କେଭିଆଇସିର କାରବାର ୧ ଲକ୍ଷ ୭୦ ହଜାର କୋଟି ଟପିଲା

Share It

ସ୍ବାଧୀନ ଭାରତର ଇତିହାସରେ ପ୍ରଥମ ଥର ପାଇଁ, ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ(କେଭିଆଇସି)ର କାରବାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଅତିକ୍ରମ କରିବା ସହ ଏକ ନୂତନ ରେକର୍ଡ ସୃଷ୍ଟି କରିଛି I କେଭିଆଇସିର ଅଧ୍ୟକ୍ଷ ମନୋଜ କୁମାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅସ୍ଥାୟୀ ତଥ୍ୟ ପ୍ରକାଶ କରିଛନ୍ତି I ୨୦୧୩-୧୪ରେ ୨୬୧୦୯.୦୭ କୋଟିର ଉପତ୍ାଦ ଉପତ୍ାଦନ ହୋଇଥିବାବେଳେ ୨୦୨୪-୨୫ରେ ୧୧୬୫୯୯.୭୫ କୋଟି ଟଙ୍କାର ଉପତ୍ାଦନ ହୋଇଥିଲା। ୧୧ ବର୍ଷ ମଧ୍ୟରେ ଉତ୍ପାଦନ ୩୪୭% ବୃଦ୍ଧି ହୋଇଛି। ସେହିପରି ଖଦୀ ପୋଷାକ ବିକ୍ରି କ୍ଷେତ୍ରରେ ୨୦୧୩-୧୪ରେ ୮୧୧.୦୮ କୋଟିର ବିକ୍ରି ହୋଇଥିବାବେଳେ ୨୦୨୪-୨୫ ସୁଦ୍ଧା ୩୬୬ ପ୍ରତିଶତ ବୃଦ୍ଧି ଘଟି ଏହି ପରିମାଣ ୩୭୮୩.୩୬ କୋଟିରେ ପହଞ୍ଚତ୍ଛି। ୩୧୧୫୪.୧୯ କୋଟିର ଉପତ୍ାଦ ବିକ୍ରି ହୋଇଥିବାବେଳେ ୨୦୨୪-୨୫ରେ ଏହା ୧୭୦୫୫୧.୩୭ କୋଟିରେ ପହଞ୍ଚତ୍ଛି। ଏହାସହ ୨୦୨୧୩-୧୪ ଖଦୀଅର୍ଥାତ୍‌ ବିକ୍ରି କ୍ଷେତ୍ରରେ ୪୪୭% ବୃଦ୍ଧି ହୋଇଛି। ଏହି ୧୧ ବର୍ଷ ମଧ୍ୟରେ ମୋଟ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ୪୯.୨୩% ବୃଦ୍ଧି ସହିତ, ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ୧.୯୪ କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରୁଛି I ନୂଆଦିଲ୍ଲୀର ଖଦି ଓ ଗ୍ରାମୋଦ୍ୟୋଗ ଭବନ କାରବାର ପ୍ରଥମ ଥର ଥର ପାଇଁ ୧୧୦.୦୧ କୋଟି ଟଙ୍କାର ରେକର୍ଡ ହାସଲ କରିଛି। ମନୋଜଙ୍କ ସୁଚନାନୁସାରେ, ଗ୍ରାମୋଦ୍ୟୋଗ ବିକାଶ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ଲକ୍ଷ୍ୟରେ, କେଭିଆଇସି ଆର୍ଥିକ ବର୍ଷ ୨୦୨୧-୨୨ ରେ ୨୫.୬୫ କୋଟି ଟଙ୍କାର ବଜେଟକୁ ୧୩୪ ପ୍ରତିଶତ ପ୍ରତିଶତ ବୃଦ୍ଧି କରି ୨୦୨୫-୨୬ ଆର୍ଥିକ ବର୍ଷପାଇଁ ୬୦ କୋଟି ଟଙ୍କା କରିଛି। ଗ୍ରାମୋଦ୍ୟୋଗ ବିକାଶ ଯୋଜନାରେ ଏପର୍ଯ୍ୟନ୍ତ ୩୯୨୪୪ ବୈଦ୍ୟୁତିକ କୁମ୍ଭାର ଚକ, ୨୨୭୦୪୯ ମହୁମାଛି ବାକ୍ସ ଏବଂ ମହୁ କଲୋନୀ, ୨୩୪୪ ସ୍ବୟଂଚାଳିତ ଏବଂ ପେଡାଲ-ଚାଳିତ ଧୂପକାଠି ଉତ୍ପାଦନ ମେସିନ, ୭୭୩୫ ପାଦୁକା ନିର୍ମାଣ ଏବଂ ମରାମତି ଟୁଲକିଟ, ୯୬୪ କାଗଜ ପ୍ଲେଟ ଏବ ଏବଂ ଦୋନା ଉତ୍ପାଦନ ମେସିନ, ୩୪୯୪ ଏସି, ମୋବାଇଲ, ସିଲାଇ, ଇଲେକ୍ଟ୍ରି ସିଆନ, ପ୍ଲମ୍ବର ଟୁଲକିଟ, ୪୫୫୫ ଟର୍ନକାଠ, ବର୍ଜ୍ୟକାଠ ହସ୍ତଶିଳ୍ପ, କାଠ ଖେଳଣା ତିଆରି ମେସିନ ସହିତ ୨୩୬୭ ତାଳ ଗୁଡ଼, ତେଲ ଘଣା ଏବଂ ତେନ୍ତୁଳି ପ୍ରକ୍ରିୟାକରଣ ମେସିନ ବଣ୍ଟନ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୨୨୨୮୪ ମେସିନ ଏବଂ ଉପକରଣ, ୨୦୨୩-୨୪ ଆର୍ଥିକ ବର୍ଷରେ ୨୯୮୫୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବାଧିକ ୩୭୨୧୮ ମେସିନ ଏବଂ ଉପକରଣ ବଣ୍ଟନ କରାଯାଇଥିଲା I ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅଧୀନରେ, କେଭିଆଇସି ଏପର୍ଯ୍ୟନ୍ତ ମୋଟ ୨୮୭୭୫୨ ମେସିନ, ଟୁଲକିଟ ଏବଂ ଉପକରଣ ବଣ୍ଟନ କରିଛି ।


Share It

Comments are closed.