ଏହି କାରଣରୁ ଏଯାଏଁ ବି ଅବିବାହିତ ଅଛନ୍ତି ଭେଟରନ ସିଙ୍ଗର ଲତା ମଙ୍ଗେଶକର
ଆଜି ଭାରତ ରତ୍ନ, ସ୍ବର ସମ୍ରାଗୀଣି ଲତା ମଙ୍ଗେଶକରଙ୍କ ଜନ୍ମଦିନ | ଲତା ମଙ୍ଗେଶକର ଆଜି ତାଙ୍କର ୯୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ସାରା ବିଶ୍ୱରୁ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ସେ ୩୬ ଟି ଭାରତୀୟ ଭାଷାରେ ଗୀତ ରେକର୍ଡ କରିଛନ୍ତି। ଲତା ମଙ୍ଗେଶକର କେବଳ ହିନ୍ଦୀ ଭାଷାରେ ୧୦୦୦ ରୁ ଅଧିକ ଗୀତରେ ସ୍ୱର ଦେଇଛନ୍ତି। ତାଙ୍କୁ ୧୯୮୯ ରେ ଦାଦାସାହେବ ଫାଲକେ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି | ୨୦୦୧ ମସିହାରେ ଲତା ମଙ୍ଗେଶକରଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।
ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ଲତା ଜୀ ବିବାହ କରିନାହାଁନ୍ତି | ଏହି ପ୍ରଶ୍ନ ଲତା ଜିଙ୍କ ପ୍ରଶଂସକଙ୍କ ମନରେ ନିଶ୍ଚୟ ଆସିଛି ଯେ ସେ ଆଜି ପର୍ଯ୍ୟନ୍ତ କାହିଁକି ବିବାହ କରିନାହାଁନ୍ତି | କୁହାଯାଏ ଯେ ଲତା ମଙ୍ଗେଶକର ମଧ୍ୟ ଥରେ କାହାକୁ ଭଲ ପାଉଥିଲେ। କିନ୍ତୁ ଲତାଙ୍କ ଏହି ପ୍ରେମ କାହାଣୀ କେବେ ବି ସଂପୂର୍ଣ୍ଣ ହୋଇପାରିଲା ନାହିଁ | ବୋଧହୁଏ ସେଥିପାଇଁ ଲତା ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି |
ଖବର ଅନୁଯାୟୀ, ଲତା ମଙ୍ଗେଶକର ଡଙ୍ଗରପୁର ରାଜ ପରିବାରର ମହାରାଜା ରାଜା ସିଂଙ୍କୁ ବହୁତ ଭଲ ପାଉଥିଲେ। ସେ ମହାରାଜା ଲତାଙ୍କ ଭାଇ ହ୍ରଦନାଥ ମଙ୍ଗେଶକରଙ୍କ ବନ୍ଧୁ ମଧ୍ୟ ଥିଲେ। କିନ୍ତୁ ଏହି ପ୍ରେମ ପୂରଣ ହୋଇପାରିଲା ନାହିଁ | କୁହାଯାଏ ଯେ ରାଜ ତାଙ୍କ ପିତାମାତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ସାଧାରଣ ପରିବାରର କୌଣସି ଝିଅକୁ ନିଜ ଘରର ବୋହୂ କରିବେ ନାହିଁ। ରାଜ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହି ପ୍ରତିଜ୍ଞା ପାଳନ କରିଥିଲେ।
ଏଥି ସହିତ ଲତା ଜୀ କହିଛନ୍ତି ଯେ ତାଙ୍କ ଉପରେ ଘରର ସମ୍ପୂର୍ଣ୍ଣ ଦାୟିତ୍ବ ଥିଲା, ସେଥିପାଇଁ ସେ କେବେବି ବିବାହ କରିନଥିଲେ। କିନ୍ତୁ ଲତାଙ୍କ ପରି ରାଜ ମଧ୍ୟ ସାରା ଜୀବନ ଅବିବାହିତ ରହିଲେ। ରାଜ ମଧ୍ୟ ଲତାଙ୍କଠାରୁ ୬ ବର୍ଷ ବଡ ଥିଲେ। ରାଜ କ୍ରିକେଟକୁ ବହୁତ ଭଲ ପାଉଥିଲେ। ଏହି କାରଣରୁ ସେ ବହୁ ବର୍ଷ ଧରି ବିସିସିଆଇ ସହିତ ଜଡିତ ଥିଲେ |
ରାଜ ସ୍ନେହରେ ଲତାଙ୍କୁ ମିଟ୍ଠୁ ଡାକନ୍ତି | ତାଙ୍କ ପକେଟରେ ସବୁବେଳେ ଲତାଙ୍କ କିଛି ବଛା ବଛା ଗୀତ ରହିଥିବା ଏକ ଟେପ୍ ରେକର୍ଡର୍ ଥିଲା |ପ୍ରକାଶଥାଉ ଯେ ରାଜ ସିଂ ୧୨ ସେପ୍ଟେମ୍ବର ୨୦୦୯ ରେ ମୃତ୍ୟୁ ବରଣ କରିଥିଲେ। ତେବେ ଲତା ମଙ୍ଗେଶକରଙ୍କ ନାମ ରାଜଙ୍କ ବ୍ୟତୀତ ଅନ୍ୟ କାହା ସହିତ ଜଡିତ ନଥିଲା।
ପ୍ରକାଶଥାଉ ଯେ ସାନ ଭଉଣୀମାନଙ୍କୁ ଶିକ୍ଷିତ କରିବା ପାଇଁ ସେ ନିଜେ ପାଠ ପଢି଼ଲେନି | ଲତା ମଙ୍ଗେଶକର ତାଙ୍କ ପିତାଙ୍କ ସହ ମରାଠୀ ସଂଗୀତ ନାଟକରେ କାମ କରିସାରିଛନ୍ତି ଏବଂ ୧୫ ବର୍ଷ ବୟସରେ ସେ ବଡ଼ ଶୋ ଏବଂ ନାଟକରେ ଅଭିନୟ ଆରମ୍ଭ କରିଛନ୍ତି। ଲତା ତାଙ୍କର ସମସ୍ତ ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରୁ ବଡ଼ ଥିଲେ। ସେ ମହାରାଷ୍ଟ୍ରରେ ପାଳିତ ହୋଇଥିଲେ। ଗତ କିଛି ଦଶନ୍ଧି ଧରି ଲତା ଚଳଚ୍ଚିତ୍ର ଜଗତରେ ତାଙ୍କ ସ୍ୱରର ଯାଦୁ ବିସ୍ତାର କରିଆସୁଛନ୍ତି।
Comments are closed.