ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ଭାରତୀୟ ଦଳକୁ ଉପଦେଶ ଦେଲେ ଗାଙ୍ଗୁଲୀ
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ ମୁକାବିଲା ପୂର୍ବରୁ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଚାମ୍ପିଅନ୍ସିପ ଫାଇନାଲ୍ ମ୍ୟାଚ୍ରେ ବିରାଟ କୋହଲି ସାଉଥମ୍ପଟନ୍ରେ ଟସ୍ ଜିତିଲେ ବ୍ୟାଟିଂ ନେବା ଶ୍ରେୟସ୍କର ହେବ । ଏପରିକି ପାଗ କୋହଲା ରହିଲେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବା ଉଚିତ । କାରଣ ପ୍ରତିକୂଳ ପରିବେଶରେ ଆମ ଦଳ ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଗତ ଅଷ୍ଟ୍ରେଲିଆ ଗସ୍ତର ଫଳାଫଳକୁ ଏଠାରେ ଉଦାହରଣ ଦିଆଯାଇପାରିବ । ପ୍ରଥମ ଇନିଂସରେ ବିଫଳ ହେଲେ ସ୍ଥିତି ସୁଧାରିବା ପାଇଁ ଦ୍ୱିତୀୟ ଇନିଂସ ହାତରେ ରହିବ । ତେଣୁ ମୋ ମତରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ଆମ ପାଇଁ ଠିକ୍ ରହିବ ।
ନ୍ୟୁଜିଲାଣ୍ଡ ଦଳ ମଧ୍ୟ ଅନୁରୂପ ଶକ୍ତିଶାଳୀ ଓ ଶୃଙ୍ଖଳିତ । ତେଣୁ ଭାରତକୁ ଟ୍ରଫି ଜିତିବା ସହଜ ହେବ ନାହିଁ । ହେଲେ କୋହଲି ବାହିନୀ ସାଉଥମ୍ପଟନ୍ରେ ବିଜୟ ସହ ଇତିହାସ ରଚିବ ବୋଲି ମୁଁ ଆଶା କରୁଛି । ଆମ ଦଳ ମଧ୍ୟ ବେଶ୍ ସନ୍ତୁଳିତ । କୋହଲି ବାହିନୀ ସେଠାରେ ପ୍ରଭାବୀ ପ୍ରଦର୍ଶନ କରିବ । ଗତ ଦୁଇ ବର୍ଷ ହେଲା ଆମ ଦଳ କଠିନ ପରିଶ୍ରମ କରି ଫାଇନାଲରେ ପହଞ୍ଚିଛି । ତେଣୁ ଏତେ ସହଜରେ ଟ୍ରଫି ହାତଛଡ଼ା କରିବ ନାହିଁ । ଦଳର ବ୍ୟାଟିଂ ବିଭାଗ ବେଶ୍ ଶକ୍ତିଶାଳୀ । ୬ଜଣ ବ୍ୟାଟ୍ସମ୍ୟାନ୍ ଓ ୨ଜଣ ଅଲ୍ରାଉଣ୍ଡର ନେଇ ଭାରତ ଗ୍ରାଉଣ୍ଡକୁ ଓହ୍ଲାଇବ । ତେଣୁ ପ୍ରତ୍ୟେକ ବ୍ୟାଟ୍ସମ୍ୟାନ ଦକ୍ଷତା ଅନୁଯାୟୀ ଖେଳିଲେ ଲମ୍ବା ବ୍ୟାଟିଂ କ୍ରମ ନ୍ୟୁଜିଲାଣ୍ଡ ବୋଲରଙ୍କ ପାଇଁ ଚିନ୍ତାର କାରଣ ହେବ
Comments are closed.