କୌଡୁକୋଲ ଦୁର୍ଘଟଣା, ୪ ମାସ ପରେ ଡ୍ରାଇଭର ଅଟକ ଓ ଗାଡି ଜବତ

Share It

ମାହାଙ୍ଗା : ପାରାଦ୍ୱୀପ ଚଣ୍ଡିଖୋଲ ଜାତୀୟ ରାଜପଥର କୌଡୁକୋଲ ଛକ ଉପରେ ଜନୈକ ସ୍କୁଟି ଆରୋହୀଙ୍କ ଉପରେ ଏକ ହାୱାଇ ଗାଡି ଚାପି ଦେବାରୁ ଘାଟଣାସ୍ଥଳୀରେ ତାଙ୍କର ମୃତ୍ୟୁ ହୋଇଯାଥିଲା l
ବାଲିଚନ୍ଦ୍ରପୁର ଥାନା କୃଷ୍ଣଦାସପୁର ଗ୍ରାମର ମଧୁସ୍ମୁତି ମହାନ୍ତିଙ୍କୁ ଗତ ଅକ୍ଟୋବର ମାସ ୨୮ ତାରିଖରେ ସ୍କୁଟି ଯୋଗେ ଯାଉଥିବା ବେଳେ କୌଡୁକୋଲ ଛକ ନିକଟରେ OD O5 AW 2447 ନମ୍ବର ବିଶିଷ୍ଟ ଏକ ହାୱାଇ ତାଙ୍କ ଉପରେ ଚଢି ଯିବାରୁ ସେଠାରେ ଏହି ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା l
ଘଟଣା ପରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗାଡି ସହିତ ଫେରାର ହୋଇଯାଇଥିଲା l
ଏ ନେଇ ମାହାଙ୍ଗା ଥାନାରେ ଏତଲା ଦିଆଯାଇଥିଲା l ଆଜି ମାହାଙ୍ଗା ଆଇଆଇସି ତପନ ରାଉତ ଗାଡି ସହିତ ଗାଡି ଚାଳକକୁ ଥାନାକୁ ଆଣିବାରେ ସଫଳ ହୋଇଥିବା ସୂଚନା ମିଳିଛି l
ତେବେ ଦୁର୍ଘଟଣା ଦିନ କିଏ ଗାଡି ଚଳାଉ ଥିଲା ଏବଂ କାହିଁକି ଥାନାରେ ମାଲିକ ଓ ଡ୍ରାଇଭର ଆତ୍ମସମର୍ପଣ କରିନଥିଲେ ସେ ନେଇ ପୋଲିସ ଖୋଳତାଡ଼ କରୁଛି l


Share It

Comments are closed.