ମହଙ୍ଗା ହେଲା ଘରୋଇ ଏଲପିଜି ସିଲିଣ୍ଡର। ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ ୧୪ କେଜି ସିଲିଣ୍ଡର ଗ୍ୟାସ ଉପରେ କେନ୍ଦ୍ର ସରକାର୫୦ ଟଙ୍କା ବୃଦ୍ଧି କରିଛନ୍ତି । ଏପରିକି ଉଜ୍ଜ୍ବଳା ଯୋଜନାରେ ମିଳୁଥିବା ଗ୍ୟାସ ସିଲିଣ୍ଡରର ଦାମ ମଧ୍ୟ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପରେ ଏବେ ଓଡ଼ିଶାରେ ୮୭୯ ଟଙ୍କା ଦେଇ ୧୪ କେଜି ଏଲପିଜି ଗ୍ୟାସ ସିଲିଣ୍ଡର କିଣିବାକୁ ପଡ଼ିବ । ପୂର୍ବରୁ ୮୨୯ ଟଙ୍କାରେ ଖାଉଟି ପାଉଥିଲେ। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁତୁ ହୁତୁ ହୋଇ ବଢ଼ି ଚାଲିଥିବା ବେଳେ ଗ୍ୟାସ ଦର ବୃଦ୍ଧି ଗରିବ, ମଧ୍ୟବିତ୍ତ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
Comments are closed.