ପ୍ରେମ ଓ ସଂଘର୍ଷର ଗାଥା ନେଇ ଆସୁଛି ‘ମଙ୍ଗଳାପୁର ଡାୟାରୀ’
ଭୁବନେଶ୍ୱର :ଓଡ଼ିଆ ଫିଲ୍ମ ଜଗତରେ ଆସୁଛି ଏକ ନୂଆ ଚଳଚ୍ଚିତ୍ର, ‘ମଙ୍ଗଳାପୁର ଡାୟାରୀ’, ଯାହା ଦର୍ଶକଙ୍କୁ ଏକ ଭାବନାମୟ ଯାତ୍ରାରେ ନେଇଯିବ। ଏହି ସିନେମାର ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ଅମ୍ଲାନ ଓ ଅଭିନେତ୍ରୀ ତୃପ୍ତି ମିରମ୍ବିକା, ଯାଙ୍କର ସ୍କ୍ରିନ୍-କେମିଷ୍ଟ୍ରି ଦର୍ଶକଙ୍କ ହୃଦୟକୁ ଛୁଇଯିବ।
ଫିଲ୍ମର କାହାଣୀ ଆଧାରିତ ଅଛି ମଙ୍ଗଳାପୁର ନାମକ ଗାଁ ଉପରେ, ଯେଉଁଠି ଲୁଚିଛି ଅନେକ ଗୁପ୍ତ ରହସ୍ୟ। ଏହି ଚଳଚ୍ଚିତ୍ରରେ ଦେଖାଯିବ ପ୍ରେମ, ବିଶ୍ୱାସ, ସ୍ୱପ୍ନ ଓ ସଂଘର୍ଷ ଏମିତି ଭାବନା ଯାହା ପ୍ରତ୍ୟେକ ଦର୍ଶକଙ୍କୁ ପ୍ରଭାବିତ କରିବ ।
‘ମଙ୍ଗଳାପୁର ଡାୟାରୀ’ କେବଳ ଏକ ଫିଲ୍ମ ନୁହେଁ, ଏହା ଏକ ଡାୟାରୀର ପୃଷ୍ଠା ଯେଉଁଥିରେ ଲେଖା ଅଛି ଜୀବନର ଗାଥା, ଯାହା ପ୍ରେମ ଓ ସତ୍ୟର କଥା ଉପରେ ଆଧାରିତ ।
Comments are closed.