ଓମିକ୍ରନ୍ରୁ ଅଧିକ ସଂକ୍ରାମକ ଏହାର ସବ୍-ଭାରିଆଣ୍ଟ, ଚିନ୍ତା ପ୍ରକାଶ କଲେ ବୈଜ୍ଞାନିକ
ଗତ ୨୪ ଘଣ୍ଟାରେ ଦେଶରେ ୧.୬ ଲକ୍ଷରୁ ଅଧିକ କରୋନା ପଜିଟିଭ ମାମଲା ସାମନାକୁ ବସିଛି। କରୋନା କେସ୍ ଯଦିଓ କମ୍ ହେଉଛି, କିନ୍ତୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଏବେ ୧୭ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ସାରା ବିଶ୍ବରେ କରୋନାର ବଢୁଥିବା ମାମଲା ପଛରେ ନୂଆ ଭାରିଆଣ୍ଟ ଓମିକ୍ରନ୍ ଦାୟୀ ରହିଛି। ଏବେ ଏହାର ନୂଆ ସବ୍ ଭାରିଆଣ୍ଟ ମଧ୍ୟ ଚିନ୍ତା ବଢାଇଛି। ଓମିକ୍ରନର ୩ ସବ ଭାରିଣ୍ଟ ରହିଛି, ତାହା ହେଲା BA.1, BA.2 ଓ BA.3.। କିନ୍ତୁ ଏହା ଭିତରୁ ଓମିକ୍ରନର ସବ୍-ଭାରିଆଣ୍ଟ BA.2 କୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି।
ନିକଟରେ ହୋଇଥିବା ଷ୍ଟଡିରୁ ଜଣାପଡିଛି ଯେ, ଓମିକ୍ରନର ନୂଆ ଭାରିଆଣ୍ଟ BA.2 ମୂଳ ରୂପ ତୁଳନାରେ ଅଧିକ ଦୃତ ଗତିରେ ବ୍ୟାପୁଛି। କିଛି ମାମଲାରେ ଦେଖିବାକୁ ମିଳିଛି ଯେ, ଏହି ସବ୍ ଭାରିଆଣ୍ଟ ବୁଷ୍ଟର ଡୋଜ୍ ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଛି। ଏହି ରିସର୍ଚ୍ଚ କୋପେନହାଗନ୍ ୟୁନିଭର୍ସିଟି, ଷ୍ଟାଟିଷ୍ଟିକସ୍ ଡେନମାର୍କ, ଟେକ୍ନିକାଲ୍ ୟୁନିଭର୍ସିଟି ଅଫ୍ ଡେନକାର୍ମ ଓ ଷ୍ଟେଟନ୍ସ ସୀରମ୍ ଇନଷ୍ଟିଚ୍ୟୁଟ୍ର ବୈଜ୍ଞାନିକଙ୍କ ଦ୍ବାରା ଷ୍ଟଡି କରାଯାଇଛି ଓ ଏହି ଷ୍ଟଡିର ନେତୃତ୍ବ କାର୍ଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ( ସାନ୍ ଫ୍ରାନସିସ୍କୋ)ର ଚାର୍ଲସ ଚିଉ କରିଥିଲେ।
କାର୍ଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ରିସର୍ଚ୍ଚରଙ୍କ କହିବା ଅନୁସାରେ, ଭ୍ୟାକସିନ୍ ନେଇ ସାରିଥିବା ଲୋକ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହେବାପରେ ଠିକ୍ ହୋଇଛନ୍ତି। ତାଙ୍କୁ ମଧ୍ୟ ବର୍ତ୍ତମାନ ସମୟରେ ଭାଇରସ୍ ଓ ଭବିଷ୍ୟତରେ ଆସୁଥିବା ଭାଇରସ୍ରେ ସଂକ୍ରମିତ ହେବାର ବିପଦ ରହିଛି। ଆମର ରିସର୍ଚ୍ଚ କୁହେ ଯେ, ଯଦି ଭବିଷ୍ୟତରେ କୌଣସି ଭାରିଆଣ୍ଟ ଦୃତ ଗତିରେ ବ୍ୟାପେ ତେବେ ଓମିକ୍ରନ୍ରୁ ବିକଶିତ ହୋଇଥିବା ଇମ୍ୟୁନିଟି ସଂକ୍ରମଣକୁ ରୋକିବା ପାଇଁ ପର୍ଯ୍ୟାପ୍ତ ହେବନି। ରିସର୍ଚ୍ଚରମାନେ ଇମ୍ୟୁନିଟିକୁ ବଢାଇବା ପାଇ ଭ୍ୟାକସିନ୍ର ବୁଷ୍ଟର ଡୋଜ୍ ନେବା ଉପରେ ଜୋର ଦେଇଛନ୍ତି। ଫଳରେ ଭବିଷ୍ୟତରେ ନୂଆ ଭାରିଆଣ୍ଟରୁ ସଂକ୍ରମିତ ହେବା ଓ ଅସୁସ୍ଥ ହେବାରୁ ରକ୍ଷା କରିହେବ।
Comments are closed.