ଲଣ୍ଡନରେ ରହି ଭାରତକୁ ଉତ୍ତେଜିତ କରୁଛନ୍ତି ଲଳିତ ମୋଦି ଓ ବିଜୟ ମାଲ୍ୟା, ମଝିରେ ଅଜଣା ଝିଅଟି କିଏ

Share It

ଭାରତର ଦୁଇ ଚର୍ଚ୍ଚିତ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଓ ଲଳିତ ମୋଦୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଦୁହେଁ ଲଣ୍ଡନ ମଉଜ କରୁଛନ୍ତି ଏବଂ ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଜୟ ମାଲ୍ୟାଙ୍କ ଜନ୍ମଦିନର ଭିଡିଓ ଅଟେ, ଯେଉଁଥିଲେ ଲଳିତ ମୋଦୀ ମଧ୍ୟ ସାମିଲ ଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଲଳିତ ମୋଦୀ ନିଜେ ବିଜୟ ମାଲ୍ୟାଙ୍କ ସହ ଥିବା ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଓ ଲେଖିଛନ୍ତି “ଭାରତର ଦୁଇଟି ସବୁଠାରୁ ବଡ ପଳାତକ” କହି ମଜାକ ଉଡାଇଛନ୍ତି ।
ଭିଡିଓଟିକୁ ଲଳିତ ମୋଦି ସେୟାର କରି ଲେଖିଛନ୍ତି ଯେ, “ ଆମେ ହେଉଛୁ ଦୁଇ ପଳାତକ… ଭାରତର ସବୁଠାରୁ ବଡ ପଳାତକ” । ସେ ପୋଷ୍ଟରେ କ୍ୟାପସନ ଲେଖଛନ୍ତି ଯେ, “ଚାଲନ୍ତୁ, କିଛି ଏଭଳି କରିବା ଯେମିତି ପୁଣି ଥରେ ଇଂଟରନେଟ ଚହଳ ପଡିଯିବ… ପୋଡାରେ ନିଜ ଛାତି ଚିରି ଦିଅନ୍ତୁ । ” ଏହି ଭିଡିଓ ୟୁଜର୍ସମାନଙ୍କୁ ଉତ୍ତେଜିତ କରିଦେଇଛି । ଏହି ଭିଡିଓରେ ଆଇପିଏଲର ସଂସ୍ଥାପକ ଲଳିତ ମୋଦି ଓ ପୂର୍ବତ୍ତନ ଅଧ୍ୟକ୍ଷ ଲଳିତ ମୋଦିଙ୍କ ସହ ତାଙ୍କ ପ୍ରେମିକା ରିମା ବୋରାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।


Share It

Comments are closed.