ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଙ୍କୁ ଶପଥ ପାଠ କରାଇବେ ଏଲିଜାବେଥ-୨


ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ୪୭ ବର୍ଷୀୟା ଲିଜ୍ ଟ୍ରସ୍ । ତାଙ୍କୁ ଶପଥପାଠ କରାଇବେ ରାଣୀ ଏଲିଜାବେଥ-୨ । ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍‌ଙ୍କୁ ସେ ୨୦,୦୦୦ରୁ ଅଧିକ ଭୋଟ୍‌ରେ ହରାଇଛନ୍ତି । ସେ ତୃତୀୟ ମହିଳା ଭାବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବେ ।

ରାଣୀ ଏଲିଜାବେଥ୍ ଦ୍ୱିତୀୟ ମଙ୍ଗଳବାର ଲିଜ୍ ଟ୍ରସ୍‌ଙ୍କ ନାମ ଔପଚାରିକ ଭାବେ ଘୋଷଣା କରି ତାଙ୍କର ଶପଥପାଠ କରାଇବେ । ସ୍କଟ୍‌ଲାଣ୍ଡରେ ଏଥିପାଇଁ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହେବ । ଏପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଲିଜ୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ୱରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ।

ଦକ୍ଷିଣପନ୍ଥୀ ଲିଜ୍ ବ୍ରିଟେନର ପ୍ରଧାନମନ୍ତ୍ରୀ ଜନସନ୍‌ଙ୍କ ସ୍ଥାନ ନେବେ । ଲିଜ୍‌ଙ୍କୁ ଦେଶର ଫାୟରବ୍ରାଣ୍ଡ ଲେଡି ଭାବେ ଗଣନା କରାଯାଏ । ଦୁଇମାସ ଧରି ଚାଲିଥିବା ନିର୍ବାଚନରେ ଋଷିଙ୍କ ସହ ତାଙ୍କତର କଡ୍ଡା ଟକ୍କର ହୋଇଥିଲା ।


Share It

Comments are closed.