ଜେଲରୁ ମୁକୁଳିଲେ ଲାଲୁ
ଜେଲରୁ ବାହାରିଲେ ଲାଲୁ ପ୍ରସାଦ ଯାଦବ। ଚାରା ଘୋଟାଲା ମାମଲାରେ ସଜା କାଟୁଥିବା ଲାଲୁ ପ୍ରସାଦ ଯାଦବ ଆଜି ଜେଲରୁ ବାହାରକୁ ଆସିଛନ୍ତି। ହାଇକୋର୍ଟରୁ ଜାମିନ ମିଳିବା ପରେ ୧୨ ଦିନ ପରେ ସେ ମୁକ୍ତ ହୋଇଛନ୍ତି। ସେ ଝାରଖଣ୍ଡର ଦୁମକା କୋଷାଗାରରେ ଗତ ୨୦୧୮ ମାର୍ଚ୍ଚ ୧୯ରୁ ସଜା କାଟୁଥିଲେ। ଏହି ମାମଲାରେ ଲାଲୁ ପ୍ରସାଦଙ୍କୁ ଏପ୍ରିଲ ୧୭ ରେ ଝାଡଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ହେଲେ ବେଲ୍ ବଣ୍ଡ୍ ହୋଇପାରିନଥିଲା। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ଵାରା ନିର୍ଦ୍ଦେଶ ଜାରି କରାଯିବା ପରେ ଲାଲୁ ପ୍ରସାଦଙ୍କ ଓକିଲ ଗୁରୁବାର ଦୁଇଟି ବ୍ୟକ୍ତିଗତ ବଣ୍ଡ ଦାଖଲ କରିଛନ୍ତି।
ଏହି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ସ୍ୱତନ୍ତ୍ର ସିବିଆଇ ଜଜ୍ ଶିବପାଲ ସିଂଙ୍କ କୋର୍ଟ ଦୁଇଟି ଧାରାରେ ସାତ-ସାତ ବର୍ଷ ଦଣ୍ଡିତ କରିଥିଲେ। କୋର୍ଟ ଏହି ଦୁଇଟି ସଜାକୁ ଅଲଗା ଅଲଗା କାଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧା ଦଣ୍ଡ ପୂରନ କରିଥିବା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି।
ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଦାବି କରିଛନ୍ତି ଯେ ସେ ଏହି ଦଣ୍ଡର ଅଧା ପୂରଣ କରିଛନ୍ତି। ଅପର ପକ୍ଷରେ ଲାଲୁ ପ୍ରସାଦଙ୍କ ଅଧା ଦଣ୍ଡ ଏପର୍ୟ୍ୟନ୍ତ ଶେଷ ହୋଇନାହିଁ ବୋଲି ସିବିଆଇ ଦାବି କରିଛି।
Comments are closed.