ପିଲାଦିନର ବନ୍ଧବୀଙ୍କୁ ‘କେକେ’ କରିଥିଲେ ବିବାହ, ଷଷ୍ଠ ଶ୍ରେଣୀରୁ ଆରମ୍ଭ ହୋଇଥିଲା କେକେଙ୍କ ପ୍ରେମ କାହାଣୀ
ଆଉ ନାହାଁନ୍ତି ବଲିଉଡର ଲୋକପ୍ରିୟ ଗାୟକ କୃଷ୍ଣ କୁମାର କୁନ୍ନଥ। ଶୋକ ସାଗରରେ ବୁଡ଼ି ଯାଇଛି ସଙ୍ଗୀତ ଜଗତ। କୋଲକାତାରେ ଏକ କନ୍ସର୍ଟରେ ସଙ୍ଗୀତ ପରିବେଷଣ କରୁଥିବା ସମୟରେ ତାଙ୍କର ପରଲୋକ ଘଟିଛି । କେ.କେ ଅକାଳ ବିୟୋଗରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି।
କେକେ ଓରଫ କୁଷ୍ଣ କୁମାର କୁନ୍ନଥ ବଲିଉଡର ଜଣେ ନାମକରା ଖ୍ୟାତିସମ୍ପନ୍ନ ଗାୟକ ଥିଲେ। ତାଙ୍କର ପ୍ରଫେସନାଲ ଲାଇଫ୍ ଯେତିକି ଚର୍ଚ୍ଚିତ ଥିଲା, ବ୍ୟକ୍ତିଗତ ଜୀବନିକୁ ଗଣମାଧ୍ୟମ ଠାରୁ ସେତିକି ଦୂରରେ ରଖିଥିଲେ। ଖୁବ୍ କମ୍ ଲୋକ କେକେଙ୍କ ପ୍ରେମ କାହାଣୀ ବିଷୟରେ ଜାଣନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପିଲାଦିନର ବାନ୍ଧବୀଙ୍କୁ କେକେ ନିଜର ଜୀବନସାଥୀ କରିଥିଲେ। ତାଙ୍କର ପତ୍ନୀଙ୍କ ନାମ ଜ୍ୟୋତି।
1991 :: Singer KK Getting Married#RIP #Omshanti pic.twitter.com/2zunNuRi65
— indianhistorypics (@IndiaHistorypic) May 31, 2022
ଷଷ୍ଠ ଶ୍ରେଣୀରୁ ପ୍ରଥମ ଦେଖାରେ ଆରମ୍ଭ ହୋଇଥିଲା କେକେଙ୍କ ପ୍ରେମ କାହାଣୀ। ଷଷ୍ଠ ଶ୍ରେଣୀରେ ସେ ଜ୍ୟୋତିଙ୍କୁ ପସନ୍ଦ କରିଥିଲେ। ଦୁହେଁ ଏକା ସାଙ୍ଗରେ ପାଠ ପଢିଛନ୍ତି। ସେବେଠାରୁ ଜ୍ୟୋତି ଓ କେକେ ଏକାଠି ଅଛନ୍ତି।। କେକେ ଖୁବ୍ ଲାଜକୁଳା ଥିଲେ। ସେ ତାଙ୍କର ଜୀବନରେ କେବଳ ଜ୍ୟୋତିଙ୍କୁ ଡେଟ୍ କରିଛନ୍ତି। ୧୯୯୧ରେ ଉଭୟ ବିବାହ କରିଥିଲେ।
ବିବାହ ପୂର୍ବରୁ କେକେ ସେଲ୍ସ୍ ମ୍ୟାନ୍ ଚାକିରୀ କରୁଥିଲେ। ହେଲେ ଚାକିରୀ କାଳର ୬ ମାସରେ ସେ ବିରକ୍ତ ହୋଇଯାଇଥିଲେ। ପରେ ତାଙ୍କର ପତ୍ନୀ ଓ ପିତାଙ୍କ ସମର୍ଥନରେ ସେ ଏହି ଚାକିରୀ ଛାଡି ସଙ୍ଗୀତର ପଥରେ ଅଗ୍ରସର ହୋଇଥିଲେ। ଏହାପରେ କେକେ ସଙ୍ଗୀତରେ ଭାଗ୍ୟ ପରୀକ୍ଷା କରିବାକୁ ମୁମ୍ଵାଇ ଆସିଥିଲେ। ସୁମଧୁର ସ୍ଵର ଓ ସଙ୍ଗୀତର ଯାଦୁରେ ସେ ଧିରେଧିରେ ବଲିଉଡ ଇଣ୍ଡଷ୍ଟ୍ରିରେ ଛାଇ ଯାଇଥିଲେ। ତାଙ୍କର ଗୀତ ଏବେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛି।
Comments are closed.