କାର୍ତ୍ତିକ ମାସ ର ମହାପ୍ରଭୁଙ୍କୁ କିପରି ନିଦ୍ରାରୁ ଉଠାଯାଏ, ଜାଣନ୍ତୁ

Share It

ଯୁବ ସମୟ : କାର୍ତ୍ତିକ ମାସ ର ଏକାଦଶୀକୁ ଦବଉଠନୀ ବା ପ୍ରବୋଧିନୀ ଏକାଦଶୀ କୁହାଯାଏ । ଏହି ଦିନରେ ଶ୍ରୀହରିଙ୍କୁ ନିଦ୍ରାରୁ ଉଠାଯାଏ । ଶ୍ରୀହରି ଉଠାଇବା ପାଇଁ ନାନାଦି ଫଳ ମୂଳ, ପନିପରିବା ଆଦି ଜିନିଷ ଅର୍ପଣ କରାଯାଏ । ଏହା ଦ୍ୱାରା ଶ୍ରୀହରି ଉଠିବେ ଏବଂ ସଂସାରର ମଙ୍ଗଳ କରିବେ । ସପଟେ କାର୍ତ୍ତିକ ମଙ୍କସର ପ୍ରତ୍ୟେକ ଦିନ ନାରାୟଣଙ୍କ ନାମ ଜପ କରିବା କଥା । ଯଦି ଆପଣ ପୁରା ମାସରେ ନାରାୟଣଙ୍କ ଏହି ମନ୍ତ୍ର ଜପ କରିନପାରନ୍ତି ତେବେ ଦବଉଠନୀ ଏକାଦଶୀ ଦିନ ଏହି ମନ୍ତ୍ର ପଢି ଶ୍ରୀହରିଙ୍କୁ ଆରାଧାନା କରନ୍ତୁ । ଏହି ଦିନ ନାରାୟଣଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ପ୍ରକାରର ଦୁଃଖ କଷ୍ଟ ଦୂର ହୁଏ ଏବଂ ରୋଗ- କଷ୍ଟରୁ ମୁକ୍ତି ପାଇ ବୈକୁଣ୍ଠ ଧାମ ପ୍ରାପ୍ତି ହୁଏ ।
କାର୍ତ୍ତିକ ମାସରେ ବିଷ୍ଣୁ ଶହଶ୍ର ନାମର ଜପ କରିବା ଉଚିତ । ଏକାଦଶୀ ଦିନ ନାରାୟଣ କ୍ଷୀର ସାଗରରେ ଶୟନ କରନ୍ତି ଏବଂ ସୃଷ୍ଟିର ଭାର ମହାଦେବ ସମ୍ଭାଳନ୍ତି । ଏହା ପରେ କାର୍ତ୍ତିକ ଶୁକ୍ଳ ଦବଉଠନୀ ଏକାଦଶୀ ଦିନ ଭଗବାନ ନାରାୟଣ ନିଦ୍ରାରୁ ଉଠନ୍ତି । ଏହି ଦିନ ମନ୍ତ୍ର ସହ ଭଗବାନ ବିଷ୍ଣୁଙ୍କୁ ଉଠାଇବା ଉଚିତ । “ହେ ଗୋବିନ୍ଦ ! ଉଠନ୍ତୁ ଉଠନ୍ତୁ ହେ କମଳନାଥ । ନିଦ୍ରା ତ୍ୟାଗ କରି ତିନି ଲୋକର ମଙ୍ଗଳ କରନ୍ତୁ ” । ଏହିଭଳି କହି ସକାଳ ସମୟରେ ଶଙ୍ଖ ଧ୍ୱନି ସହ ନାରାୟଣଙ୍କୁ ନାନାଦି ପ୍ରକାରର ଫଳ ଏବଂ ପନିପରିବା ଅର୍ପଣ କରି ତାଙ୍କୁ ପୂଜା କରିବା କଥା । ଏହା ପରେ ଦୀପ ଲଗାଇ ଘଣ୍ଟି ବଜାଇ ମହାପ୍ରଭୁ ଜଗା ଯାଏ । ମହାପ୍ରଭୁ ଉଠାଇବାର ଶୈଳୀ ଅନେକ ଜାଗାରେ ଭିନ୍ନ ଭିନ୍ନ ଅଟେ ।


Share It

Comments are closed.