ବାଜା ସହ ନାଚ ଗୀତରେ ନିଜ ପ୍ରିୟ ଦିବଂଗତ ବନ୍ଧୁଙ୍କୁ ଶେଷ ବିଦାୟ ଦେଲେ ସାଙ୍ଗ
ନିଜର ପ୍ରିୟ ବନ୍ଧୁ ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ସ୍ୱରୁପ, ମଧ୍ୟ ପ୍ରଦେଶସ୍ଥିତ ଯୱାଶୀ ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ଦିବଂଗତ ସାଙ୍ଗଙ୍କ ଶବଯାତ୍ରାକୁ ଶୋକଯାତ୍ରାରେ ପରଣିତ କରିବା ପରିବର୍ତ୍ତେ ବାଜା ଓ ନାଚି ଶେଷ ବିଦାୟ ଦେଇଥିଲେ ।
ମୃତ୍ୟୁ ପୂର୍ବରୁ ଦିବଂଗତ ବ୍ୟକ୍ତି ଜଣକ ଏକ ଅନନ୍ୟ ଉଚ୍ଛା ପ୍ରକାଶ କରିଥିଲେ । ତାଙ୍କର ଶେଷ ଯାତ୍ରାକୁ ଶୋକଯାତ୍ରା ପରିବର୍ତ୍ତେ ବାଜା ଏବଂ ନାଚରେ ତାଙ୍କ ଶେଷ ବିଦାୟ ଦିଆଯାଉ ବୋଲି ଇଚ୍ଛା ପ୍ରକାଶ କରିଥିଲେ ।
୨୦୨୧ରେ ନିଜ ପ୍ରିୟ ସାଙ୍ଗକୁ ଏକ ପତ୍ର ଲେଖି ତାଙ୍କର ଏହି ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ଅନୁରୋଧ କରିଥିଲେ । ଢୋଲ, ବାଜା ଓ ନାଚ ସହ ତାଙ୍କୁ ଶେଷ ବିଦାୟ ଦେବା ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ ।
View this post on Instagram
ଦିବଂଗତ ବନ୍ଧୁଙ୍କ ଶେଷ ଉଚ୍ଛା ରଖିବାକୁ ଯାଇ ତାଙ୍କ ବନ୍ଧୁଗଣ ଢୋଲ, ବାଜା ଓ ନାଚ ସହ ଖୁବ ହସ ଉଲ୍ଲାସରେ ଶେଷ ବିଦାୟ ଦେଇଥିଲେ ।
ସେହି ବିଦାୟ ସମୟରେ ଭାବପ୍ରବଣପୂର୍ଣ୍ଣ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିବଂଗତ ସାଙ୍ଗଙ୍କ ପାଇଁ ତାଙ୍କ ବନ୍ଧୁଗଣଙ୍କ ସେହି ଭଲ ପାଇବାକୁ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି । ଜଣେ ଲେଖିଛନ୍ତି“ ସମସ୍ତଙ୍କୁ ଏଭଳି ଜଣେ ସାଙ୍କ ମିଳିବାର ଆର୍ଶୀବାଦ ମିଳୁ”
Comments are closed.