କିଟ୍‍ ଓ କିସ୍‍ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

Share It

ଭୁବନେଶ୍ୱର, : କିଟ୍‍ ଓ କିସ୍‍ ପକ୍ଷରୁ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କ ଅବଦାନ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ। ସେ କହିଲେ କିଟ୍‍ର ଅଭିବୃଦ୍ଧିରେ ମହିଳା କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।  ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ବିଷୟବସ୍ତୁ ‘ଗିଭ ଟୁ ଗେନ’ ଉପରେ ଗୁରୁତ୍ୱାରୋପ କରି ସେ କହିଲେଅନ୍ୟମାନଙ୍କୁ ଦେବାର ଆନନ୍ଦ ଓ ଏହା ଆଣିବାର ଖୁସି ଅତୁଳନୀୟ । ସେ କହିଲେକିଟ୍‍ର ମହିଳା କର୍ମଚାରୀମାନେ କିଟ୍‍ ଇକୋସିଷ୍ଟମର ମେରୁଦଣ୍ଡ। କିଟ୍‍ ଶିକ୍ଷାନୁଷ୍ଠାନ ସମୂହରେ ପ୍ରାୟ ୫୦ ପ୍ରତିଶତ ମହିଳା କର୍ମଚାରୀ ରହିଥିବା ସେ ପ୍ରକାଶ କରିଥିଲେ।

ନିଜ ମାଆଙ୍କ ଉଦାହରଣ ଦେଇ ସେ କହିଲେମା ଥିଲେ ତାଙ୍କର ସର୍ବଶ୍ରେଷ୍ଠ ପ୍ରେରଣା। ତାଙ୍କ ମା ବିଧବା ହେବା ପରେ କିପରି ସମ୍ମାନ ଓ ସାହସର ସହିତ ଜୀବନକୁ ସାମ୍ନା କରିଥିଲେପ୍ରତିକୂଳ ପରିସ୍ଥିତିକୁ ସାମନା କରି ସମାଜରେ ନିଜକୁ ସୁଦୃଢ କରି ପାରିଥିଲେ। ଶ୍ରୀ ସାମନ୍ତଙ୍କ ମା ତାଙ୍କ ମଧ୍ୟରେ ଯେଉଁ ମୂଲ୍ୟବୋଧ ସୃଷ୍ଟି କରିଥିଲେ ତାହା ଶେଷରେ କିଟ୍‍ ଓ କିସ୍‍ ପ୍ରତିଷ୍ଠା ପାଇଁ ପ୍ରେରଣା ଦେଇଥିଲା।

ଏହି ଅବସରରେ ମହିଳାମାନେ ନିଜକୁ ସଶକ୍ତ କରିବା ଓ ପରସ୍ପରକୁ ସମର୍ଥନ କରିବା ପାଇଁ ଶ୍ରୀ ସାମନ୍ତ ଉତ୍ସାହିତ କରିଥିଲେ। ପିତାମାତାଙ୍କ ଆଶୀର୍ବାଦ ଅମୂଲ୍ୟ। ପ୍ରତ୍ୟେକ ବ୍ୟକ୍ତି ନିଜନିଜ ପିତାମାତାଙ୍କ ସହିତ ସମୟ ବିତାଇବା ଏବଂ ସେମାନଙ୍କ ଯତ୍ନ ନେବାକୁ ଶ୍ରୀ ସାମନ୍ତ ଅନୁରୋଧ କରି କହିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହକୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ ବହୁ ମହିଳା କର୍ମଚାରୀ ଉପସ୍ଥିତ ଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ପ୍ରଫେସର ପଦ୍ମକଳି ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।


Share It

Comments are closed.