ଖୁବ ଶୀଘ୍ର Sachinଙ୍କୁ ଟପିବେ Virat Kohli, ନ୍ୟୁଜିଲାଣ୍ଡ ବିପକ୍ଷରେ ରଚିପାରନ୍ତି ଇତିହାସ
ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳୀ Virat Kohli ପୁଣି ଥରେ ଇତିହାସ ରଚିବାକୂୁ ଯାଉଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଆଗାମୀ ଦିନିକିଆ ସିରିଜରେ Virat Kohli ‘କ୍ରିକେଟର ଭଗବାନ’ Sachin Tendulkar ଏକ ବିଶାଳ ରେକର୍ଡରୁ ଭାଙ୍ଗିବାର ସୁଯୋଗ ମଧ୍ୟ ରହିଛି ।
୯୪ ରନ ଏବଂ ନୂଆ କୀର୍ତ୍ତିମାନ
Virat Kohli ନ୍ୟୁଜିଲାଣ୍ଡ ବିପକ୍ଷରେ ଆନ୍ତର୍ଜାତିକ ଦିନିକିଆ ମ୍ୟାଚରେ ଭାରତର ସବୁଠାରୁ ଅଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମାନ ହେବାରୁ ମାତ୍ର ଅଳ୍ପ କିଛି ରନ ଦୂରରେ ଅଛନ୍ତି । Sachin Tendulkar, ନ୍ୟୁଜିଲାଣ୍ଡ ବିପକ୍ଷରେ ୧୯୯୦ରୁ ୨୦୦୯ ମଧ୍ୟରେ ୪୨ଟି ମ୍ୟାଚରେ ୪୧ଟି ଇଂନିସ ଖେଳି ୧,୭୫୦ ରନ ସଂଗ୍ରହ କରିଛନ୍ତି । ଅନ୍ୟପଟେ Virat Kohli ୨୦୧୦ ପରଠାରୁ ୩୩ଟି ମ୍ୟାଚରେ ୩୩ଟି ଇଂନିସ ଖେଳି ୧,୬୫୭ ରନ ସଂଗ୍ରହ କରିସାରିଛନ୍ତି । ଅର୍ଥାତ Sachin Tendulkarଙ୍କୁ ପଛରେ ପକାଇବା ପାଇଁ ୯୪ ରନର ପିଛା କରୁଛନ୍ତି । କୋହଲି ଏହି ଆଗାମୀ ସିରିଜରେ ୯୪ ରନ ସଂଗ୍ରହ କରିଦେବା ମାତ୍ରକେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସବୁଠାରୁ ଅଧିକ ରନ ସଂଗ୍ରହକାରୀ ଖେଳାଳୀ ହୋଇଯିବେ ।
ସଚିନଙ୍କ ଠାରୁ ହେଉଛି ବିରାଟଙ୍କର ଅଧିକ ହାରାହାରି ଓ ଷ୍ଟ୍ରାଇକରେଟ
Virat Kohli କେବଳ ଅଧିକ ରନ ସଂଗ୍ରହ କ୍ଷେତ୍ରରେ Sachin Tendulkarଙ୍କ ପାଖାପାଖି ନୁହନ୍ତି ବରଂ ହାରାହାରି ଓ ଶତକର ରେକର୍ଡ ମଧ୍ୟ ପାଖାପାଖି ଅଛନ୍ତି । ବ୍ୟାଟିଙ୍କ ହାରାହାରି କଥା ଯଦି ଆମେ ଧରିବା ତେବେ Sachin Tendulkarଙ୍କ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୬.୦୫ ହାରାହାରି ଥିବାବେଳେ ବିରାଟଙ୍କର ୫୫.୨୩ ରହିଛି । Virat Kohli ଶତକ କ୍ଷେତ୍ରରେ ମଧ୍ୟ ସଚିନଙ୍କ ଟପିଯାଇ ପାରନ୍ତି । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୬ ଶତକ ଏବଂ ୯ ଅର୍ଦ୍ଧଶତକ ହାସଲ କରିଛନ୍ତି ଯେବେକି ସଚିନ ୫ ଶତକ ଏବଂ ୮ ଅର୍ଦ୍ଧଶତକ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ Virat Kohli ଙ୍କ ଷ୍ଟ୍ରାଇକ ରେଟ ୯୫.୫୦ ଥିବାବେଳେ Sachin Tendulkarଙ୍କ ୯୫.୩୬ ରହିଛି ।
Comments are closed.