କାହା ନାମରେ ନାମିତ ହୋଇଥିଲା ଏହି ‘ଗଲୱାନ ଘାଟି’, ଜାଣନ୍ତୁ ଏହାର ଇତିହାସ କ’ଣ ରହିଛି

Share It

ଗଲୱାନ ଘାଟିକୁ ନେଇ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଚୀନ ଏହି ଘାଟିକୁ ସମ୍ପୂର୍ଣ୍ଣ ତା’ର ବୋଲି ଦାବି କରୁଛି, ଯାହା ଅମୂଳକ। କାରଣ ଗଲୱାନ ଘାଟିର ଇତିହାସ କହୁଛି, ଏହା ଭାରତର। ଗୁଲାମ ରସୁଲ ଗଲୱାନ ନାମକ ଜଣେ ଭାରତୀୟ ଏହାକୁ ଆବିଷ୍କାର କରିଥିଲେ ଏବଂ ଇଂରେଜମାନେ ଏହାକୁ ସେହି ଭାରତୀୟଙ୍କ ନାମରେ ନାମିତ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଗଲୱାନ ଉପତ୍ୟକା ନାମରେ ପରିଚିତ ହୋଇଥିଲା। ଗତ ୨୦୦ ବର୍ଷ ଧରି ଏହି ଘାଟି ଲଦାଖର ଅଂଶ ହୋଇ ରହିଛି। ଚୀନର ଦାବି ସମ୍ପୂର୍ଣ୍ଣ ମିଥ୍ୟା। ଚୀନ ସେଠାରେ ଦାଦାଗିରି କରୁଛି। ଗଲୱାନରେ ଚୀନର କୌଣସି ଅଧିକାର ନାହିଁ ବୋଲି ଘାଟିକୁ ଆବିଷ୍କାର କରିଥିବା ଗୁଲାମ ରସୁଲ ଗଲୱାନଙ୍କ ନାତି ମହମ୍ମଦ ଅମୀନ ଗଲୱାନ କହିଛନ୍ତି।

ମହମ୍ମଦ ଅମୀନ ଏବେ ବର୍ତ୍ତମାନ ଲେହ ଜିଲାରେ ରହୁଛନ୍ତି। ସେ ଚୀନର ସମସ୍ତ ଦାବିକୁ ଖଣ୍ଡନ କରିଛନ୍ତି। ୧୯୬୨ରେ ବି ଚୀନ ଏହି ଘାଟି ଉପରେ କବ୍‌ଜା କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଭାରତୀୟ ସୈନ୍ୟ ଚୀନ ସୈନ୍ୟଙ୍କୁ ସେଠାରୁ ହଟାଇଥିଲେ। ସେ କହିଛନ୍ତି, ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଆଲୋଚନା ମାଧ୍ୟମରେ ଦୁଇ ଦେଶ ଏହାର ସମାଧାନ କରିବା ଦରକାର। ମହମ୍ମଦ ଅମୀନ କୁହନ୍ତି, ତାଙ୍କ ପୂର୍ବଜ କାଶ୍ମୀରରେ ରହୁଥିଲେ। ଜାମ୍ମୁ-କାଶ୍ମୀରର ମହାରାଜା ତାଙ୍କ ପୂର୍ବଜମାନଙ୍କୁ ବାହାର କରିଦେଇଥିଲେ। ସେମାନେ ବାଲୁଚିସ୍ତାନ ଚାଲିଯାଇଥିଲେ। ପରେ ୧୮୭୮ରେ ତାଙ୍କ ପରିବାର ଲଦାଖ ଚାଲିଆସିଥିଲେ। ତାଙ୍କ ଚାଚା ଗୁଲାମ ରସୁଲ ଗଲୱାନ ୧୨ ବର୍ଷ ବୟସରେ ଇଂରେଜମାନଙ୍କ ଗାଇଡ୍‌ ସାଜି ସେମାନଙ୍କ ସହିତ ଟ୍ରେକିଂରେ ଯାଉଥିଲେ। ୧୮୯୦ ଦଶକରେ ଗୁଲାମ ଇଂରେଜମାନଙ୍କ ସହିତ ଟ୍ରେକିଂରେ ଯାଇଥିଲେ। ପାଗ ଖରାପ ଥିବାରୁ ସେମାନେ ଫଶିଯାଇଥିଲେ। ଗୁଲାମ ଏକ ନୂଆ ରୁଟ୍‌ ଖୋଜିବା ସହିତ ସମସ୍ତଙ୍କୁ ସେଠାରୁ ସୁରକ୍ଷିତ ବାହାର କରିଥିଲେ। ଉକ୍ତ ନୂଆ ରୁଟ୍‌ରେ ନଦୀନୁମା ନାଳର ପତ୍ତା ଲାଗିଥିଲେ, ଯାହାକୁ ଇଂରେଜମାନେ ତାଙ୍କ ଚାଚାଙ୍କ ନାମରେ ନାମିତ କରିଥିଲେ। ପରେ ଉକ୍ତ ନାଳ ଗଲୱାନ ନାଳ ନାମରେ ପରିଚିତ ହେଲା ଏବଂ ସମ୍ପୂର୍ଣ୍ଣ ଘାଟିକୁ ଗଲୱାନ ଘାଟି କୁହାଗଲା।


Share It

Comments are closed.