ଭୁବନେଶ୍ୱରରେ କିସ୍‌ନା ଡ଼ାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ର ୨ୟ ସ୍ୱତନ୍ତ୍ର ଶୋ’ରୁମ

Share It

ଭୁବନେଶ୍ୱର: କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଭୁବନେଶ୍ୱରର ଷ୍ଟାଲ୍‌ୱାର୍ଟ ହାଇଟଠାରେ ଏହାର ୨ୟ ଏକ୍ସକ୍ଲୁସିଭ ଶୋ’ରୁମ ର ଶୁଭାରମ୍ଭ କରାଯାଇଛି । ଏହି ଉଦଘାଟନ ସମାରୋହରେ ହରି କ୍ରିଷ୍ଣା ଗ୍ରୁପ୍‌ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ, ଘନଶ୍ୟାମ ଢୋଲକିଆ ଯୋଗ ଦେଇଥିଲେ । ନବରାତ୍ରିର ପବିତ୍ର ଋତୁକୁ ପାଳନ କରିବା ପାଇଁ କିସ୍‌ନା ପକ୍ଷରୁ ହୀରା ଅଳଙ୍କାରର ମେକିଂ ଚାର୍ଜ ଉପରେ ୭୫% ପର୍ଯ୍ୟନ୍ତ ରିହାତି ଏବଂ ସୁନା ଅଳଙ୍କାରର ମେକିଂ ଚାର୍ଜ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରିବା ସହ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡ ଉପରେ ଅତିରିକ୍ତ ୫%ର ତତ୍କାଳ ରିହାତି ପ୍ରଦାନ କରୁଛି ।

କିସ୍‌ନା ପକ୍ଷରୁ ଏକ ସ୍ୱତନ୍ତ୍ର ସପ୍ ଆଣ୍ଡ ୱିନ କ୍ୟାମ୍ପେନ ମଧ୍ୟ ପରିଚାଳନା କରାଯାଉଛି ଯେଉଁଠାରେ ଗ୍ରାହକମାନେ ସୁନା ଓ ହୀରା ଅଳଙ୍କାରର କ୍ରୟ ଉପରେ ୧୦୦୦ରୁ ଅଧିକ ସ୍କୁଟର ଓ ୨୦୦ରୁ ଅଧିକ କାର୍ ଜିତିବାର ଏକ ସୁଯୋଗ ପାଇପାରିବେ ।
ଏହି ଲଂଚ ଅବସରରେ ହରି କ୍ରିଷ୍ଣା ଗ୍ରୁପର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଘନଶ୍ୟାମ ଢୋଲକିଆ କହିଛନ୍ତି, “ଓଡିଶା ସବୁବେଳେ ଏହାର କଳା ଓ କାରୁକାର୍ଯ୍ୟ ପାଇଁ ସୁପରିଚିତ ଅଟେ । ଆମର ଭୁବନେଶ୍ୱରର ଶୋ’ରୁମର ଉଦ୍‌ଘାଟନ ସହିତ ଆମେ ଏହି ବିରାସତକୁ ପ୍ରତିଫଳନ କରୁଥିବା ଅଳଙ୍କାର ଆଣିବା ସହ ଆଜିର ମହିଳାମାନଙ୍କ ପାଇଁ ଆଧୁନିକ ଉତ୍କର୍ଷତା ପ୍ରଦାନ କରୁଛୁ ।

ନବରାତ୍ରି ସମୟରେ ଲଂଚ କରିବା ଏହି ସଫଳତାରେ ସମୃଦ୍ଧିର ଉତ୍ସାହ ଓ ନୂତନ ଆରମ୍ଭ ଯୋଗ କରୁଛି । ଆମେ ଭାରତର ପ୍ରତ୍ୟେକ ମହିଳାଙ୍କ ପାଇଁ ହୀରା ଅଳଙ୍କାରକୁ ପହଂଚଯୋଗ୍ୟ ଓ ଆକର୍ଷଣୀୟ କରିବା ପାଇଁ ଆମର ଯାତ୍ରା ଜାରି ରଖିଥିବାରୁ ଏହି ଶୁଭାରମ୍ଭ ଆମକୁ ଆମର ଦୃଷ୍ଟିକୋଣ ‘ହର୍ ଘର୍ କିସ୍‌ନା’ର ନିକଟତର କରିଛି ।” ଉକ୍ତ ଶୋ ରୁମ ର ଶୁଭାରମ୍ଭ ଅବସରରେ କିଟ୍‌, କିସ୍ ଏବଂ କିମସ୍ ର ପ୍ରତିଷ୍ଠାତା, ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ ମଧ୍ୟ ଯୋଗ ଦେଇଥିଲେ ।


ସେହିପରି କିସ୍‌ନାର ନିର୍ଦ୍ଦେଶକ ଶ୍ରୀଯୁକ୍ତ, ପରାଗ ଶାହ କହିଛନ୍ତି, “ନବରାତ୍ରିର ପବିତ୍ର ପର୍ବ ଅବସରରେ ଆମର ଭୁବନେଶ୍ୱର ଶୋ’ରୁମ ଲଂଚ କରିବା ଏହି ସଫଳତାକୁ ଆହୁରି ସ୍ୱତନ୍ତ୍ର କରିଛି । ନବରାତ୍ରି ଯେପରି ନୂତନ ଆରମ୍ଭକୁ ପାଳନ କରିଥାଏ, ଆମେ ମଧ୍ୟ କିସ୍‌ନା ସହ ଓଡିଶାରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିବା ପାଇଁ ଖୁସି ଅନୁଭବ କରୁଛୁ ।”


କିସ୍‌ନାର ଫ୍ରାଂଚାଇଜି ପାର୍ଟନର ଶ୍ରୀଯୁକ୍ତ ସୁଶୀଲ ଓ ଶୁଭମ ସେନାପତି କହିଛନ୍ତି, “କିସନା ସହ ସହଭାଗିତା କରିବା ଏବଂ ଭୁବନେଶ୍ୱରକୁ ଏହାର ବିଶ୍ୱସ୍ତ ଅଳଙ୍କାର ବିରାସତ ଆଣିବା ଏକ ସମ୍ମାନର ବିଷୟ ଅଟେ । ନବରାତ୍ରି ସମୟରେ ଏହି ଶୋ’ରୁମ ଶୁଭାରମ୍ଭ କରିବା ଏହି ମୁହୂର୍ତକୁ ଆହୁରି ଶୁଭ କରିଛି ଏବଂ ଆମେ ଆମର ଗ୍ରାହକଙ୍କୁ ନୂତନ ଡିଜାଇନ ପ୍ରଦାନ କରିବା ପାଇଁ ଅପେକ୍ଷା କରିଛୁ ଯାହା ସେମାନଙ୍କର ଉତ୍ସବକୁ ଆହୁରି ଉଜ୍ଜ୍ୱଳମୟ କରିବ ।”


Share It

Comments are closed.