ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ଭଳି ୟୁକ୍ରେନ ଗସ୍ତ କରିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍
ବ୍ରିଟେନର ରାଷ୍ଟ୍ରପତି ବୋରିସ୍ ଜନସନ ନିକଟରେ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଅଚାନକ ଗ୍ରସ୍ତ କରିଥିଲେ । ଏହି ସମୟରେ ସେ ରୁଷର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା କିଭ୍ ସହରକୁ ବୁଲି ଦେଖିଥିଲେ । ଜନସନ ଜେଲେନସ୍କିଙ୍କ ସହ କିଭ୍ର ରାସ୍ତାରେ ବୁଲୁଥିବା ଦେଖାଯାଇଥିଲା । ତାଙ୍କ ଗସ୍ତ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ତେବେ ଏହି ସମୟରେ ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ସାକି ଏହି ଘଟଣାକୁ ସ୍ପଷ୍ଟ କରିଛନ୍ତି ।
ଏଠାରେ ସୂଚନାଥାଉକି, ବୁଧବାର ଆମେରିକାର ଗଣମାଧ୍ୟମ କହିଛି ଯେ, ଯେ ବାଇଡେନ ପ୍ରଶାସନ ଜେଲେନସ୍କିଙ୍କ ସହ ସାକ୍ଷାତ କରିବାକୁ କିଭ୍କୁ ଜଣେ ଉଚ୍ଚ ସ୍ତରୀୟ ଅଧିକାରୀ ପଠାଇବାକୁ ଚିନ୍ତା କରୁଛି । ଖବର ଅନୁଯାୟୀ, ଏହି ବିକଳ୍ପଗୁଡ଼ିକରେ ଆମେରିକାର ରାଷ୍ଟ୍ରପତି, ଉପରାଷ୍ଟ୍ରପତି କମଲା ହାରିସ୍, ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ କିମ୍ବା ପ୍ରତିରକ୍ଷା ସଚିବ ଲାୟଡ ଅଷ୍ଟିନଙ୍କ ନାମ ରହିଛି ।
ରୁଷର ସାମରିକ ଅପରେସନ୍ ମଧ୍ୟରେ ଦେଶକୁ ସମର୍ଥନ ଜଣାଇବା ପାଇଁ ନିକଟରେ ଅନେକ ବିଦେଶୀ ନେତା ଏବଂ ବରିଷ୍ଠ ଅଧିକାରୀ ୟୁକ୍ରେନ ଗସ୍ତ କରିଛନ୍ତି।
Comments are closed.