କୁରକୁରେ ପକ୍ଷରୁ ମିଲେଟଯୁକ୍ତ ଜୱାର ପଫସର ଶୁଭାରମ୍ଭ
ଭୁବନେଶ୍ୱର: ପେପ୍ସିକୋ ଇଣ୍ଡିଆର ଘରୋଇ ସ୍ନାକ ବ୍ରାଣ୍ଡ, କୁର୍କୁରେ ପକ୍ଷରୁ ‘କୁର୍କୁରେ ଜୱାର ପଫ୍ସ’ର ଶୁଭାରମ୍ଭ ସହିତ ଏହାର ୨୫ତମ ବର୍ଷ ପୂର୍ତି ପାଳନ କରିଛି । ଏହା ସହିତ କୁର୍କୁରେ ମିଲେଟର ଶକ୍ତି ଓ କୁରକୁରେର ଉଲ୍ଲେଖନୀୟ ସ୍ୱାଦ ଓ ଉତ୍ସାହକୁ ଏକତ୍ରିତ କରି ଭାରତର ମିଲେଟ-ଆଧାରିତ ସ୍ନାକିଙ୍ଗ ବର୍ଗରେ ପ୍ରବେଶ କରିଛି । ବେକ୍ ହୋଇଥିବା (ଫ୍ରାଏ ହୋଇନାହିଁ) କୁର୍କୁରେ ଜୱାର ପଫ୍ସ ଉପଭୋକ୍ତାଙ୍କୁ ଏକ ଆଧୁନିକ ଫର୍ମାଟରେ ଏକ ମଜାଦାର, ସ୍ୱାଦପୂର୍ଣ୍ଣ ମାଧ୍ୟମ ପ୍ରଦାନ କରିଛି ।
ଭାରତର ଖାଦ୍ୟ ସଂସ୍କୃତି ବିକଶିତ ହେଉଥିବାବେଳେ ଲୋକମାନେ ପାରମ୍ପରିକ ଖାଦ୍ୟଗୁଡିକୁ ପୁନଃଆବିଷ୍କାର କରୁଛନ୍ତି ଓ ଖାଦ୍ୟକୁ ନେଇ ସୂଚିତ ନିଷ୍ପତି ନେଉଛନ୍ତି । ଦୀର୍ଘ ୨୫ ବର୍ଷ ହେବ କୁର୍କୁରେକୁ ଭାରତରେ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଗର୍ବର ସହିତ ପ୍ରସ୍ତୁତ, ବିକଶିତ ଓ ପ୍ରୋତ୍ସାହିତ କରାଯାଉଛି । କୁର୍କୁରେ ଜୱାର ପଫ୍ସ ଉତର, ପଶ୍ଚିମ ଓ ପୂର୍ବ ଭାରତରେ ୧୦ ଟଙ୍କା ଓ ୨୦ ଟଙ୍କା ପ୍ୟାକରେ ଆଧୁନିକ ଓ ପାରମ୍ପରିକ ରିଟେଲ, ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଓ କ୍ୱିକ-କମର୍ସ ଆପ୍ରେ ଉପଲବ୍ଧ ହେଉଛି ।
ଏସମ୍ପର୍କରେ ପେପ୍ସିକୋ ଇଣ୍ଡିଆର କୁର୍କୁରେ ଓ ଡୋରିଟସର ମାର୍କେଟିଂ ବିଭାଗର ନିର୍ଦ୍ଦେଶକ, ଆସ୍ଥା ଭାସିନ କହିଛନ୍ତି, “ପେପ୍ସିକୋ ଇଣ୍ଡିଆରେ ଆମେ କରୁଥିବା ସମସ୍ତ କାର୍ଯ୍ୟ ଉପଭୋକ୍ତା କେନ୍ଦ୍ରିକ ଅଟେ । ଆମର ଲକ୍ଷ୍ୟ ହେଉଛି ଭାରତର ସମୃଦ୍ଧ ଖାଦ୍ୟ ପରମ୍ପରା ସହ ଜଡିତ ରହି ବିକଶିତ ଉପଭୋକ୍ତା ସ୍ୱାଦ ଓ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିରନ୍ତର ଉଦ୍ଭାବନ କରିବା । କୁରକୁରେ ଜୱାର ପଫ୍ସ ସ୍ୱାସ୍ଥ୍ୟକର ଶସ୍ୟକୁ ଏକ ନୂଆ ଫର୍ମାଟରେ ପୁନଃପରିକଳ୍ପନା କରିଛୁ । ଏହି ଲଂଚ ଉପଭୋକ୍ତାଙ୍କୁ ଖୁସି ପ୍ରଦାନ କରିବା ସହିତ ଭାରତର ଐତିହ୍ୟ ଓ ଭବିଷ୍ୟତ ସହ ପ୍ରତିଧ୍ୱନିତ୍ୱ କରୁଥିବା ସାମଗ୍ରୀଗୁଡିକୁ ଦକ୍ଷତାର ସହ ଉପଯୋଗ କରିବା ପ୍ରତି ଆମ ପ୍ରତିବଦ୍ଧତାର ଏକ ପ୍ରମାଣ ।”
Comments are closed.