ଓଡ଼ିଶାର ଜୟପୁରଠାରେ ଲମ୍ୟାନର ପ୍ରଥମ ଷ୍ଟୋର ଉଦ୍ଘାଟିତ
ଭୁବନେଶ୍ୱର: ଓଡ଼ିଶାରେ ଫ୍ୟାସନ ଦୁନିଆର ଏକ ନୂଆ ଅଧ୍ୟାୟକୁ ଆଲୋକିତ କରିବା ପାଇଁ ପୁରୁଷମାନଙ୍କର ଏକ ସୁଲଭ ବିଳାସପୂର୍ଣ୍ଣ ଫ୍ୟାସନ ବ୍ରାଣ୍ଡ ଲମ୍ୟାନ, ଜୟପୁର ସହରରେ ଏହାର ପ୍ରଥମ ଷ୍ଟୋରର ଉଦ୍ଘାଟନ କରିଛି ଯାହାକି କେୱାଲ କିରଣ କ୍ଲୋଥିଙ୍ଗ ଲିମିଟେଡ଼ (କେକେସିଏଲ) ଗୋଷ୍ଠୀର ଅଂଶ ଅଟେ । ରାଜ୍ୟବ୍ୟାପୀ ୪୦ରୁ ଅଧିକ ନୂଆ ଆଉଟଲେଟ୍ ସହ ଷ୍ଟାଇଲ୍ ସଚେତନ ଗ୍ରାହକଙ୍କ ପାଖରେ ପହଂଚିବା ଲକ୍ଷ୍ୟରେ ଏହି ନୂଆ ଷ୍ଟୋର୍ ସମଗ୍ର ଓଡ଼ିଶାରେ ନିଜର ଉପସ୍ଥିତି କୁ ସୁଦୃଢ଼ କରିବା ପାଇଁ ଲମ୍ୟାନ୍ର ରଣନୀତିର ଏକ ଅଂଶ । ସୁଲଭ ବିଳାସ ଉପରେ ଧ୍ୟାନ ଦେଇ ଜୟପୁରରେ ଆଧୁନିକ, ଆରାମଦାୟକ ଏବଂ ଅନ-ଟ୍ରେଣ୍ଡ ପୋଷାକର ଏକ ପ୍ରଭାବଶାଳୀ ଚୟନ ଉପଲବ୍ଧ ହେଉଛି ଯାହା ଆଜିର ସମସାମୟିକ ପୁରୁଷଙ୍କ ଚାହିଦା ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଜୟପୁର ସହରରେ ୧୦୦୦ ବର୍ଗ ଫୁଟ ପରିମିତ ଅଂଚଳରେ ଏହି ଲମ୍ୟାନର ଷ୍ଟୋର ପୁରୁଷ ଫ୍ୟାସନ ତଥା ଷ୍ଟାଇଲ ଏବଂ ମାନକୁ ନେଇ ଏକ ବୃହତ୍ ଷ୍ଟୋର ଭାବେ ପରିଗଣିତ ହୋଇଛି । ଏଥିରେ ଅତି ଯତ୍ନର ସହିତ ପ୍ରସ୍ତୁତ ହୋଇଥିବା ଲେଟଷ୍ଟ ଟ୍ରେଣ୍ଡ ତଥା ଆଧୁନିକ କପଡ଼ାର ସମ୍ଭାର ରହିଛି । ଉପଯୁକ୍ତ ଫିଟ୍ ଉପରେ ଗୁରୁତ୍ୱ ଦେଇ, ଷ୍ଟୋର୍ ଏକ ବହୁମୁଖୀ ୱାର୍ଡରୋବ୍ ସମାଧାନ ପ୍ରଦାନ କରୁଛି । ଏଥିରେ ସର୍ଟସ ଓ ଟି-ସାର୍ଟଠାରୁ ଆରମ୍ଭ କରି ଜିନ୍ସ, କାଜୁଆଲ ସାର୍ଟ, ଟ୍ରାଉଜର୍ ଏବଂ ଷ୍ଟାଇଲିସ୍ ଫ୍ୟାସନ ପ୍ୟାଂଟ ଆଦି ରହିଛି ।
ଏସମ୍ପର୍କରେ କେୱାଲ କିରଣ କ୍ଲୋଥିଙ୍ଗ ଲିମିଟେଡ଼ ନିର୍ଦ୍ଦେଶକ ଦିନେଶ ଜୈନ କହିଛନ୍ତି, “ଓଡ଼ିଶାର ଜୟପୁରଠାରେ ଆମର ପ୍ରଥମ ଷ୍ଟୋରର ଭବ୍ୟ ଉଦଘାଟନ ଘୋଷଣା କରି ଆମେ ଆନନ୍ଦିତ, ଯାହା ଏହି ରାଜ୍ୟରେ ଆମର ଦ୍ୱିତୀୟ ସ୍ଥାନ କୁ ଚିହ୍ନିତ କରୁଛି । ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଗତିଶୀଳ ଅଭିବୃଦ୍ଧି ପାଇଁ ଜଣାଶୁଣା ଜୟପୁର ଆମର ସମ୍ପ୍ରସାରଣ ପଦକ୍ଷେପରେ ଏକ ରଣନୈତିକ କେନ୍ଦ୍ରବିନ୍ଦୁ ଭାବରେ କାର୍ଯ୍ୟ କରେ । ଏହି ବଜାରରେ ପ୍ରବେଶ କରି ଆମେ କେବଳ ଉଚ୍ଚମାନର ପୋଷାକ ଯୋଗାଇବା ନୁହେଁ ବରଂ ଓଡ଼ିଶାରେ ବାଣିଜ୍ୟ ଓ ସୃଜନଶୀଳତାର ବୃଦ୍ଧି ପାଉଥିବା କେନ୍ଦ୍ର ଭାବରେ ଜୟପୁରର ଭୂମିକାକୁ ସ୍ୱୀକୃତି ଦେଇ ସ୍ଥାନୀୟ ସମୁଦାୟ ସହିତ ଅର୍ଥପୂର୍ଣ୍ଣ ଭାବରେ ଯୋଡ଼ି ହେବାକୁ ଲକ୍ଷ୍ୟ ରଖିଛୁ ।”
ଏହି ଅବସରରେ କେୱାଲ କିରଣ କ୍ଲୋଦିଂ ଲିମିଟେଡର ନିର୍ଦ୍ଦେଶକ ବିକାଶ ଜୈନ ନିର୍ଦ୍ଦେଶକ କହିଛନ୍ତି, “ଜୟପୁରରେ ଆମର ନୂଆ ଷ୍ଟୋରର ଶୁଭାରମ୍ଭ ଲମ୍ୟାନ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ । ଏହି ଜୀବନ୍ତ ସହରର ଫ୍ୟାଶନ ଉତ୍ସାହୀମାନଙ୍କ ପାଇଁ ଆମର ଅତ୍ୟାଧୁନିକ ସଂଗ୍ରହ ଏବଂ ସ୍ୱତନ୍ତ୍ର ପ୍ରମୋସନ୍ ଆଣିବାକୁ ଆମେ ଆନନ୍ଦିତ । ଆମର ଲକ୍ଷ୍ୟ ହେଉଛି ଏକ ଗତିଶୀଳ ସପିଂ ଗନ୍ତବ୍ୟ ସ୍ଥଳ ସୃଷ୍ଟି କରିବା ଯେଉଁଠାରେ ଗ୍ରାହକମାନେ ସମସାମୟିକ ଶୈଳୀ, ପ୍ରିମିୟମ ଗୁଣବତା ଏବଂ ଅଭିନବ ଡିଜାଇନର ଏକ ସମନ୍ୱିତ ମିଶ୍ରଣ ଆବିଷ୍କାର କରିପାରିବେ । ଆମର ବିଶ୍ୱାସ ଯେ ଆମ ଷ୍ଟୋର୍ ଫ୍ୟାଶନ୍ ପ୍ରେମୀଙ୍କ ପାଇଁ ଏକ ପ୍ରିୟ ସ୍ଥାନ ରେ ପରିଣତ ହେବ । ଜୟପୁରସ୍ଥିତ ୱେଲକମ୍ ଛକ ଏସବିଆଇ ଶାଖା ସନ୍ନିକଟ ମୁଖ୍ୟ ରାସ୍ତା ଉପରେ ଲମ୍ୟାନର ଏହି ନୂତନ ଷ୍ଟୋରଟି ଅବସ୍ଥିତ । ପ୍ରମୁଖ ସ୍ଥାନରେ ଥିବା ଏହି ଷ୍ଟୋରଟି ଅତି ସୁନ୍ଦର ଭାବରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଏହାକୁ କ୍ରେତାଙ୍କ ପାଇଁ ଏକ ଉପଯୋଗୀ ସ୍ଥଳ କରୁଛି ।
Comments are closed.