ଜୟପୁର ମୁଖ୍ୟ ଡାକ୍ତରଖାନାରେ ତତ୍ତ୍ୱାବଧାନ ଅଭାବ: ରୋଗୀମାନଙ୍କ ଦୁର୍ଦଶା ଜାରି

Share It

ଜୟପୁର: ରାଜ୍ୟ ସରକାର ପକ୍ଷରୁ ବହୁତ ଟଙ୍କା ଖର୍ଚ୍ଚ କରି ଜୟପୁର ମୁଖ୍ୟ ଡାକ୍ତରଖାନା ଗଢ଼ି ଉଠାଯାଇଛି, କିନ୍ତୁ ଏହି ସୁବିଧା କାହା ପାଇଁ? ଏହି ଡାକ୍ତରଖାନା ଗରିବ ରୋଗୀମାନଙ୍କ ଓ ଜନ୍ମିଥିବା ଛୋଟ ଛୋଟ ଶିଶୁମାନଙ୍କ ପାଇଁ ରହିଛି କି? ରୋଗୀମାନେ ଗରମରେ ଅସହ୍ଯ ଅବସ୍ଥାରେ ରହିବାକୁ ବାଧ୍ୟ, ଯେତେବେଳେ କର୍ମଚାରୀମାନଙ୍କ କୋଠରୀରେ ଏ.ସି. ଚାଲିଛି। ଏହା ରୋଗୀମାନଙ୍କ ଉପରେ ଏକ ଅସ୍ଵୀକାର୍ଯ୍ୟ ଅନ୍ୟାୟ ଏବଂ ଅତ୍ୟାଚାର।

ଅଧିକାରୀମାନେ ଅବଗତ କି ନାଟକ କରୁଛନ୍ତି?
ଏହି ଅସୁବିଧା ଏବଂ ଅନ୍ୟାୟ ଦୃଶ୍ୟ ଡାକ୍ତରଖାନା ପ୍ରଶାସନ ଏବଂ ଅଧିକାରୀମାନେ ଜାଣିଛନ୍ତି କି? ନା ଜାଣିବାକୁ ନ ଚାହୁଁଛନ୍ତି? ରୋଗୀମାନଙ୍କ ସମ୍ପର୍କୀୟମାନେ ଏହି ଅନ୍ୟାୟ ଦେଖି ତିବ୍ର କ୍ଷୋଭ ବ୍ୟକ୍ତ କରିଛନ୍ତି ଏବଂ ତୁରନ୍ତ ଏହାର ସମାଧାନ ହେବାକୁ ଦାବି କରୁଛନ୍ତି।

ରୋଗୀମାନଙ୍କ ଦାବି – ତୁରନ୍ତ ବ୍ୟବସ୍ଥା ନିଆଯାଉ
ଏହି ଅନ୍ୟାୟ ଏବଂ ବିଷମତା ଦୃଶ୍ୟ ଦୃଷ୍ଟିଗୋଚର କରି, ରୋଗୀମାନେ ତୁରନ୍ତ ଚିକିତ୍ସା ସୁବିଧା ଉନ୍ନତି କରିବା ଏବଂ ଡାକ୍ତରଖାନା ଭିତରେ ଏକ ସମତାମୂଳକ ପରିବେଶ ସୃଷ୍ଟି କରିବାକୁ ଦାବି କରିଛନ୍ତି। ଅଧିକାରୀମାନେ ତୁରନ୍ତ ଏହାର ବ୍ୟବସ୍ଥା ନେବେ ନାହିଁ କି? ଏହି ଅନ୍ୟାୟ ଉପରେ କଠୋର ପଦକ୍ଷେପ ନିଆଯିବ କି? ଏବେ ଦେଖିବାକୁ ହେବ, ଏହି ମାମଲାରେ କଣ ପଦକ୍ଷେପ ଗ୍ରହଣ ହୋଇବ।


Share It

Comments are closed.