ଶ୍ରମିକ ସ୍ପେଶାଲ ଟ୍ରେନରେ ଘରକୁ ଫେରୁଥିବା ନବଜାତର ମୃତ୍ୟୁ
ମୁମ୍ବାଇରୁ ଗୋରଖପୁର ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଏକ ନବଜାତ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭୀଷଣ ବିଗିଯି ଯାଇଥିଲା । ଶିଶୁଟିର ସ୍ୱାସ୍ଥ୍ୟ ବିଗିଡିଯିବା ଫଳରେ ଦମ୍ପତି ରେଳ ବିଭାଗର କଣ୍ଟ୍ରୋଲରୁମକୁ ସୂଚନା ଦେଇଥିଲେ । ଏହା ପରେ ଟ୍ରେନକୁ ଓରାଇ ଷ୍ଟେସନରେ ଅଟକାଇ ଦିଆଯାଇଥିଲା । ଏଠାରୁ ଶିଶୁଟିକୁ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଥିବାବେଳେ, ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ ।
ସର୍ବେଶ ସିଂହ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ ନବଜାତ ଶିଶୁ ସହ ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ମୁମ୍ବାଇରୁ ଗୋରଖପୁର ଯାଉଥିଲେ । ଟ୍ରେନ ଝାନ୍ସୀ ଟପିଲାବେଳକୁ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାର ଦମ୍ପତି ଜାଣିବାକୁ ପାଇଲେ । କିଛି ସମୟ ପର୍ଯ୍ୟନ୍ତ ଶିଶୁଟି ଆଖି ନଖୋଲିବା ପରେ ସର୍ବେଶ ନବଜାତର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ରେଳ ବିଭାଗକୁ ଏକ ସଂପର୍କରେ ସୂଚନା ଦେଇଥିଲେ । ସେତେବେଳେ ଟ୍ରେନ ଓରାଇ ଷ୍ଟେସନରେ ପହଞ୍ଚିସାରିଥିଲା । ଜରୁରୀକାଳୀନ ଷ୍ଟପେଜ ପରିସ୍ଥିତି ପାଇଁ ଓରାଇ ଷ୍ଟେସନରେ ଏକ୍ସପ୍ରେସକୁ ସନ୍ଧ୍ୟା ୪ଟା ବେଳେ ଅଟକାଇ ଦିଆଯାଇଥିଲା । ଏହି ସୂଚନା ପାଇଁ ଡାକ୍ତରୀ ଦଳ ମଧ୍ୟ ୧ ନମ୍ବର ପ୍ଲାଟଫର୍ମରେ ପହଞ୍ଚି ଯାଇଥିଲେ । ଏହା ପରେ ଡାକ୍ତରୀ ଦଳ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ପରେ ସେମାନେ ଶିଶୁଟିକୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନେଇ ଯିବା ପାଇଁ ରେଫର କରିଥିଲେ । ଶିଶୁଟିକୁ ସିଧା ମହିଳା ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏହା ପରେ ଦ୍ୱିତୀୟ ଶ୍ରମିକ ସ୍ପେଶାଲ ଟ୍ରେନ ୫.୨୮ ମିନିଟରେ ଓରାଇ ଷ୍ଟେସନରେ ପହଞ୍ଚିଥିଲା ଯାହାକୁ ଝାନ୍ସି ଯାଉଥିଲା । ସେହି ଟ୍ରେନରେ ଦମ୍ପତିଙ୍କୁ ମୃତ ନବଜାତ ଶିଶୁ ସହ ପଠାଇ ଦିଆଯାଇଥିଲା ।
ରେଳ ଷ୍ଟେସନରେ ଚେକଅଫ କରିଥିବା ଡାକ୍ତରଙ୍କ ଅନୁଯାୟୀ, ଟ୍ରେନ ଭିତରେ ଗରମ ହେତୁ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିବା ହେତୁ ତା’ର ମୃତ୍ୟୁ ହୋଇଥାଇପାରେ ।
Comments are closed.