ଜାଣନ୍ତି କି ହଳଦି କ୍ଷୀରର କଣ ରହିଛି ଉପକାରିତା . . . . . . . .


ହଳଦି ଭାରତରେ ସମସ୍ତ ପ୍ରକାରର ଖାଦ୍ୟ ଉପାଦାନରେ ପ୍ରୟୋଗ ହେଉଥିବା ଏକ ଉତ୍ପାଦ । ହଳଦିକୁ ଭାରତରେ ସୁପରଫୁଡ ମଧ୍ୟ କୁହାଯାଏ  । ଭାରତରେ ହଳଦି ଦୁଗ୍ଧ ଏକ ମେଡିସିନ ପରି କାର୍ଯ୍ୟ କରୁଥିବା ବେଳେ ଏହାର ବ୍ୟବହାର ବହୁ ପୁରାତନ କାଳରୁ ହୋଇଆସୁଛି । ଆର୍ୟୁବେଦରେ ହଳଦି କ୍ଷୀରର ବିଭିନ୍ନ ଉପକାରିତା ରହିଛି । ହଳଦି ଥଣ୍ଡା, ସର୍ଦ୍ଧି ଏବଂ କାଶରୁ ମୁକ୍ତି ପ୍ରଦାନ କରିବା ପାଇଁ ଉପଯୋଗୀ ହୋଇଥାଏ । ଏହା ସହିତ ଏହା ଆଣ୍ଠୁଗଣ୍ଠି ବ୍ୟଥା, ଘାକୁ ଶୀଘ୍ର ଠିକ କରିବାରେ ଏବଂ ରକ୍ତ ଶର୍କାରରେ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ଏହା ବ୍ୟତୀତ ଏହାର କଣ ରହିଛି ଅନ୍ୟାନ୍ୟ ଉପକାରିତା –

୧.   ହଳଦି ଆଣ୍ଟି-କ୍ୟାନସର ଉପାଦାନ ପରି କାର୍ଯ୍ୟ କରିଥାଏ । ବିଭିନ୍ନ ପ୍ରକାର କ୍ୟାନସର ଏବଂ ଟ୍ୟୁମରର ଉପଚାର ପାଇଁ ପ୍ରତିଦିନ ଆପଣ ହଳଦି କ୍ଷୀର ପିଇପାରିବେ । ଏହାର ଆଣ୍ଟି-ଇନଫ୍ଲାମେଟାରୀ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

୨.   ଆଣ୍ଟି- ଭାଇରାଲ ଏବଂ ଆଣ୍ଟି- ବ୍ୟାକ୍ଟେରିଆଲ ଗୁଣ ଯୁକ୍ତ ହଳଦି ଥଣ୍ଡା ଏବଂ କଫରୁ ମୁକ୍ତି ପ୍ରଦାନ କରିଥାଏ । ଆପଣଙ୍କର ଗଳାର କିଛି ସଂକ୍ରମଣ ଏବଂ ଥଣ୍ଡାରୁ ମୁକ୍ତି ପ୍ରଦାନ କରିବା ପାଇଁ ଆପଣ ନିୟମିତ ରାତିରେ ହଳଦି କ୍ଷୀର ପିଇପାରିବେ ।

୩.   ଆପଣ ଶରୀରରେ କୌଣସି ପ୍ରକାର ଦରଜ ଏବଂ ବ୍ୟଥା ହେଉଥିଲେ ଆପଣ ହଳଦି କ୍ଷୀର ପିଇପାରିବେ ।

୪.   ହଳଦି  କ୍ଷୀରରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ଓବେସିଟି ପାଇଁ ମଧ୍ୟ ଖୁବ ଉପକାରୀ ଅଟେ ।

୫.   ହଳଦି କ୍ଷୀରରେ ଆଣ୍ଟି-ଏଜିଂ ଗୁଣ ଥିବାରୁ ଏହା ମୁହଣର ରିଙ୍କଲ କମ କରିଥାଏ ଏବଂ ତ୍ୱଚାରେ ଏକ ଉଜ୍ଜ୍ୱଳତା ଅଣିଥାଏ । ହଳଦି କ୍ଷୀରରେ ଆଣ୍ଟି-ଅକ୍ସିଡାଣ୍ଟ ରହିଥିବାରୁ ଏହା ତ୍ୱଚାର ଗଠନ ଏବଂ ରିପାରିଂ ପାଇଁ ଭଲ ଭାବେ କାର୍ଯ୍ୟ କରିଥାଏ ।


Share It

Comments are closed.