ଲିଭାଇସ୍‌ପ୍ପ ବାୟ ବେଟର୍‌, ୱେର୍ ଲଙ୍ଗର୍ ଅଭିଯାନ

Share It

ଭୁବନେଶ୍ୱର: ଲିଭାଇସ୍ ପକ୍ଷରୁ ଏକ ନୂଆ ସ୍ପ୍ରିଙ୍ଗ କ୍ୟାମ୍ପେନ୍‌- ‘ବାୟ ବେଟର୍‌, ୱେର୍ ଲଙ୍ଗର୍‌’ର ଶୁଭାରମ୍ଭ କରାଯାଇଛି, ଯାହା ପୋଷାକ ଉତ୍ପାଦନ ଓ ବ୍ୟବହାର କାରଣରୁ ପରିବେଶ ଉପରେ ପଡ଼ୁଥିବା ପ୍ରଭାବ ଉପରେ ଆମର ସହଭାଗୀ ଦାୟିତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛି । ଆମ ପୃଥିବୀର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ପ୍ରସଙ୍ଗଗୁଡିକ ଉପରେ କାର୍ଯ୍ୟ କରୁଥିବା ୬ ଜଣ ପ୍ରତିଷ୍ଠିତ ବ୍ୟକ୍ତି ଓ କାର୍ଯ୍ୟକର୍ତାଙ୍କ ଉତ୍ସାହ ସମେତ ଜାଡେନ୍ ସ୍ମିଥ୍‌, ସିୟେ ବାଷ୍ଟିଡା, ମେଲାଟି ୱିସେନ୍‌, ସୁତେଜ୍‌କ୍ୟାଟ୍‌, ଏମା ଚାମ୍ବରଲେନ୍ ଓ ମାର୍‌କସ ରାସ୍‌ଫୋର୍ଡ ଏମ୍‌ବିଇଙ୍କ ଭଳି ଚେଞ୍ଜ୍‌ମେକର୍‌ମାନଙ୍କର ଏକ ପ୍ରେରଣାଦାୟକ ଗୋଷ୍ଠୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମଲ୍ଟି-ପ୍ଲାଟ୍‌ଫର୍ମ ଗ୍ଲୋବାଲ ଆଡ୍ ଅଭିଯାନ, ଗୁଣାତ୍ମକ ପୋଷାକ ପ୍ରସ୍ତୁତ କରିବା ନେଇ ଲିଭାଇସ୍‌ର ଦୀର୍ଘ ଦିନର ପ୍ରତିଶ୍ରୁତିକୁ ପ୍ରତିଫଳନ କରୁଛି, ଯାହାକୁ ପିଢି ପରେ ପିଢି ବ୍ୟବହାର କରାଯାଇପାରିବ । ‘ବାୟ ବେଟର୍‌, ୱେର୍ ଲଙ୍ଗର୍‌’ ଅଭିଯାନ, ଜଳବାୟୁ ଓ ଜଳ ସମ୍ବନ୍ଧିତ ଉଚ୍ଚାଭିଳାଷୀ ପଦକ୍ଷେପର ପରିଚାଳନା କରି, କଟନାଇଜ୍‌ଡ ହେମ୍ପ ଓ ଅର୍ଗାନିକ୍ କଟନ ଭଳି ସାମଗ୍ରୀ ଓ ଟେକ୍ନୋଲୋଜିଗୁଡିକରେ ନିବେଶ କରି, ଜଳବିହୀନ ଉତ୍ପାଦନକୁ ବୃଦ୍ଧି କରି ଅଧିକ ସ୍ଥାୟୀ ଉତ୍ପାଦନ ଅଭ୍ୟାସଗୁଡିକୁ ପରିଚାଳନା କରିବାରେ ଲିଭାଇସ୍‌ର ଜାରି ରହିଥିବା ପ୍ରୟାସକୁ ଅନ୍ତର୍ଭୁକ୍ତ କରୁଛି । ସମସ୍ତ ଲିଭାଇସ୍ ଷ୍ଟ୍ରାଉସ୍ ଆଣ୍ଡ କୋ. ପ୍ରଡକ୍ଟଗୁଡିକର ୭୬% ଏବଂ ସମସ୍ତ ଲିଭାଇସ୍ ବଟମ୍ ଓ ଟ୍ରକର୍ ଜ୍ୟାକେଟ୍‌ର ୭୦%କୁ ଏବେ ବ୍ରାଣ୍ଡର ଜଳବିହୀନ ଟେକ୍ନୋଲୋଜିର ବ୍ୟବହାର କରି ପ୍ରସ୍ତୁତ କରାଯାଉଛି- ଏହାକୁ ଫିନିଶିଙ୍ଗ ଟେକ୍‌ନିକ୍‌ର ଏକ ସିରିଜ୍ ଓ ୱାଟର୍ ରିସାଇକ୍ଲିଙ୍ଗ୍ ଗାଇଡ୍‌ଲାଇନ୍ ଉପରେ ନିର୍ମାଣ କରାଯାଇଛି ଯାହା ୪ ବିଲିୟନ ଲିଟର୍‌ରୁ ଅଧିକ ଜଳ ସଂଚୟ କରିଛି ଏବଂ ଏହାଦ୍ୱାରା ପ୍ରଥମ ପ୍ରବର୍ତନ ପରଠାରୁ ପ୍ରାୟ ୧୦ ବିଲିୟନ ଲିଟର୍‌ର ଜଳକୁ ପୁନଃଚକ୍ରଣ କରାଯାଇପାରିଛି ।
ଲିଭାଇସ୍‌ର ବ୍ରାଣ୍ଡ ଅଧ୍ୟକ୍ଷ ଜେନିଫର୍ ସେ କହିଛନ୍ତିଯେ, ଲିଭାଇସ୍‌ର ଡେନିମ୍ କେବଳ ଋତୁକାଳୀନ ନୁହେଁ ବରଂ ଅନେକ ପିଢି ପର୍ଯ୍ୟନ୍ତ ପିନ୍ଧିବା ପାଇଁ ଉଦ୍ଦିଷ୍ଟ । ତେଣୁ ଆମେ ଏହି ଅଭିଯାନକୁ ଉପଭୋକ୍ତାଙ୍କୁ ନିଜର ପୋଷାକ ପସନ୍ଦକୁ ନେଇ ଅଧିକ ଉଦ୍ଦେଶ୍ୟମୂଳକ ହେବା : ପ୍ରତ୍ୟେକ ପୋଷାକକୁ ଅଧିକ ସମୟ ପର୍ଯ୍ୟନ୍ତ ପିନ୍ଧିବା, ଉଦାହରଣ ସ୍ୱରୁପ, ପୁରୁଣା ପୋଷାକ କିଣିବା କିମ୍ବା ନିଜ ପୋଷାକର ବ୍ୟବହାର ସମୟକୁ ବଢାଇବା ପାଇଁ ଆମର ଇନ୍‌-ଷ୍ଟୋର୍ ଟେଲର୍ ସପ୍‌ଗୁଡିକୁ ବ୍ୟବହାର କରିବା ଲାଗି ପ୍ରୋତ୍ସାହିତ କରିବାକୁ ବ୍ୟବହାର କରୁଛୁ । ଯଦି ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ତେବେ ପରିବର୍ତନ ଆସିପାରିବ ଏବଂ ଆମେ ପୃଥିବୀ ଉପରେ ଆମର ସାମଗ୍ରିକ ପ୍ରଭାବକୁ ହ୍ରାସ କରିବା କ୍ଷେତ୍ରରେ ସେମାନଙ୍କ ସହ ସହଭାଗିତା କରି ଖୁବ୍ କୃତଜ୍ଞ ମନେ କରୁଛୁ ।
ପ୍ରଡକ୍ଟ ଇନୋଭେଶନର ଭିପି ପଲ୍ ଡିଲିଙ୍ଗରଙ୍କ କହିବା ଅନୁସାରେ, ଏହା ଉଭୟ ଏକ ଶାରୀରିକ ଓ ଭାବନାତ୍ମକ ସ୍ଥାୟିତ୍ୱ ଯାହାକୁ ଆମେ କ୍ୱାଲିଟିରେ ନିବେଶ କରି ଓ ଦୀର୍ଘସ୍ଥାୟୀ ମୂଲ୍ୟ ପାଇଁ ଡିଜାଇନ୍ କରି ଉପଭୋକ୍ତାଙ୍କୁ ପ୍ରଦାନ କରିବା ଲାଗି ଚେଷ୍ଟା କରୁଛୁ । ଆମର କ୍ୟାମ୍ପେନ୍ ସହଯୋଗୀମାନେ ଏହି ପ୍ରୟାସ ପାଇଁ ଆମର ଉତ୍ସାହ ଓ ଆମର ତତ୍ପରତାର ଭାବନାକୁ ବାଂଟୁଛନ୍ତି । ଏସମ୍ପର୍କରେ ଜାଡେନ୍ ସ୍ମିଥ୍ କହିଛନ୍ତି, ମୁଁ ଖୁବ୍ ଖୁସି ଯେ, ଲିଭାଇସ୍ ଥ୍ରିଫ୍ଟିଙ୍ଗ୍‌କୁ ସାଧାରଣ କରି ଉକ୍ତ ବାର୍ତାକୁ ପରିବର୍ତନ କରୁଛି । ମୋର କିଛି ପସନ୍ଦର ପେୟାରଗୁଡିକ ଥ୍ରିଫ୍ଟେଡ୍ ଅଟେ । ଏବଂ ମୁଁ ଆହୁରି ଅଧିକ ଖୁସି ଯେ, ଲିଭାଇସ୍ ଏହି ଚମତ୍କାର ଯୁବ ସ୍ୱରଗୁଡିକୁ ସମର୍ଥନ କରୁଛି ଯେଉଁମାନେ ପରିବେଶ ପାଇଁ ଆଗକୁ ଆସିଛନ୍ତି । ସିୟେ ବାଷ୍ଟିଡା କହିଛନ୍ତି, ଜଳବାୟୁ ସଙ୍କଟ ହେଉଛି ବର୍ତମାନ ଆମ ପାଇଁ ସବୁଠାରୁ ବଡ ବିପଦ କିନ୍ତୁ ଏହା ମଧ୍ୟ ଆଗକୁ ବଢିବାର ସବୁଠାରୁ ବଡ ସୁଯୋଗ ।


Share It

Comments are closed.