ଆରପାରିରେ ପ୍ରଡ୍ୟୁସର ଗିଲ୍ଡ ଅଫ ଇଣ୍ଡିଆର ସିଇଓ କୁଲମିକ ମକ୍କର
ଗତ ଦୁଇ ଦିନ ମଧ୍ୟରେ ବଲିଉଡ୍ ନିଜର ଦୁଇ ମହାନ ଚଳଚ୍ଚିତ୍ର ଅଭିନେତାଙ୍କୁ ହରାଇଛି । ଇମ୍ରାନଙ୍କ ଦେହାନ୍ତ ପରେ ହଠାତ୍ ଋଷିଙ୍କ ପରଲୋକକୁ ନେଇ ବଲିଉଡରେ ଶୋକାକୂଳ ପରିବେଶ ଛାଇଯାଇଥିବାବେଳେ ଏବେ ଆଉ ଜଣେ ବିଶିଷ୍ଟ ଫିଲ୍ମ ନିର୍ମାତାଙ୍କ ପରଲୋକ ଘଟିଛି ।
ଉଭୟଙ୍କ ମୃତ୍ୟୁର ଦୁଃଖରୁ ଲୋକମାନେ ଏପର୍ଯ୍ୟନ୍ତ ବାହାରିନଥିବା ବେଳେ ପୁଣି ବଲିଉଡ୍ କୁ ଆଉ ଏକ ଝଟକା ଲାଗିଛି । ଅନ୍ୟ ଜଣେ ବଲିଉଡ ତାରକା ସବୁଦିନ ପାଇଁ ବିଦାୟ ନେଇଛନ୍ତି । ସେ ହେଉଛନ୍ତି ପ୍ରଡ୍ୟୁସର ଗିଲ୍ଡ ଅଫ୍ ଇଣ୍ଡିଆର ସିଇଓ କୁଲମିତ ମକ୍କର । ୬୦ ବର୍ଷ ବୟସରେ କୁଲମିତଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଫିଲ୍ମ ନିର୍ମାତା କରଣ ଜୋହର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ।
Kulmeet you were such an incredible pillar to all of us at the Producers Guild of India….relentlessly working for the industry and towards its enhancement and advancement… you left us too soon…We will miss you and always Remember you fondly…. Rest in peace my friend… pic.twitter.com/GUcapyjfMo
— Karan Johar (@karanjohar) May 1, 2020
ଖବର ଅନୁଯାୟୀ, ହିମାଚଳ ପ୍ରଦେଶର ଧରମଶାଲାରେ କୁଲମିତ ମକ୍କରଙ୍କ ଶୁକ୍ରବାର ଦିନ ମୃତ୍ୟୁ ଘଟିଛି । ଦେଶରେ ଚାଲିଥିବା ଲକ୍ ଡାଉନ୍ ଯୋଗୁଁ ସେ ତାଙ୍କ ଘରେ ରହିଥିଲେ । କୁଲମିତ ମକ୍କର ପ୍ରାୟ ତିନି ଦଶକ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ । ଅନେକ ବଡ ସଂଗଠନର ମୁଖ୍ୟ ହେବା ବ୍ୟତୀତ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୈନିକ ମଜୁରୀ ପାଉଥିବା ଶ୍ରମିକଙ୍କ ପାଇଁ ଏକ ଟ୍ରଷ୍ଟ ପାଣ୍ଠି କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଯେଉଁମାନେ ଲକ୍ ଡାଉନ୍ ଯୋଗୁଁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିଲେ । କରୋନୋ ଭାଇରସ୍ ସଙ୍କଟର ମୁକାବିଲା ପାଇଁ କୁଲମିତ ମକ୍କର ୧୦ ଲକ୍ଷ ଟଙ୍କା ଦାନ ଦେବା ଲାଗି ଘୋଷଣା କରିଥିଲେ । ଯେଉଁଥିପାଇଁ ତାଙ୍କୁ ସବୁଆଡେ ପ୍ରଶଂସା କରାଯାଇଥିଲା ।
Comments are closed.