ମରି ମଧ୍ୟ ବଞ୍ଚିଉଠେ ଏହି ଗଛ: ଜାଣନ୍ତୁ ଏହି ଯାଦୁକରୀ ଗଛ ବିଷୟରେ!
ଭୁବନେଶ୍ୱର : ଆପଣ କେବେ ଏମିତି ଏକ ଫୁଲ ଦେଖିଛନ୍ତି କି, ଯାହା ପାଣି ବିନା ବର୍ଷ ବର୍ଷ ଧରି ‘ମଲା’ ଭଳି ପଡ଼ିରହିଥାଏ ଏବଂ ପାଣି ପାଇବା ମାତ୍ରେ କିଛି ଘଂଟା ମଧ୍ୟରେ ପୁଣି ସବୁଜ ହୋଇ ଖେଳିଉଠେ? । ଏବେ ସୋସିଆଲ ମିଡିଆରେ ଏହି ‘ଅମରତ୍ୱର ଫୁଲ’ ବା ‘ରୋଜ୍ ଅଫ୍ ଜେରିକୋ’ ର ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଗଛକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।
ଏହି ଗଛକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଶୁଖିଲା ମାଟିଆ ରଙ୍ଗର ଗୋଲା ଭଳି ଦେଖାଯାଉଥିବା ଏହି ଗଛ, ପାଣି ସଂସ୍ପର୍ଶରେ ଆସିବା ମାତ୍ରେ ନିଜର ପତ୍ରଗୁଡ଼ିକୁ ଖୋଲିଦିଏ ଏବଂ ସବୁଜ ହୋଇଯାଏ । ଏହି ଗଛଟି ମୁଖ୍ୟତଃ ମେକ୍ସିକୋ ଏବଂ ଆମେରିକାର ଚିହୁଆହୁଆ ମରୁଭୂମିର ମୂଳ ନିବାସୀ । ଏହି ଯାଦୁକରୀ ଫୁଲକୁ ଲୋକମାନେ ‘ଅମର’ ବୋଲି କହୁଛନ୍ତି, କାରଣ ଏହା ମରିଯାଇ ପୁଣି ଜୀବିତ ହୋଇଉଠେ ।
ଏହି ଯାଦୁକରୀ ଫୁଲର ବୈଜ୍ଞାନିକ ନାମ ହେଉଛି ‘ସେଲାଗିନେଲା ଲେପିଡୋଫିଲା’ । ଏହାକୁ ‘ରିଜରେକସନ ପ୍ଲାଂଟ’ (ପୁନର୍ଜନ୍ମ ପାଉଥିବା ଗଛ), ‘ଡାଇନାସୋର ପ୍ଲାଣ୍ଟ’ କିମ୍ବା ‘ଷ୍ଟାନ ଫ୍ଲାୱାର’ (ପଥର ଫୁଲ) ବୋଲି ମଧ୍ୟ କୁହାଯାଏ । ଏହାର ବିଶେଷତ୍ୱ ହେଉଛି ଶୁଖିଲା ସମୟରେ ଯେତେବେଳେ ପାଣିର ଅଭାବ ହୁଏ, ଏହି ଗଛ ନିଜର ଡାଳଗୁଡ଼ିକୁ ଭିତରକୁ ମୋଡ଼ି ଦିଏ ଏବଂ ଏକ ଛୋଟ ମାଟିଆ ଗୋଲାରେ ପରିଣତ ହୁଏ । ଏହି ସମୟରେ ଏହା ନିଜ ଶରୀରର ୯୫ ପ୍ରତିଶତ ପାଣି ହରାଇ ସମ୍ପୂର୍ଣ୍ଣ ରୂପେ ନିଷ୍କ୍ରିୟ ହୋଇଯାଏ ।
ସେହିପରି ପାଣି ପାଇବା ପରେ ଏହି ଗଛ ଖୁବ୍ ଶୀଘ୍ର ଆର୍ଦ୍ରତା ଶୋଷି ନିଏ । ଏହାର ପତ୍ର ଓ ଡାଳଗୁଡ଼ିକ ଚାରିଆଡ଼େ ବିଛାଇ ହୋଇଯାଏ, ସବୁଜ ହୋଇଯାଏ ଏବଂ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଆରମ୍ଭ କରିଦିଏ । ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମାତ୍ର କିଛି ଘଂଟା ମଧ୍ୟରେ ପୂରା ହୋଇଯାଏ ।
ଏହି ଗଛରେ ‘ଟ୍ରେହାଲୋଜ୍\’ ନାମକ ଏକ ବିଶେଷ ଯୌଗିକ ପଦାର୍ଥ ଥାଏ, ଯାହା ଶୁଖିଲା ସମୟରେ ଏହାର କୋଷଗୁଡ଼ିକୁ ନଷ୍ଟ ହେବାରୁ ରକ୍ଷା କରେ । ଏହି କାରଣରୁ ଏହା ବର୍ଷ ବର୍ଷ ଧରି ବିନା ପାଣିରେ ଜୀବିତ ରହିପାରେ ।
Comments are closed.