଳି ୨୦୧୨ ମସିହାରେ ଅକ୍ଷୟ କୁମାର ମଧ୍ୟ ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦର ଉପରେ ଟ୍ୱିଟ କରିଥିଲେ । ସେ ଲେଖିଥିଲେ ଯେ, ‘ଯେତେବେଳେ ମୂଁ ୬୨ଟଙ୍କାକୁ ଟ୍ରେଣ୍ଡ ହେଉଥିବାର ଦେଖିଲି, ତ ମୋତେ ଲାଗିଲା ଯେ ଏହା ନିଶ୍ଚିତ କମିଥିବା ପେଟ୍ରୋଲର ଦାମ କିମ୍ବା କୌଣସି ୬୨ କୋଟିର ଘୋଟାଲା, କିନ୍ତୁ ।”
ଅକ୍ଷୟକୁମାରଙ୍କ ଏହି ଟ୍ୱିଟକୁ ରିଟ୍ୱିଟ କରି ଜିତେନ୍ଦ୍ର ଅହ୍ୱାଦ ଲେଖିଛନ୍ତି ଯେ, “ଆପଣ କଣ ଟ୍ୱିଟରରେ ଆକ୍ଟିଭ ନାହାନ୍ତି? ଆପଣଙ୍କ ସୂଚନା ପାଇଁ ପେଟ୍ରୋଲ-ଡିଜେଲ ଦରରେ ବହୁତ ବୃଦ୍ଧି ପାଇଛି ।”
R u not active on @Twitter …
Have u stopped using cars..
Dnt u read news paper….@akshaykumar ….
There has been a steep #PetrolDieselPriceHike just for Ur information https://t.co/f5Dr1UPFhs— Dr.Jitendra Awhad (@Awhadspeaks) June 25, 2020
Comments are closed.